ଗୁଜରାଟ କେଭଡିଆ ସ୍ଥିତ ଏକତାର ପ୍ରତିମୂର୍ତ୍ତି ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମିଶନ ଲାଇଫ ଉଦଘାଟିତ

Published: Oct 20, 2022, 8:11 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୦.୧୦.୨୦୨୨) ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ମିଳିତ ହେବା ସହ ଗୁଜରାଟ କେଭଡିଆର ଏକତା ନଗର ଏକତାର ପ୍ରତିମୂର୍ତ୍ତି ନିକଟରେ ମିଶନ ଲାଇଫ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଓ ଜାତିସଂଘ ମହାସଚିବ ମଧ୍ୟ ଏକତାର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମିଶନ ଲାଇଫ ଶୁଭାରମ୍ଭ ନେଇ ଜାତିସଂଘର ସମସ୍ତ ଅଞ୍ଚଳର ଏଗାର ଜଣ ରାଷ୍ଟ୍ରମୁଖ୍ୟଙ୍କ ପକ୍ଷରୁ ଭିଡିଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ପ୍ରଚାର ହୋଇଥିଲା।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଜଣାଇଥିଲେ ଯେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ନିମନ୍ତେ ଭାରତ ହେଉଛି ଦ୍ୱିତୀୟ ଆବାସସ୍ଥଳୀ, କାରଣ ସେ ତାଙ୍କ ଯୁବାବସ୍ଥାରେ ଅନେକ ଥର ଭାରତ ଭ୍ରମଣରେ ଆସିଛନ୍ତି। ଶ୍ରୀ ଗୁଟେରସଙ୍କ ପୂର୍ବଜଙ୍କ ସମ୍ପର୍କ ଭାରତର ଗୋଆ ସହିତ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ଗୁଟେରସଙ୍କୁ ଭାରତ ଗସ୍ତରେ ଆସିଥିବାରୁ ଧନ୍ୟବାଦ ଦେବା ସହ ତାଙ୍କୁ ଗୁଜରାଟରେ ସ୍ୱାଗତ ଜଣାଇବା କୌଣସି ପରିବାର ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସହ ସମାନ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ଭାରତରେ ମିଶନ ଲାଇଫ ପଦକ୍ଷେପ ପାଇଁ ଏହାକୁ ସମର୍ଥନ ଜଣାଇବା ସହ ଅଭିନନ୍ଦନ ବାର୍ତ୍ତା ଦେଇଥିବାରୁ ଦେଶ ମୁଖ୍ୟମାନଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ। ଜଳବାୟୁ ପରିବର୍ତ୍ତନ ନେଇ ଏକାଠି ହେବାର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ମିଶନ ଲାଇଫର ଶୁଭାରମ୍ଭ ଏକତାର ପ୍ରତିମୂର୍ତ୍ତି ତଥା ଭାରତର ଗର୍ବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ତଳେ ହୋଇଛି। “ବିଶ୍ୱର ବୃହତ୍ତମ ପ୍ରତିମୂର୍ତ୍ତି ଧାର୍ଯ୍ୟ ଲକ୍ଷ୍ୟ ହାସଲ ନିମନ୍ତେ ଏକ ପ୍ରେରଣାର ଉତ୍ସ ହେବ” ବୋଲି ସେ କହିଥିଲେ।

“ମାନ ଯେତେବେଳେ ଅସାଧାରଣ ରେକର୍ଡ ମଧ୍ୟ ସେହିପରି ବିରାଟ” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ଗୁଜରାଟରେ ଆରମ୍ଭ ହୋଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଗୁଜରାଟ ହେଉଛି ପ୍ରଥମ ରାଜ୍ୟ ଯେ ଅକ୍ଷୟ ଶକ୍ତି ଓ ଜଳବାୟୁ ଉପରେ ପଦକ୍ଷେପ ନେଇଥିଲା। କେନାଲ ଉପରେ ସୌର ପ୍ୟାନେଲ ସ୍ଥାପନ ହେଉ ବା ରାଜ୍ୟର ମରୁଡ଼ି କ୍ଷତିଗ୍ରସ୍ତ ଅଞ୍ଚଳରେ ଜଳ ସଂରକ୍ଷଣ ପଦକ୍ଷେପ, ଗୁଜରାଟ ସବୁବେଳେ ଏହାର ନେତୃତ୍ୱ ନେବା ସହ ସଫଳ ଦ୍ରଷ୍ଟା ସାଜିଛି।

ଜଳବାୟୁ ପରବର୍ତ୍ତନ ଯେ ଏକ ସମସ୍ୟା ଯାହା କେବଳ ସରକାର ବା ଆନ୍ତର୍ଜାତିକ ସଂଗଠନମାନଙ୍କ ପାଇଁ ମୁଣ୍ଡବ୍ୟଥା ବୋଲି ଏକ ଧାରଣା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲୋକମାନେ ସେମାନଙ୍କ ଚାରିପାଶ୍ୱର୍ରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଦେଖୁଛନ୍ତି ଓ ଗତ କେତେ ଦଶନ୍ଧି ମଧ୍ୟରେ ଅସାଧାରଣ ପର୍ଯ୍ୟାୟମାନ ଲକ୍ଷ୍ୟ କରାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଜଳବାୟୁ ପରିବର୍ତ୍ତନ କେବଳ ନୀତି ନିର୍ଦ୍ଧାରଣକୁ ଛାଡ଼ି ଜନସାଧାରଣ ଓ ସମାଜ ଗୋଷ୍ଠୀ ମଧ୍ୟ ପରିବେଶ ଦିଗରେ କିଛି କରିବା ଉଚିତ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ମିଶନ ଲାଇଫର ମନ୍ତ୍ର ହେଉଛି ପରିବେଶ ନିମନ୍ତେ ଜୀବନଶୈଳୀ।” ମିଶନ ଲାଇଫର ସୁବିଧା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଜନସାଧାରଣଙ୍କ ଶକ୍ତିକୁ ପୃଥିବୀର ସୁରକ୍ଷା ଦିଗରେ ସଂଯୋଗ କରିବା ସହ ସେମାନଙ୍କୁ ଏହାକୁ ଭଲ ଭାବେ ଉପଯୋଗ କରିବାକୁ ଶିକ୍ଷା ଦେବ। ମିଶନ ଲାଇଫ ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଗଣତାନ୍ତ୍ରିକ ଢଙ୍ଗରେ ଲଢ଼ିବାକୁ ସୁଯୋଗ ଦିଏ, ଯାହା ଫଳରେ ସମସ୍ତେ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ କରିପାରିବେ। “ମିଶନ ଲାଇଫ ଆମକୁ ଦୈନନ୍ଦିନ ଜୀବନରେ ପରିବେଶକୁ ସୁରକ୍ଷା ଦେବାରେ ଆମେ ତାହା କରିବାକୁ ଅନୁପ୍ରାଣିତ କରେ। ମିଶନ ଲାଇଫ ବିଶ୍ୱାସ କରେ ଯେ ଜୀବନଶୈଳୀ ପରିବର୍ତ୍ତନରେ ପରିବେଶରେ ସୁରକ୍ଷା ହୋଇପାରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଏଲଇଡି ବଲର ଉଦାହରଣ ଦେଇ ଏହା କିପରି ବିଜୁଳି ଦେୟ ହ୍ରାସ କରିବା ସହ ପରିବେଶ ସୁରକ୍ଷାରେ ସହାୟକ ହୋଇଥାଏ କହିଥିଲେ। “ଏଥିରେ ପ୍ରଭୃତ ସଞ୍ଚୟ ହେବା ସହ ପରିବେଶଜନିତ ସୁବିଧା ମଧ୍ୟ ହେଲା ଓ ଏହା ଏକ ସ୍ଥାୟୀ ଆବର୍ତ୍ତୀ ସୁବିଧା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଗୁଜରାଟ ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ବୋଲି ଟିପ୍ପଣୀ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସେ ସେହିଭଳି ଚିନ୍ତକମାନଙ୍କ ମଧ୍ୟରେ ଜଣେ ଯେ ପରିବେଶ ନିରାପତ୍ତାର ଗୁରୁତ୍ୱ ବୁଝିବା ସହ ପ୍ରକୃତି କୋଳରେ ସୁଖରେ ଜୀବନଯାପନ କରୁଥିଲେ। ସେ ଏକ ନ୍ୟାସତ୍ୱ ଭାବନା ରଖିଥିଲେ। ମିଶନ ଲାଇଫ ଆମ ସମସ୍ତଙ୍କୁ ପରିବେଶର ନ୍ୟାସୀ କରିଦେଇଛି। ଜଣେ ନ୍ୟାସୀ କେବେ ବି ସମ୍ବଳର ନିର୍ବିଚାର ବ୍ୟବହାରକୁ ଅନୁମତି ଦିଏନାହିଁ। ଜଣେ ନ୍ୟାସୀ ପାଳନକର୍ତ୍ତା ଭାବେ କାର୍ଯ୍ୟ କରେ ଶୋଷଣକାରୀ ଭାବେ ନୁହେଁ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମିଶନ ଲାଇଫ ପି-୩ ମଡେଲ ଯାହା ହେଉଛି ଗ୍ରହ ସପକ୍ଷବାଦୀ ବ୍ୟକ୍ତିଙ୍କୁ ହିମ୍ମତ ଦେଇଥାଏ। ମିଶନ ଲାଇଫ ପୃଥିବୀରେ ଗ୍ରହ ସପକ୍ଷବାଦୀ ବ୍ୟକ୍ତିଙ୍କୁ ଏକାଠି ରଖେ। ଏହା ଗ୍ରହର ଜୀବନଶୈଳୀର ମୌଳିକ ନୀତି ଗ୍ରହ ପାଇଁ ଓ ଗ୍ରହ ଦ୍ୱାରା ନିୟମରେ କାର୍ଯ୍ୟ କରେ। ଭବିଷ୍ୟତରେ ରାସ୍ତା କେବଳ ଅତୀତର ଭୁଲଭଟକାକୁ ତର୍ଜମା କରି ସୁଧାରି ହେବ ବୋଲି ସେ କହିଥିଲେ। ଭାରତର ପ୍ରକୃତି ଉପାସନା ହଜାର ହଜାର ବର୍ଷ ଧରି ରହିଆସିଛି। ବେଦ ପ୍ରକୃତିର ଉପାଦାନ ଯଥା ଜଳ, ମାଟି, ଅଗ୍ନି ଇତ୍ୟାଦି ସମ୍ପର୍କରେ ଯଥାଯଥ ବର୍ଣ୍ଣନା କରିଛି। ପ୍ରଧାନମନ୍ତ୍ରୀ ଅଥର୍ବ ବେଦରୁ ଉଦ୍ଧୃତ କରି ଗାଇଥିଲେ “ମାତା ଭୂମାହ ପୁତ୍ରୋହମ ପୃଥିବ୍ୟା” ପୃଥିବୀ ଆମର ମାତା ଓ ଆମେ ତା’ର ସନ୍ତାନ।

ପ୍ରଧାନମନ୍ତ୍ରୀ ହ୍ରାସ, ପୁନଃ ବ୍ୟବହାର ଓ ପୁନଃ ପ୍ରକ୍ରିୟାକରଣ, ଓ ଚକ୍ରୀୟ ଅର୍ଥନୀତି ଉପରେ ଆଲୋକପାତ କରି କହିଥିଲେ ଯେ ଏହା ହଜାର ହଜାର ବର୍ଷ ଧରି ଭାରତୀୟମାନଙ୍କ ଜୀବନଧାରା ହୋଇ ରହିଆସିଛି। ପୃଥିବୀର ଅନ୍ୟ ଭାଗ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଭ୍ୟାସ ବଳବତ୍ତର ରହିଛି ଯାହାକି ଆମକୁ ପ୍ରକୃତି ସହିତ ସହାବସ୍ଥାନ ପାଇଁ ଅନୁପ୍ରାଣିତ କରୁଛି। “ମିଶନ ଲାଇଫ ପ୍ରକୃତିର ସଂରଚନା ପାଇଁ ଜୀବନଶୈଳୀକୁ ଆବଦ୍ଧ କରି ରଖିବ, ଯାହା ଆମ ପୂର୍ବଜ କହିଥିଲେ ଓ ତାହା ହିଁ ଆମର ଆଜିର ଜୀବନଶୈଳୀର ଅଂଶ ହୋଇଯିବ।

ଭାରତ ଜଳବାୟୁ ପରିବର୍ତ୍ତନର ଭୟକୁ ମୁକାବିଲା କରିବା ପାଇଁ ଅଙ୍ଗୀକାରବଦ୍ଧ। ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଜି ଭାରତରେ ମୁଣ୍ଡପିଚ୍ଛା ଅଙ୍ଗାରକାମ୍ଳ ଉଚ୍ଛରଣ ମାତ୍ର ବାର୍ଷିକ ୧.୫ ଟନ ହୋଇଥିବା ବେଳେ, ବିଶ୍ୱରେ ଏହା ହାରାହାରି ୪ ଟନ୍।” ପରନ୍ତୁ ଆଜି ଭାରତ ଜଳବାୟୁ ପରିବର୍ତ୍ତନ ଭକଳି ବୈଶ୍ୱିକ ସମସ୍ୟା ସମାଧାନ ଦିଗରେ ଆଗୁଆ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରତି ଜିଲ୍ଲାରେ ୭୫ଟି ଅମୃତ ସରୋବର ଓ ସମ୍ପଦ କ୍ଷୟ ରୋକିବା ଉପରେ ଅସ୍ୱାଭାବିକ ଗୁରୁତ୍ୱ ଦେଉଥିବା ବିଷୟ କହିଥିଲେ। ଆଜି ଭାରତରେ ବିଶ୍ୱର ଚତୁର୍ଥ ବୃହତ୍ତମ ଅକ୍ଷୟ ଶକ୍ତି ଭଣ୍ଡାର ରହିଛି। “ଆଜି ଆମେ ବିଶ୍ୱରେ ପବନ ଶକ୍ତିରେ ଚତୁର୍ଥ ଓ ସୌର ଶକ୍ତିରେ ପଞ୍ଚମ ସ୍ଥାନରେ ରହିଛୁ। ଗତ ସାତ ଆଠ ବର୍ଷ ମଧ୍ୟରେ ଭାରତରେ ଅକ୍ଷୟ ଶକ୍ତି ଶତକଡ଼ା ୨୯ଠ ଭାଗ ବୃଦ୍ଧି ପାଇଛି। ନଅ ବର୍ଷର ସୀମା ପୂର୍ବରୁ ଆମେ ଅଣ ଜୀବାଶ୍ମ ତୈଳର ସାମର୍ଥ୍ୟ ଶତକଡ଼ା ୪ଠ ଭାଗ ଲକ୍ଷ୍ୟ ହାସଲ କରିସାରିଛୁ। ନିଧାର୍ଯ୍ୟ ଅବଧିର ପାଞ୍ଚମାସ ପୂର୍ବରୁ ଆମେ ପେଟ୍ରୋଲରେ ଶତକଡ଼ା ୧ଠ ଭାଗ ଇଥାନଲ ମିଶ୍ରିତ ଲକ୍ଷ୍ୟ ମଧ୍ୟ ହାସଲ କରିସାରିଛୁ। ଜାତୀୟ ଉଦଯାନ ଅଭିଯାନ ଜରିଆରେ ଭାରତ ପରିବେଶ ଅନୁକୂଳ ଶକ୍ତି ଉତ୍ସ ଅଭିମୁଖେ ଆଗେଇ ଚାଲିଛି। ଏହା ଭାରତ ଏବଂ ଅନେକ ଦେଶକୁ ସେମାନଙ୍କ ଲକ୍ଷ୍ୟ ନେଟ ଜିରୋ ହାସଲ କରିବାରେ ସାହାଯ୍ୟ କରିବ। ଭାରତ ବିଶ୍ୱରେ ପ୍ରକୃତି ଓ ଦେଶ କିପରି ତାଳ ମିଳାଇ ଚାଲିବେ ତା’ର ଉଦାହରଣ ହୋଇଛି। ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିକ ରାଷ୍ଟ୍ର ହୋଇଛି, ଆମର ଜଙ୍ଗଲ ପରିସୀମା ବୃଦ୍ଧି ପାଇବା ସହ ବନ୍ୟପ୍ରାଣୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ବୋଲି ସେ କହିଥିଲେ।

ବୈଶ୍ୱିକ ଅଭିଯାନ ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ, ଗୋଟିଏ ଗ୍ରୀଡ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଭାରତ ବିଭିନ୍ନ ଲକ୍ଷ୍ୟକୁ ମଜବୁତ କରିବା ସତ୍ତ୍ୱେ ମଧ୍ୟ ଅନ୍ୟମାନଙ୍କ ସହ ଭାଗିଦାରିତା ବୃଦ୍ଧି କରିବାକୁ ଚାହୁଁଛି। “ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି ସୃଷ୍ଟି ଦିଗରେ ଅଗ୍ରଣୀ ଭାରତ ଏହାର ଭାବନା ବିଶ୍ୱ ପରିବେଶ ସୁରକ୍ଷା ନେଇ ଜଣାଇ ଦେଇଛି। ଏହି ଧାରାରେ ମିଶନ ଲାଇଫ ପରବର୍ତ୍ତୀ ପଦକ୍ଷେପ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଭାରତ ଓ ଜାତିସଂଘ ମିଳିତ ଭାବେ କାର୍ଯ୍ୟ କରନ୍ତି, ସେତେବେଳେ ବିଶ୍ୱ ପାଇଁ କିଛି ଉନ୍ନତ ରାସ୍ତା ଠାବ କରାହୁଏ। “ଭାରତ ଆନ୍ତର୍ଜାତିକ ଯୋଗ ଦିବସ ନିମନ୍ତେ ପ୍ରସ୍ତାବ ଦେଇଥିଲା, ଯାହାକୁ ଜାତିସଂଘ ଗ୍ରହଣ କରିଥିଲା। ଆଜି ଏହା କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରିବା ସହ ସେମାନେ ସ୍ୱାସ୍ଥ୍ୟକର ଜୀବନ ଅତିବାହିତ କରୁଛନ୍ତି”। ଆନ୍ତର୍ଜାତିକ ବାଜରା ଜାତୀୟ ଶସ୍ୟର ଉଦାହରଣ ଦେଇ ସେ କହିଥିଲେ ଯେ ଏଥିରେ ଜାତିସଂଘ ବ୍ୟାପକ ସମର୍ଥନ ପାଇଥିଲା ଓ ଭାରତ ମଧ୍ୟ ପରିବେଶ ଅନୁକୂଳ ତଥା ପାରମ୍ପରିକ ମୋଟା ଖାଦ୍ୟଶସ୍ୟ ଉତ୍ପାଦନ କରି ବିଶ୍ୱରେ ପରିଚିତ ହେବାକୁ ଚାହୁଁଛି। ଆସନ୍ତାବର୍ଷ ଅନ୍ତର୍ଜାତୀୟ ବାଜରା ଜାତୀୟ ଶସ୍ୟ ନେଇ ସବୁଆଡ଼େ ଆଲୋଚନା ହେବ। “ମିଶନ ଲାଇଫ ବିଶ୍ୱର କୋଣ ଅନୁକୋଣ ଓ ପ୍ରତ୍ୟେକ ଦେଶକୁ ଯାଇ ସଫଳ ହେବ”। ଆମକୁ ମନେ ରଖିବାକୁ ପଡ଼ିବ ଏହିମନ୍ତ୍ର, ପ୍ରକୃତି ରକ୍ଷତି, ରକ୍ଷିତ, ଯେଉଁମାନେ ପ୍ରକୃତିକୁ ରକ୍ଷା କରନ୍ତି, ପ୍ରକୃତି ସେମାନଙ୍କୁ ରକ୍ଷା କରେ। ଆମେ ମିଶନ ଲାଇଫ ଅନୁସରଣ କରି ଏକ ଉନ୍ନତ ପୃଥିବୀ ଗଠନ କରିବୁ ବୋଲି ମୁଁ ଆଶାକରେ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରାସ ଆମର ଗ୍ରହର ଏହି ବିପଦପୂର୍ଣ୍ଣ ସମୟରେ ସମସ୍ତେ ଏକାଠି ହୋଇ ଚାଲିବା ଉଚିତ। ପରିବେଶ ଜୀବନଧାରଣ ପ୍ରଣାଳୀ ଲାଇଫ ପଦକ୍ଷେପ କେତେକ ଆଶା ସଞ୍ଚାର କରୁଛି। ଆମେ ବ୍ୟକ୍ତିଗତ ଓ ସମଷ୍ଟିଗତ ଭାବେ ନିଶ୍ଚିତ ଭାବେ ଆମର ପୃଥିବୀ ଓ ଆମର ଭବିଷ୍ୟତ ପାଇଁ ସମାଧାନ ସୂତ୍ର ବାହାର କରିପାରିବା। ସର୍ବୋପରି ଆବଶ୍ୟକତା ଠାରୁ ଅଧିକ ବ୍ୟବହାର ଜୈବବିବିଧତା କ୍ଷୟ ଓ ପ୍ରଦୂଷଣ ପୃଥିବୀ ପାଇଁ ବିପଦ। “ଭାରତ ପରିବେଶ ଅନୁକୂଳ ନୀତି ଗ୍ରହଣ ଓ ଅକ୍ଷୟ ଶକ୍ତି ଦିଗରେ ପୁଞ୍ଜି ବିନିଯୋଗ, ସୌର ଶକ୍ତିରେ ଅଗ୍ରଣୀରେ ମୁଁ ବେଶ ପ୍ରଭାବିତ”। ଆଗକୁ ଇଜିପ୍ଟରେ ହେବାକୁ ଥିବା କପ-୨୭ ପ୍ୟାରିସ ରାଜିନାମାରେ ହୋଇଥିବା ବିଷୟର ସମୀକ୍ଷା ଉପରେ ବିଶେଷ ସୁଯୋଗ ଦେବ। “ଜଳବାୟୁ ପରିବର୍ତ୍ତନ ପ୍ରଭାବ ଓ ଏହାର ବିଶାଳ ଅର୍ଥନୀତିକୁ ନେଇ ଭାରତ ଏକ ପ୍ରମୁଖ ଭୂମିକା ନେଇପାରିବ” ବୋଲି ସେ କହିଥିଲେ।

ମହାତ୍ମା ଗାନ୍ଧୀଙ୍କ ଉକ୍ତି ଉଧାର କରି ଶ୍ରୀ ଗୁଟେରାସ କହିଥିଲେ ଯେ “ଏଇ ବିଶ୍ୱରେ ସମସ୍ତଙ୍କ ଆବଶ୍ୟକତା ପାଇଁ ଯଥେଷ୍ଟ ଅଛି, ମାତ୍ର ସମସ୍ତଙ୍କ ଲାଳସା ପାଇଁ ନୁହେଁ”। ସେ କହିଥିଲେ ଯେ ଆମେ ସମସ୍ତେ ପୃଥିବୀର ସମ୍ବଳର ବିନିଯୋଗ ବୁଦ୍ଧିମତାର ସହ କରିବା ଦରକାର। ଆମେ ଆମର ଆବଶ୍ୟକତା ଅନୁସାରେ ବିନିଯୋଗ ନେଇ ଆମର ଅର୍ଥନୀତି ମଧ୍ୟ ସୁଧାରିବା ଦରକାର ବୋଲି ଜାତିସଂଘ ମହାସଚିବ କହିଥିଲେ। ଭାରତ ଜି-୨ଠର ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମନିୟମ ଜୟଶଙ୍କର ଓ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରାସ ଏହି ଅବସରରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ମିଶନ ଲାଇଫ ଆମର ସ୍ଥାୟୀ ଓ ନିରନ୍ତର ବିକାଶ ନେଇ ତିନୋଟି ପ୍ରମୁଖ ରଣନୀତିକ ପନ୍ଥା ନେଇ କାର୍ଯ୍ୟ କରିବ। ପ୍ରଥମ ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ସରଳ ତଥା ପରିବେଶ ଅନୁକୂଳ କାର୍ଯ୍ୟ କରିବେ। ଦ୍ୱିତୀୟ ପରିବର୍ତ୍ତିତ ଚାହିଦା (ଯୋଗାଣ) ପରିପ୍ରେକ୍ଷୀରେ ଶିଳ୍ପ ଓ ବଜାର ଖୁବଶୀଘ୍ର ନିକଜୁ ଖାପ ଖୁଆଇବେ। ତୃତୀୟତଃ ନିରନ୍ତର ବ୍ୟବହାର ଓ ଉତ୍ପାଦନ ନିମନ୍ତେ ସରକାର ଓ ଶିଳ୍ପନୀତି ସେହି ଅନୁସାରେ ବିକଶିତ କରିବା।

Related posts