Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜାମ ଖାନଙ୍କ ରଦ୍ଦ ହେଲା ବିଧାନସଭା ସଦସ୍ୟତା, ଜାଣନ୍ତୁ କାରଣ
ଆଜିର ଖବର

ଆଜାମ ଖାନଙ୍କ ରଦ୍ଦ ହେଲା ବିଧାନସଭା ସଦସ୍ୟତା, ଜାଣନ୍ତୁ କାରଣ

October 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜମ ଖାନ
ଆଜମ ଖାନଙ୍କ ହଠାତ ବିଗିଡିଲା ସ୍ୱାସ୍ଥ୍ୟ: ପୁଅ ଅବଦୁଲ୍ଲା ଦେଲେ ଅପଡେଟ

ନୂଆଦିଲ୍ଲୀ: ଆପତ୍ତିଜନକ ବିବୃତ୍ତି ମାମଲାରେ ତିନି ବର୍ଷ ଦଣ୍ଡିତ ହେବାର ଗୋଟିଏ ଦିନ ପରେ ଆଜି ଏସପି ନେତା ଆଜାମ ଖାନଙ୍କ ୟୁପି ବିଧାନସଭାର ସଦସ୍ୟତା ରଦ୍ଦ କରାଯାଇଛି। ଉତ୍ତରପ୍ରଦେଶ ବିଧାନସଭା ସଚିବଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି। ୟୁପି ବିଧାନସଭାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଦୁବେ କହିଛନ୍ତି ଯେ, ବିଧାନସଭା ସଚିବ ରାମପୁର ସଦର ବିଧାନସଭା ଆସନ ଖାଲି ଘୋଷଣା କରାଯାଇଛି।

ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, “ବିଧାନସଭା ବାଚସ୍ପତି ସତୀଶ ମହାନା ଜୀଙ୍କର ମହମ୍ମଦ ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାର ନିଷ୍ପତ୍ତି ସ୍ୱାଗତଯୋଗ୍ୟ!

ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶର ରାମପୁରର ସାଂସଦ/ବିଧାୟକ କୋର୍ଟ ଗୁରୁବାର ଦିନ ଏସପି ନେତା ତଥା ବିଧାୟକ ଆଜମ ଖାନଙ୍କୁ ଆପତ୍ତିଜନକ ବିବୃତ୍ତି ଦେଇ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ୨୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଜୁଲାଇ ୨୦୧୩ରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଯଦି କୌଣସି ମାମଲାରେ ସାଂସଦ ଏବଂ ବିଧାୟକଙ୍କୁ ଦୁଇ ବର୍ଷରୁ ଅଧିକ ଦଣ୍ଡିତ କରାଯାଏ, ତେବେ ଦଣ୍ଡ ଘୋଷଣା ହେବା ଦିନଠାରୁ ସେମାନଙ୍କର ସଦସ୍ୟତା (ସଂସଦ ଏବଂ ବିଧାନସଭା ଠାରୁ) ରଦ୍ଦ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ଅପମାନଜନକ ଭାଷା ବ୍ୟବହାର କରି ଏବଂ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ସାଧାରଣ ସଭାରେ ଆପତ୍ତିଜନକ ସମ୍ବୋଧିତ କରିଥିଲେ। ଏହାପରେ ମାମଲା ପଞ୍ଜିକୃତ ହୋଇଥିଲା, ଏସପି ନେତାଙ୍କ ଏହି ବିବୃତ୍ତିର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

ତେବେ ଗୁରୁବାର ଦିନ ଆଜାମ ଖାନ ଏହି ମାମଲାରେ ଜାମିନ ପାଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ଏସପି ନେତା କହିଛନ୍ତି ଯେ, ଏହା ହେଉଛି ସର୍ବାଧିକ ଦଣ୍ଡ। ଏହି ମାମଲାରେ ଜାମିନ ଏକ ବାଧ୍ୟତାମୂଳକ ସର୍ତ୍ତ ଏବଂ ଏହି ଆଧାରରେ ମୁଁ ଜାମିନ ପାଇଛି। ମୁଁ ନ୍ୟାୟ ଉପରେ ବିଶ୍ୱାସ କରେ।

ଆଜାମ ଖାନ ଉପ-ନିର୍ବାଚନ ବିଧାନସଭା ସଦସ୍ୟତା
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026
Latest News

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.