Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୯ତମ ନିର୍ବାଣ ଉତ୍ସବ ପାଳିତ
ଆଜିର ଖବର

ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୯ତମ ନିର୍ବାଣ ଉତ୍ସବ ପାଳିତ

October 25, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୯ତମ ନିର୍ବାଣ ଉତ୍ସବ ପାଳିତ

ଭୁବନେଶ୍ୱର : ଭାରତବର୍ଷରେ ସଂସ୍କାରବାଦୀ ଆନ୍ଦୋଳନର ପ୍ରବର୍ତ୍ତକ ତଥା ଆର୍ଯ୍ୟସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୯ତମ ନିର୍ବାଣ ଉତ୍ସବ ସୋମବାର ଦିନ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ପାଳିତ ହୋଇଯାଇଛି ।
ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ଉତ୍ସବ, ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

ଉତ୍ସବର ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ବୈଦିକ ଯଜ୍ଞ ସରିବା ପରେ କାର୍ଯ୍ୟକ୍ରମକୁ ପାତଞ୍ଜଳି ଯୋଗଗୁରୁ ବୃନ୍ଦାବନ ସ୍ୱାଇଁ ଉଦ୍‌ଘାଟନ କରି କହିଲେ ଯେ, ଆଜକୁ ୧୪୭ ବର୍ଷ ତଳେ ମହର୍ଷି ଦୟାନନ୍ଦ ଯେଉଁ ସଂସ୍କାବାଦୀ ଆନ୍ଦୋଳନର ସୂତ୍ରପାତ କରିଥିଲେ ଆଜି ମଧ୍ୟ ଭାରତବର୍ଷରେ ତାହାର ଆବଶ୍ୟକତା ରହିଛି । ଏବେ ବି ଗାଁ ଗହଳିରେ ଅନ୍ଧବିଶ୍ୱାସ ବସା ବାନ୍ଧି ରହିଛି । ରୋଗ ହେଲେ ଲୋକେ ଡ଼ାକ୍ତରଖାନା ନ ଯାଇ ଦିସାରି ପାଖକୁ ଯାଉଛନ୍ତି ।

ନୂତନ ଯୁବପିଢି ସମାଜରେ ଚାଲିଥିବା ଏହି କୁସଂସ୍କାର ବିରୋଧରେ ଆନ୍ଦୋଳନ କରିବା ଆବଶ୍ୟକ ବୋଲି ସେ କହିଥିଲେ । ପୂର୍ବତନ କୁଳାଧିପତି ଡଃ ବଦ୍ରୀନାଥ ପଟ୍ଟନାୟକ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ସ୍ୱାମିଜୀଙ୍କର ଯୁଗାନ୍ତଗାରୀ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ପରିପୁଷ୍ଟ କରିଥିଲା ବୋଲି କହିଥିଲେ ।

ସମାଜସେବୀ ଆଶୁତୋଷ ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଶେଷରେ ଆଶ୍ରମର ପରିଚାଳକ ଭବାନୀକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଧନଞ୍ଜୟ ନାୟକ ଓ ନଳିନୀକାନ୍ତ ରାଉତ ପରିଚାଳନା କରିଥିଲେ ।

ମହର୍ଷି ଦୟାନନ୍ଦ ସରସ୍ୱତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: କୌଣସି ଶୁଳ୍କ ବିନା ଏହି ଦିନ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ

March 1, 2026

ବଙ୍ଗଳାର ରାସ୍ତାରେ ବିଜେପିର “ପରିବର୍ତ୍ତନ ଯାତ୍ରା”: ୫ ହଜାର କିମିର ବଡ ଶକ୍ତି ପ୍ରଦର୍ଶନ!

March 1, 2026

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026
Latest News

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: କୌଣସି ଶୁଳ୍କ ବିନା ଏହି ଦିନ ଆରମ୍ଭ ହେବ ଅନଲାଇନ୍ ପଞ୍ଜୀକରଣ

March 1, 2026

ବଙ୍ଗଳାର ରାସ୍ତାରେ ବିଜେପିର “ପରିବର୍ତ୍ତନ ଯାତ୍ରା”: ୫ ହଜାର କିମିର ବଡ ଶକ୍ତି ପ୍ରଦର୍ଶନ!

March 1, 2026

ସମ୍ପୂର୍ଣ୍ଣ ନୂଆ ରୂପରେ ଜିଓଫାଇନାନ୍ସ ଆପ୍ ଶୁଭାରମ୍ଭ: ଏବେ କେଉଁଠି ନିବେଶ କରିବେ କହିବ ଏଆଇ

March 1, 2026

ଆଜି ସେମିଫାଇନାଲ ପାଇଁ ମହା ଲଢେଇ: ଜାଣନ୍ତୁ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ କାହାର ପଲ୍ଲା ଭାରି?

March 1, 2026

ଦୁବାଇ ସମେତ ୟୁଏଇ ଉପରେ ସିରିଜ ଆକ୍ରମଣ ଆରମ୍ଭ କଲା ଇରାନ 

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.