Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହା ଜ୍ଞାନୀ ରାବଣ!
ଆଜିର ଖବର

ମହା ଜ୍ଞାନୀ ରାବଣ!

October 30, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମହା ଜ୍ଞାନୀ ରାବଣ!

ଭୁବନେଶ୍ବର: ଦିନ ଯାକର ସବୁ କାମ ଧନ୍ଦା ସାରି କ୍ଲାନ୍ତ ଶରୀରଟା ବିଛଣା ଉପରେ ଲେଉଟାଇ ଦେଲା ବେଳେ ସୁଖ ଦୁଃଖ ଭରା ସଂସାରର କିଛି କଥୋପକଥନ ସ୍ବାମୀ ସ୍ତ୍ରୀ ହୋଇଥାନ୍ତି। ପ୍ରାୟତଃ ସ୍ତ୍ରୀ ହିଁ ସ୍ବାମୀର ଭଲ ମନ୍ଦ କଥା ବୁଝେ। ଭୁଲ ଠିକ୍ ର ବାଖ୍ୟା କରେ। କଣ କରିବ ନକରିବ,ତାର ଉପଦେଶ ଦିଏ। ଶେଷରେ ଈଶ୍ବରଙ୍କ ନିକଟରେ ସ୍ବାମୀର ସର୍ବକୁଶଳ କାମନା କରି ନିଦ୍ରା ଯାଏ।

ସେଦିନ ସ୍ବାମୀ ବିଂଶ ବାହୁ ରାବଣର ପାଦ ସଂଚାଳନ କରୁ କରୁ ସ୍ତ୍ରୀ ମନ୍ଦଦୋରୀ କହିଲା,ସ୍ବାମୀ ! ଜଗତମାତା ସୀତାଙ୍କୁ ଅପହରଣ କରି ଆପଣ କଣ ଠିକ୍ କରିଛନ୍ତି ? କାହିଁକି ଏମିତି ଭୁଲ କଲେ । ଧୀରେ ଧୀରେ ସମସ୍ତେ ତ ମଲେଣି । ଏ ବଂଶ ଲୋପ ପାଇବାକୁ ବସିଲାଣି । ଆପଣ କଣ ଜାଣି ପାରିଲେ ନାହିଁ ଯେ ରାମ କିଏ ? ଯିଏ ପରମବ୍ରହ୍ମ,ଯିଏ ଜଗତ ପିତା ଆପଣ ତାଙ୍କ ସ୍ତ୍ରୀକୁ ଅପହରଣ କରି କଣ ଠିକ୍ କଲେ ?

ରାବଣ ସ୍ମିତ ହସିଲେ। କହିଲେ, ମନ୍ଦଦୋରୀ ! ରାମ କିଏ , ସେ କଥା ମୋ ଠାରୁ ଭଲ ସଂସାରରେ କିଏ ଜାଣିଛି ? ଜୟ ବିଜୟ ଦୁଇ ଭାଇ ଦ୍ବାରପାଳ କାମ କରୁଥିଲୁ ବିଷ୍ଣୁଙ୍କ ପାଖରେ। ଆମର ଭୁଲ ପାଇଁ ଅଭିଶାପ ପାଇ ଆମେ ଦୁଇ ଜଣ ଏବେ ରାବଣ ଏବଂ କୁମ୍ଭକର୍ଣ୍ଣ ହୋଇ ଜନ୍ମ ନେଇଛୁ। ଅନେକ ପ୍ରାର୍ଥନା ପରେ ପ୍ରଭୁ ଆସିଛନ୍ତି ଆମକୁ ଉଧାର କରିବେ ଏ ରାକ୍ଷସ ଯୋନୀରୁ।

ମୁଁ ମହାନ ଋଷି ବିଶ୍ରାବାଙ୍କ ପୁଅ। ମୁଁ ଚାରି ବେଦ ଦଶ ମୁଖରେ ଉଚ୍ଚାରଣ କରିପାରେ। ମୁଁ ଯେତେବେଳେ ଜାଣିଲି ପ୍ରଭୁ ଆସୁଛନ୍ତି ମୋତେ ମାରି ଉଧାର କରିବା ପାଇଁ ମୁଁ ନିଜେ ଗଲି ସେତୁ ବନ୍ଧ ପ୍ରତିଷ୍ଠା କରିବା ପାଇଁ । ମନ୍ଦଦୋରୀ ! ମୁଁ ରାବଣ। ମୋ ନାମର ପ୍ରଥମ ଅକ୍ଷର “ରା” । ତୁମେ ମନ୍ଦଦୋରୀ। ତୁମ ନାମର ପ୍ରଥମ ଅକ୍ଷର “ମ” । ଦୁଇଟା ଯାକ ମିଶିଗଲେ ପ୍ରଭୁଙ୍କ ନାମ ହବ “ରାମ”।

ମୁଁ ଭକ୍ତ ସେ ଭଗବାନ। ମୁଁ ପୁଅ ସେ ବାପା। ମୁଁ ଜୀବ ସେ ପରମ। ମୁଁ ପ୍ରକୃତି ସେ ପୁରୁଷ। ଯେତେବେଳେ ମାଆ ସୀତାଙ୍କୁ ଆଣିବାକୁ ଯାଇ ତାଙ୍କ ବାମ ହାତ ଧରି ପକେଇଲି, ମୁଁ ଜାଣି ପାରିଲି ସୀତା ଠାକୁରାଣୀ ମାଆ ହବାକୁ ଅକ୍ଷମ । (ଡାକ୍ତର/ ବୈଦ୍ୟମାନେ ନାରୀମାନଙ୍କର ବାମ ହାତର ନାଡିକୁ ପରୀକ୍ଷା କରନ୍ତି , ଆପଣ ଲକ୍ଷ୍ୟ କରନ୍ତୁ ) ସେତେବେଳେ ମୁଁ ତାଙ୍କୁ ଆଣି ଅଶୋକ ବନରେ ରଖିଲି। କାରଣ – ଅଶୋକ ଗଛର ଏକ ଔଷଧୀୟ ଗୁଣ ହେଲା ନାରୀର ବନ୍ଧ୍ୟା ଦୋଷ ଦୁର କରିବ। (ଆଜି ବି ସ୍ତ୍ରୀ ରୋଗ ବିଶେଷଜ୍ଞମାନେ,ସ୍ତ୍ରୀ ଲୋକମାନଙ୍କୁ ଅଶୋକାରିଷ୍ଟ ଖାଇବାକୁ କୁହନ୍ତି)

ଦ୍ବିତୀୟ କାରଣ – ଅଶୋକ ଶବ୍ଦକୁ ଅନୟ କଲେ,ନ ଶୋକ = ଅଶୋକ । ଯେଉଁଠି ଶୋକ ନାହିଁ । ମାଆ ମୋର ଦୁଃଖ ନ ପାଉ ।

ତୃତୀୟ କାରଣ- କାରଣ ପ୍ରଭୁ ରାମ ଶପଥ ନେଇ ଥିଲେ ବନବାସ କରିବେ। ଯଦି ମୁଁ ସୀତାଙ୍କୁ ଉଆସରେ ରଖିଥାନ୍ତି , ଭୁଲ ହୋଇନଥାନ୍ତା ? ସେଥିପାଇଁ ଅଶୋକବନରେ ରଖିଛି।
ଏତେ କଥା ଶୁଣି ମନ୍ଦଦୋରୀ କହିଲେ, ତୁମେ ତ ସୀତାଙ୍କୁ ନେଇ ସେତୁ ବନ୍ଧ ପ୍ରତିଷ୍ଠା କରିବାକୁ ଯାଇଥିଲ। ସେଠି ଯୁଦ୍ଧ କରିଥାନ୍ତ। ନିଜେ ମରି ମୁକ୍ତି ପାଇଥାନ୍ତ। ପ୍ରଭୁ ରାମ,ମାଆ ସୀତାଙ୍କୁ ନେଇ ଯାଇଥାନ୍ତେ। ତାଙ୍କୁ ଲଙ୍କାକୁ ଆସିବାକୁ କାହିଁକି ସୁଯୋଗ ଦେଲ ?
ମୁଁ ରାକ୍ଷସମାନଙ୍କର ରାଜା। ରାଜାର କର୍ତ୍ତବ୍ୟ ପ୍ରଜାମାନଙ୍କର ମଙ୍ଗଳ କରିବା । ମୁଁ ତ ପ୍ରଭୁଙ୍କ ହାତରେ ମରି ଏ ରାକ୍ଷସ ଯୋନୀରୁ ମୁକ୍ତି ପାଇବି ମାତ୍ର ମୋ ପ୍ରଜାମାନେ କେମିତି ମୁକ୍ତି ପାଇବେ ? ମୋ ପାଖେ ମାଆ ଅଛି ମାନେ ବାପା ଆସିବେ। ପ୍ରଭୁଙ୍କର ଅପୁର୍ବ ଯୋଡି ଦେଖି ଏ ରାକ୍ଷସମାନେ ବି ମୁକ୍ତି ପାଇବେ।

ମନ୍ଦଦୋରୀ ଆଖିରେ ଲୁହ। ପଚାରିଲା ସ୍ବାମୀ ! ସବୁ ତ ତୁମେ ପାଇଲ , ମୁଁ କଣ ପାଇଲି ..? ରାବଣ ଉତ୍ତର ଦେଲା – ତୁମେ ରାକ୍ଷସର ସ୍ତ୍ରୀ ହୋଇବି ସତୀ ହୋଇ ରହିବ । ଆଉ ଭଲ ସ୍ତ୍ରୀର ଉଦାହରଣ ପାଇଁ ବିବାହ ଭଳି ଶୁଭ କାର୍ଯ୍ୟରେ ବ୍ରାହ୍ମଣ ଗୋସେଇଁ ମନ୍ତ୍ର ଉଚ୍ଚାରଣ କରିବେ, ଯଥା ରାମସ୍ୟ ସୀତା , ଯଥା ରାବଣସ୍ୟ ମନ୍ଦଦୋରୀ।

Ravan ରାବଣ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରାଣାନ୍ତକ ଆକ୍ରମଣ : ଭୁଜାଲି ଚୋଟରେ ଛିଣ୍ଡିଲା ହାତ ପାପୁଲି ଓ ବୁଢ଼ା ଆଙ୍ଗୁଠି

May 28, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

୨୦୨୫-୨୬ରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ରେକର୍ଡ ୧.୮୭ ଲକ୍ଷ କୋଟିର ବିକ୍ରୟ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ପ୍ରାଣାନ୍ତକ ଆକ୍ରମଣ : ଭୁଜାଲି ଚୋଟରେ ଛିଣ୍ଡିଲା ହାତ ପାପୁଲି ଓ ବୁଢ଼ା ଆଙ୍ଗୁଠି

May 28, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

୨୦୨୫-୨୬ରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ରେକର୍ଡ ୧.୮୭ ଲକ୍ଷ କୋଟିର ବିକ୍ରୟ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ମାରାତ୍ମକ ହୋଇପାରେ ଏସିର ବ୍ୟବହାର, ଜାଣନ୍ତୁ କାରଣ କଣ ?

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.