
ଭୁବନେଶ୍ୱର : ନିମାପଡା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ଭୁବନେଶ୍ୱରର ଅର୍ଚ୍ଚନା ନାଗ କେଳେଙ୍କାରୀ ସମେତ ରାଜ୍ୟରେ ଘଟିଥିବା ଯୌନ କେଳେଙ୍କାରୀ, ଦୁର୍ନୀତି ବିରୋଧରେ ସବଜିଭିଜନ ଘେରିବ ବିଜେପି। ଆଦି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ସମୀର ଦାଶ ସ୍ୱର୍ଗତଃ ସାହୁଙ୍କ ପତ୍ନୀଙ୍କୁ ଡ୍ରଗ୍ସ ଦେଇ ଅନୈତିକ ସମ୍ପର୍କ ରଖିବା, ସ୍ୱର୍ଗତଃ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶଙ୍କ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା କାରବାର ଓ ବିନ୍ଦାସ ଚିନୁ ସେହି ଭିଡିଓ ଦେଖାଇ ସ୍ୱର୍ଗତଃ ସାହୁଙ୍କୁ ବ୍ଲାକମେଲିଂ କରି ପ୍ରତିମାସ ହଜାର ହଜାର ଟଙ୍କା ନେଉଥିବା ଅନ୍ଲାଇନ ଟ୍ରାଜେକ୍ସନ୍ ଓ ଅଡିଓ ଭାଇରାଲ ହେଉଛି ।
ସେହିପରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଏସିପି, ଡିସିପି ଓ ପୋଲିସ କମିଶନରଙ୍କୁ ବାରମ୍ବାର ଭେଟି ଅଭିଯୋଗ ଦେବା ସତ୍ୱେ କାହିଁକି କେସ୍ର ତଦନ୍ତ ଆଗଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ପୋଲିସ ଡିଜି ଏହାର ଉତର ରଖନ୍ତୁ । ଓଡ଼ିଶା ପୋଲିସ ସମ୍ବିଧାନକୁ ମାନିବା ସହ ନିଜର ବିବେକାନୁମୋଦିତ କାର୍ଯ୍ୟ କରିବା ଲାଗି ଲେଖାଶ୍ରୀ ଆହ୍ୱାନ ଦେଇଛନ୍ତି ।
ଯଦି ରାଜ୍ୟ ସରକାର ଏସବୁ ନିରପେକ୍ଷ ତଦନ୍ତ ନ କରନ୍ତି ତାହାଲେ ଆଗାମୀ ୭ଦିନ ଭିତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ସମସ୍ତ ୫୮ଟି ସବଡିଭିଜନରେ ଆନ୍ଦୋଳନ ପ୍ରତିବାଦ କରାଯିବ ବୋଲି ଲେଖାଶ୍ରୀ ଚେତାବନୀ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ବରିଷ୍ଠ ନେତା ତଥା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସଜ୍ଜନ ଶର୍ମା, ବରିଷ୍ଠ ନେତା ଶ୍ରୀ ସୁଦର୍ଶନ ନାୟକ, ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।