Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ଗଣଶିକ୍ଷା ବିଭାଗର ବେଖାତିର: ବିଧାନସଭା ଘେରିବ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ଗଣଶିକ୍ଷା ବିଭାଗର ବେଖାତିର: ବିଧାନସଭା ଘେରିବ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

October 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବହୁଦିନଧରି ଓଡ଼ିଶା ମାଟିରେ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀମାନେ ଅଧା ଦରମାରେ ଗୋତି ଶ୍ରମିକ ଭାବରେ ସରକାରଙ୍କ ଗଣଶିକ୍ଷା ବିଭାଗରେ କର୍ଯ୍ୟ କରି ଆସୁଥିଲେ। ଚୁକ୍ତିଭିତ୍ତିକ ପ୍ରଥାକୁ ବିରୋଧ କରି ସଙ୍ଘ ବହୁବାର ଆନ୍ଦୋଳନ କରିଥିଲା। ଗତ ମାସ ୧୧ ତାରିଖରେ ୩୦ ହଜାରରୁ ଊର୍ଦ୍ଧ୍ଵ ଶିକ୍ଷକ ଓ କର୍ମଚାରୀ ଗାନ୍ଧି ମାର୍ଗରେ ମହା ଆନ୍ଦୋଳନ କରିଥିଲେ, ଫଳସୁରୂପ ଚୁକ୍ତିଭିତ୍ତିକ ପଦବୀକୁ ମୁଖ୍ୟମନ୍ତ୍ରୀ ଉଚ୍ଛେଦ କରି ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ପାଇଁ ଘୋଷଣା କରିଥିଲେ।

ଏହି ମହାନ ନିଷ୍ପତ୍ତି ପାଇଁ ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କିନ୍ତୁ ଗଣଶିକ୍ଷା ବିଭାଗ ନିୟମକୁ କାର୍ଯକାରୀ ନ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରିବା ପାଇଁ ଏ ଯାଏଁ ନିଷ୍ପତ୍ତି ନେଉନାହାନ୍ତି। ଚୁକ୍ତିଭିତ୍ତିକ ଉଚ୍ଛେଦ ଆଇନ୍ ଟି ଆଜି ଯାଏ ଗଣଶିକ୍ଷା ବିଭାଗ କିମ୍ୱା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟକୁ ନ ପହଞ୍ଚିବା କାରଣରୁ ୨୦ ହାଜର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହୋଇପାରୁ ନାହାଁନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଆଜି ବିଭାଗ ବେଖାତିର କରୁଛନ୍ତି। ସମସ୍ତ ଶିକ୍ଷକ ୨୦୧୩ ଚୁକ୍ତିଭିତ୍ତିକ ଆଇନରେ ଚାକିରି ପାଇଥିଲେ ଓ ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ ଆଇନ-୨୦୧୩ କୁ ଉଚ୍ଛେଦ କରି ନିୟମିତ କରିବା ପାଇ ଘୋଷଣା କରିଥିଲେ ଓ ନୂତନ ନିୟମ ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିୟମିତ କରିବା କଥା। କିନ୍ତୁ ବିଭିନ୍ନ ବାହାନା ଦେଖାଇ ନିୟମିତ କରୁନାହାନ୍ତି।

ଏଥିପାଇଁ ଆଜି ଶିକ୍ଷକ ସମାଜ ଗଣଶିକ୍ଷା ବିଭାଗର ନିରବତା ଦେଖି ଦୁଃଖ ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ନିଜ ଘୋଷଣା ମୁତାବକ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରନ୍ତୁ ଓ ସମସ୍ତ ୨୦୦୪ ରୁ ୨୦୧୪ ଯାଏଁ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କୁ ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରୀରେ ମିଶାଇ ନ୍ୟାୟ ପ୍ରଦାନ କରନ୍ତୁ।

ଯଦି ଗଣ ଶିକ୍ଷା ବିଭାଗ ଆଗାମୀ ୫ ଦିନ ଭିତରେ ସମସ୍ତ ୨୦ ହାଜର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ ନ କରନ୍ତି ତେବେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ରାଜ ରାସ୍ତାକୁ ଓହ୍ଲାଇବେ ଓ ବିଧାନ ସଭା ଘେରେଉ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକ ପ୍ରେସ ଇସ୍ତାହାରରେ ସଙ୍ଘ ମହା ସଚିବ ବିଶ୍ୱଜିତ୍ ବିଶ୍ଵାଳ, ସଭାପତି ପଞ୍ଚାନନ ଜେନା, ସମ୍ପାଦକ ଅନ୍ତର୍ଯ୍ୟାମି ବେହେରା, ଉପସଭାପତି ଦାମୋଦର ମହା ନନ୍ଦ, କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ରାଜେନ୍ଦ୍ର ମଲ୍ଲିକ, ପ୍ରତାପ ସାମଲ, ବିନୋଦ ମିଶ୍ର, ବସନ୍ତ କୌଶଲ୍ୟ, ଶାନ୍ତନୁ ଦାସ ପ୍ରମୁଖ ସରକାରଙ୍କୁ ଜଣାଇଛନ୍ତି।

ଗଣଶିକ୍ଷା ବିଭାଗ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ବିଧାନସଭା ଘେରିବ ମୁଖ୍ୟମନ୍ତ୍ରୀଙ୍କ ଆଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.