Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକାଶିତ ହେଲା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ନାମରେ ଡାକ ଲଫାପା
ଆଜିର ଖବର

ପ୍ରକାଶିତ ହେଲା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ନାମରେ ଡାକ ଲଫାପା

October 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରକାଶିତ ହେଲା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ନାମରେ ଡାକ ଲଫାପା

ଭୁବନେଶ୍ବର: ବିଶିଷ୍ଟ କୃଷି ବୈଜ୍ଞାନିକ, ଗଡ଼ଜାତ ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଣୀ ସାରଥୀ, କୃଷକ ନେତା, ପୂର୍ବତନ ବିଧାୟକ,ସାଂସଦ, ଗଡ଼ଜାତ ଗାନ୍ଧୀ ଭାବେ ପରିଚିତ ସାରଙ୍ଗଧର ଦାସଙ୍କ ଉପରେ ଉନମୋଚିତ ହୋଇଛି ସ୍ବତନ୍ତ୍ର ଡାକ ଲଫାଫା। ଏହାକୁ ଉନମୋଚିତ କରିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର।

ମନ୍ତ୍ରୀ କହିଛନ୍ତି ଯେ,  ସାରଙ୍ଗ ଦାସଙ୍କ ତ୍ୟାଗ, ସଙ୍ଘର୍ଷ ଓ  ସମର୍ପଣ ଭାବ ସମଗ୍ର ଭାରତବର୍ଷରେ ଅବିସ୍ମରଣୀୟ ହୋଇ ରହିଛି । ରାଜ୍ୟ ପାଇଁ ଅତୁଳନୀୟ ତ୍ୟାଗ କରିଥିବା ସ୍ୱାଧୀନତା ସଂଗ୍ରାମୀ,ବରପୁତ୍ରମାନଙ୍କ ସ୍ମୃତିରକ୍ଷା କରିବା, ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ,  ସ୍ୱତନ୍ତ୍ର ଲଫାପା ପ୍ରକାଶନ ସହ ଜୀବନୀ ପୁସ୍ତକ ପ୍ରକାଶନ କରାଯିବା ପାଇଁ ପ୍ରୟାସ ଜାରି ରହିଛି।

ଆଜି ସାରଙ୍ଗଧର ଦାସଙ୍କ ୧୩୬ତମ ଜନ୍ମଦିନଉପଲକ୍ଷେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଆନୁକୂଲ୍ୟରେ ଡାକ ବିଭାଗ  ଦ୍ୱାରା  ପ୍ରକାଶିତ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ଏହା ପ୍ରକାଶ କରିଛନ୍ତି ।  ଲୋକସେବା ଭବନ ସ୍ଥିତ  ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର  ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ବରପୁତ୍ରମାନଙ୍କ ଜନ୍ମଦିନ ଓ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନଙ୍କ ସ୍ମୃତିକୁ ସମ୍ମାନ ଦେବାପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଓ ସଂକଳ୍ପ ଗ୍ରହଣ କରିଛନ୍ତି ବିଭାଗ ପକ୍ଷରୁ ତାହା କାର‌୍ୟ୍ୟକାରୀ କରାଯିବ।

ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଯୋଗଦେଇ ରାଜ୍ୟର କଳା ଓ ସଂସ୍କୃତିର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ ସହ,  ପୂଜ୍ୟପୂଜା କାର‌୍ୟ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଦକ୍ଷେପ,  ଦେଶ ଓ  ଜାତି ପାଇଁ କାର‌୍ୟ୍ୟକରିଥିବା ସମସ୍ତଙ୍କ ସ୍ମୃତିକୁ ଜନମାନସରେ ପ୍ରତିଫଳିତ କରିବ ବୋଲି ପ୍ରକାଶ କରିଥିଲେ । ବିଭାଗର ନିର୍ଦେଶକ ରଂଜନ କୁମାର ଦାସ ଆଜାଦୀ କା ଅମ୍ରିତ ମହୋତ୍ସବ ତଥା ସ୍ୱାଧୀନତାର ୭୫  ବର୍ଷ ପୂର୍ତ୍ତି ପାଳନ ପରିପ୍ରେକ୍ଷୀରେ ସାରଙ୍ଗଧର ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଡାକ ଲଫାପା ଉନ୍ମୋଚନ ,ଏହି ମହାନ ସଂଗ୍ରାମୀଙ୍କ  ଜୀବନ ଦର୍ଶନର ପ୍ରଚାର ପ୍ରସାରରରେ ସହାୟକ ହୋଇଛି ବୋଲି ପ୍ରକାଶ କରିଥିଲେ ।

ତାଙ୍କର  ସ୍ମୃତିରକ୍ଷା ପାଇଁଆଗାମୀ ଦିନରେ ସରକାର ଅଧିକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଥିବା ପ୍ରକାଶ କରିଥିଲେ । ଡାକସେବା  ନିର୍ଦେଶକ ସୁବାସ ଚନ୍ଦ୍ର ବାରିକ ଯୋଗଦେଇ କହିଲେ ଯେ,  ପୂଜ୍ୟପୂଜା ଭାରତୀୟ ସଂସ୍କୃତିର ପରିଚାୟକ ।  ଡାକ ବିଭାଗ ତରଫରୁ ଓଡ଼ିଶାର କଳା ସଂସ୍କୃତିଓ ବରପୁତ୍ରମାନଙ୍କ ଉପରେ ଏହି ଭଳି  ସ୍ୱତନ୍ତ୍ର ଡାକ ଲଫାପା ପ୍ରକାଶନ କାର‌୍ୟ୍ୟ ଜାରି ରହିଥିବା  ଶ୍ରୀ ବାରିକ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ  ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରା ସ୍ୱାଗତ ଭାଷଣ ଦେଇକହିଲେ ଯେ, ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ନାମରେ ଆଜି ସ୍ୱତନ୍ତ୍ର ଲଫାପା ପ୍ରକାଶିତ ହୋଇଥିବା ବେଳେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଉପରେ ସ୍ୱତନ୍ତ୍ର ଡାକଲଫାପାପାଇଁ  ପ୍ରସ୍ତୁତି ଜାରି ରହିଛି ଓ ଖୁବ୍ ଶୀଘ୍ର ଏହା ପ୍ରକାଶ ପାଇବ ।

ସେହିଭଳି ଆଗାମୀ ଦିନରେ ଧରଣୀଧର ଭୂୟାଁ, ପବିତ୍ର ମୋହନ ପ୍ରଧାନ,ରେଣ୍ଡୋ ମାଝୀ,ସମରେନ୍ଦ୍ର କୁଣ୍ଡୁ,ରବି ରାୟଙ୍କ ପରି ଦେଶପାଇଁ ଉଲ୍ଲେଖନୀୟ କାର‌୍ୟ୍ୟକରିଥିବା ବରପୁତ୍ରମାନଙ୍କର ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନିଆଯିବାକୁ  ସେ ଅନୁରୋଧ  କରିଥିଲେ।ଏହି କାର‌୍ୟ୍ୟକ୍ରମରେ ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ, ଅର୍ଥପରାମର୍ଶଦାତା ଡଃ. ପଦ୍ମଜ୍ୟୋତି ସାହୁ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରଅନ୍ୟ ପଦାଧିକାରୀ ଓ କର୍ମଚାରୀ ଏବଂ ଡାକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026
Latest News

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026

ରାଜଧାନୀରେ ଅସମ୍ଭାଳ ତାତି

April 23, 2026

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.