Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଉଠା ଜଳସେଚନ ନିଗମକୁ ୫୦ବର୍ଷ, ଧାର୍ଯ୍ୟ ଲକ୍ଷ ପୁରଣ ପାଇଁ ଚେଷ୍ଠା
ଆଜିର ଖବର

ଓଡ଼ିଶା ଉଠା ଜଳସେଚନ ନିଗମକୁ ୫୦ବର୍ଷ, ଧାର୍ଯ୍ୟ ଲକ୍ଷ ପୁରଣ ପାଇଁ ଚେଷ୍ଠା

October 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ଉଠା ଜଳସେଚନ ନିଗମକୁ ୫୦ବର୍ଷ, ଧାର୍ଯ୍ୟ ଲକ୍ଷ ପୁରଣ ପାଇଁ ଚେଷ୍ଠା

ଭୁବନେଶ୍ବର: ଓଡ଼ିଶା ଉଠା ଜଳସେଚନ ନିଗମର ୫୦ତମ ବର୍ଷର ପଦାର୍ପଣ ପରିପ୍ରେକ୍ଷୀରେ ଏହାର ପ୍ରତିଷ୍ଠା ଦିବସ କାର‌୍ୟ୍ୟକ୍ରମକୁ ଗତ ଏକ ତାରିଖରେ ବିଧିବଦ୍ଧ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏହି ଉପଲକ୍ଷେ ନିଗମର ୫୦ତମ ବର୍ଷ ପୂର୍ତ୍ତିକୁ ନେଇ ନିଗମ ଅନେକ କାର‌୍ୟ୍ୟକ୍ରମ ହାତକୁ ନେଇଛି।

ଏହି ଅବସରରେ ଗତ ୨୧ ତାରିଖ ପୂର୍ବାହ୍ଣରେ ଭୁବନେଶ୍ୱର ଓଏଲ୍ଆଇସି ଡିଭିଜନ ଠାରେ ନୂତନ ଟେକ୍ନୋଲୋଜିର ଆଇ.ଏସ୍.ଓ ପ୍ରାମାଣୀକୃତ ପମ୍ପ ପରୀକ୍ଷା ପ୍ରୟୋଗଶାଳା, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ।

ସନ୍ଧ୍ୟାରେ ନିଗମର ସାସ୍କୃତିକ ପାରିଷଦ ଦ୍ୱାରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳସଂପଦ , ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏଥିରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ, ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ ଓ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଯୋଗଦାନ କରି ବାର୍ଷିକ ପତ୍ରିକା ଉନ୍ମୋଚନ ପୂର୍ବକ ଓ ସଫଳ ଚାଷୀମନଙ୍କୁ ସମର୍ଦ୍ଧିତ କରିଥିଲେ।

ମନ୍ତ୍ରୀ ନିଜ ବକ୍ତବ୍ୟରେ ଜଳସେଚନ କ୍ଷେତ୍ରରେ ଓଏଲ୍ ଆଇ ସିର ଉଦ୍ୟମ ପ୍ରଶଂସନୀୟ ରହିଛିବୋଲି ପ୍ରକାଶ କରିବା ସହ ନିଗମ ଆଗକୁ ଆହୁରି ଭଲ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଯୋଗଦେଇ, ଏବେ ଓଏଲ୍ଆଇସି ଗୋଲ୍ଟଡ କ୍ୟାଟେଗୋରୀରେରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ କୃଷି ଓ କୃଷକର ଉନ୍ନତିରେ ଓଏଲ୍ଆଇସିର କାର‌୍ୟ୍ୟକୁ ପ୍ରସଂସା କରିଥିଲେ ।

ତତ୍ ସହିତ ଉପସ୍ଥିତ ବିଭିନ୍ନ ପାଣି ପଞ୍ଚାୟତର ସଦସ୍ୟ ଓ କୃଷକମାନଙ୍କୁ କେବଳ ଧାନ ଫସଲ ନକରି ଅଧିକରୁ ଅଧିକ ଡାଲି, ତୈଳବୀଜ, ପନିପରିବା ପରି ଅର୍ଥକରୀ ଫସଲ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ପତ୍ରୀ ଏହି କାର‌୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ, ଯେଉଁ ସ୍ଥାନରେ ଅନ୍ୟ ବିଭିନ୍ନ ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା ସହଜ ହୋଇପାରୁ ନାହିଁ, ସେ କ୍ଷେତ୍ରରେ ଓଏଲ୍ଆଇସି ସବୁ ଅପହଂଚ ସ୍ଥାନରେ ପହଞ୍ଚି ପାରୁଛି । ମୁଖ୍ୟମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷ ରେ ୫ଲକ୍ଷ ହେକ୍ଟର ଜମିରେ ଜଳସେଚନ ର ଯେଉଁ ଧାର‌୍ୟ୍ୟ ଲକ୍ଷ୍ୟ ଦେଇଛନ୍ତି, ତାହାକୁ ପୂରଣ କରିବାକୁ ଓଏଲ୍ଆଇସି ନିଶ୍ଚିତ ଭାବେ ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ପତ୍ରୀ କହିଥିଲେ ।

ଏହି ବର୍ଷ ଓଏଲ୍ଆଇ ସିଗୋଷ୍ଠୀ ଉଠା ଜଳସେଚନ ନିମନ୍ତେ ଜାତୀୟ ସ୍ତରୀୟ ପୁରସ୍କାରରେ ପୁରସ୍କୃତ ହୋଇଛି । ଏଥିପାଇଁ ସମସ୍ତ କର୍ମଚାରୀ ଓ ଚାଷୀ ଭାଇମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସମର୍ଦ୍ଧିତ ଚାଷୀମାନଙ୍କ ମଧ୍ୟରେ ବହୁ ମହିଳା ସଫଳ ଚାଷୀ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କର ମହିଳା ସଶକ୍ତିକରଣ କାର‌୍ୟ୍ୟକ୍ରମର ସଫଳ ରୂପାୟନ ହୋଇଥିବା ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ନିଗମର ପରିଚାଳନା ନିର୍ଦେଶିକା ଶ୍ରୀମତୀ ପଟ୍ଟନାୟକ ନିଜ ବକ୍ତବ୍ୟ ରଖିଥିବା ବେଳେ ନିଗମର କାର‌୍ୟ୍ୟନିର୍ବାହୀ ନିର୍ଦେଶକ ଇଂ ବାଲେଶ୍ୱର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ନିଗମର ସାସ୍କୃତିକ ପରିଷଦ ଦ୍ୱାରା ସାମାଜିକ ନାଟକ ‘ଶେଷ ନିଷ୍ପତ୍ତି’ ପରିବେଷଣ କରାଯାଇଥିଲା।

ଓଡିଶା ଉଠା ଜଳସେଚନ ନିଗମ ଜଳସେଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

March 23, 2026

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

IPL ପାଇଁ ୧୫ଟି ସହରରେ ହେବ ଫ୍ୟାନ୍ ପାର୍କ: ଜାଣନ୍ତୁ ଓଡିଶାରେ କେବେ ଓ କେଉଁଠି?

March 23, 2026
Latest News

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026

ଆଇନ୍ ଛାତ୍ରଛାତ୍ରୀ ନ୍ୟାୟ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେବା ଆବଶ୍ୟକ: ଜଷ୍ଟିସ୍ ରମଣ

March 23, 2026

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.