Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ କ୍ୟାବିନେଟ ମଞ୍ଜୁରି
ଆଜିର ଖବର

ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ କ୍ୟାବିନେଟ ମଞ୍ଜୁରି

November 2, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ ମଞ୍ଜୁରି
କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ ମଞ୍ଜୁରି ମିଳିଛି। ୨୦୨୨-୨୩ ରବି ଋତୁରେ ଏହି ସବସିଡି ଦର ୨୦୨୨ ଅକ୍ଟୋବର ପହିଲା ତାରିଖ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଲାଗୁ ହେବ। ପଟାସ ଓ ଫସଫେଟ ସାରରେ ନାଇଟ୍ରୋଜେନ (ଏନ), ଫସଫରସ (ପି), ପଟାସ (କେ) ଏବଂ ସଲଫର (ଏସ) ଆଦି ବିଭିନ୍ନ ପୋଷକ ତତ୍ତ୍ବ ମିଶ୍ରଣ କରାଯିବ। ଏ ସଂକ୍ରାନ୍ତରେ ସାର ବିଭାଗ ପକ୍ଷରୁ ମିଳିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ଆର୍ଥିକ ବ୍ୟୟବରାଦ:

୨୦୨୨-୨୩ ରବି ଋତୁ ପାଇଁ କ୍ୟାବିନେଟ ମୋଟ୍‌ ୫୧ ହଜାର ୮୭୫ କୋଟି ଟଙ୍କାର ସବସିଡି ମଞ୍ଜୁର କରିଛନ୍ତି। ଏଥିରେ ଫ୍ରିଟ୍‌ ବା ମାଲ ଭଡ଼ା ସବସିଡି ଜରିଆରେ ସ୍ବଦେଶୀ ସାରକୁ ଦିଆଯାଉଥିବା ସହାୟତା ସାମିଲ ରହିଛି।

ଲାଭ:

କ୍ୟାବିନେଟଙ୍କର ଏହି ନିଷ୍ପତ୍ତି ଦ୍ବାରା ୨୦୨୨-୨୩ ରବି ଋତୁରେ ସବୁ ଚାଷୀଙ୍କୁ ଶସ୍ତା/ସବସିଡି ଦରରେ ସମସ୍ତ ପିଏଣ୍ଡକେ ସାର ଉପଲବ୍ଧ ହୋଇପାରିବ ଏବଂ ଏହା କୃଷି କ୍ଷେତ୍ରକୁ ମଧ୍ୟ ସହାୟକ ହେବ। ଅନ୍ତର୍ଜାତୀୟ ବଜାରରେ ସାର ଦରରେ ଦେଖା ଦେଇଥିବା ଅସ୍ଥିରତା ଏବଂ କଞ୍ଚାମାଲର ଅଭାବ ସମସ୍ୟାକୁ କେନ୍ଦ୍ର ସରକାର ସବସିଡି ଓ ଅନ୍ୟାନ୍ୟ ସହାୟତା ମାଧ୍ୟମରେ ପ୍ରାୟତଃ ନିୟନ୍ତ୍ରଣ କରି ଆସୁଛନ୍ତି।

କ୍ୟାବିନେଟ ମଞ୍ଜୁରି ନରେନ୍ଦ୍ର ମୋଦୀ ପଟାସ ସାର ପୋଷକ ତତ୍ତ୍ବ ଫସଫେଟ
Share. Facebook Twitter LinkedIn Email WhatsApp Copy Link

Related Posts

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026
Latest News

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026

ବଡ଼ ଆଶ୍ୱସ୍ତି ଦେଲେ କେନ୍ଦ୍ର ସରକାର: ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ

August 1, 2026

‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବବର୍ଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.