
ଭୁବନେଶ୍ବର: ଶେଷରେ ବିଜୁ ଜନତା ଦଳରୁ ବହିସ୍କୃତ ହେଲେ ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିସ୍କୃତ କରିଛନ୍ତି। ଦଳ ତରଫରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି।
ଧାମନଗର ଉପନିର୍ବାଚନରେ ବିଜେଡି ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ନ କରିବାରୁ ସେ ବିଦ୍ରୋହୀ ଭାବେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଦଳ ବ୍ଲକ ଅଧକ୍ଷା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିବାରୁ ସେ ଉତକ୍ଷିପ୍ତ ହୋଇ ଏପରି କରିଛନ୍ତି।
ତେବେ ତାଙ୍କୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଦଳ ତରଫରୁ ବହୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସେ ଶୁଣି ନ ଥିଲେ। ଏପରିକି ସେ ଖୋଲମ ଖୋଲା ବିଜେଡି ତାଙ୍କୁ ବହିସ୍କାର କଲେ ଭଲ ହେବ ବୋଲି କହି ଆସୁଥିଲେ।