
ଭୁବନେଶ୍ୱର : ଆଜି ବିଜେପି ମଧ୍ୟ ଧାମନଗର ଉପନିର୍ବାଚନରେ ବିଜେଡି ବିରୋଧରେ ଅଭିଯୋଗ ଦାଖଲ କରିଛି। ଭୁବନେଶ୍ବରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରାଯାଇଛି। ଏଥିରେ ଦଳ ଅଭିଯୋଗ କରିଛି ଯେ, ବିଜେଡି ନିର୍ବାଚନ ପ୍ରଚାରରେ ଏସଏଚଜି ମହିଳାଙ୍କୁ ବ୍ୟବହାର କରୁଛି। ସେମାନଙ୍କ ମାଧ୍ୟମରେ ଟଙ୍କା ବାଣ୍ଟୁଛି।
ପୂର୍ବରୁ ବିଜେପି ଏସ୍ଏଚଜି ମହିଳା ଓ ସରକାରୀ ଚାକିରୀ କରିଥିବା ବ୍ୟକ୍ତି ଶାସକ ଦଳର ପ୍ରଚାର କରୁଥିବାର ଅଭିଯୋଗ ନେଇ ସିଇଓଙ୍କୁ ଅବଗତ କରିଥିଲା। ସେମାନଙ୍କ ବିରୋଧରେ କେବଳ ଏଫଆଇଆର୍ ଦେଇ ପ୍ରଶାସନ ଚୁପ୍ ବସିଥିବା ବେଳେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବା ଚାକିରୀରୁ ନିଲମ୍ବନ କରାଯାଇନାହିଁ । ଏହି ଦୁଇ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର ଓ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଡ. ଲେଖାଶ୍ରୀ ସାମନ୍ତସିଂହାର ସିଇଓଙ୍କ ନିକଟରେ ଦାବି କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳିରେ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନାପ୍ରମୁଖ ଉପସ୍ଥିତ ଥିଲେ ।