Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ନେଲେ ସତ୍ୟବ୍ରତ ସାହୁ, କଲେ ସମୀକ୍ଷା
ଆଜିର ଖବର

ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ନେଲେ ସତ୍ୟବ୍ରତ ସାହୁ, କଲେ ସମୀକ୍ଷା

November 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ନେଲେ ସତ୍ୟବ୍ରତ ସାହୁ, କଲେ ସମୀକ୍ଷା

ଭୁବନେଶ୍ବର: ଆମେ ସମସ୍ତେ ଆମର ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଇବା ଆବଶ୍ୟକ । ଓଡିଶାର ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବା ସହ ବିଭାଗର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରାଯିବା ପାଇଁ ର୍ସବାଧିକ ଗୁରୁତ୍ୱ ଦିଆଯିବାକୁ ବିଭାଗରେ ନୂତନ ଭାବେ ଯୋଗଦାନ କରିଥିବା ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି ।

ଏ ସଂର୍ପକରେ ସେ ବିଭାଗୀୟ ସମସ୍ତ ଅଧିକାରୀ ଓ ର୍କମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦଶେ ଓ ପରାର୍ମଶଦେଇଛନ୍ତି ।ଆଜି ପୂର୍ବାହ୍ଣରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀ ସାହୁ କାର୍ଯ୍ୟାଳୟରେ ପହଁଚିବା ପରେ ବିଭାଗର ନିର୍ଦ୍ଦଶେକ ଶ୍ରୀ ରଞ୍ଜନ କୁମାର ଦାସଙ୍କ ସମତେ ବିଭାଗ ଅନ୍ର୍ତଗତ ବିଭିନ୍ନ ଶାଖାର ମୁଖ୍ୟମାନେ ଯୋଗଦେଇ ଶ୍ରୀ ସାହୁଙ୍କୁ ସ୍ୱାଗତ କରିଥିଲେ।

ପରେ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବିଭାଗର ବିଭିନ୍ନ ଶାଖାର କାର୍ଯ୍ୟାବଳୀ ସଂର୍ପକରେ ଏକ ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିଭାଗକୁ ଅଧିକ ଚଳ ଚଂଚଳ କରିବା ସହିତ ସମସ୍ତ ଅଧିକାରୀ ଓ ର୍କମଚାରୀମାନଙ୍କୁ ନିଷ୍ଠାର ସହିତ କାର୍ଯ୍ୟ ସଂପାଦନ କରିବା, ଯେଉଁ ଦିନର କାମକୁ ସହେି ଦିନ ସାରିବା, ସମସ୍ତେ ଦାୟିତ୍ୱ ସଂପନ୍ନ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ପରାର୍ମଶ ଦେଇଛନ୍ତି ।

ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସମସ୍ତଙ୍କ ସମ୍ମିଳିତ ପ୍ରୟାସରେ ବିଭାଗର ଉନ୍ନତିକୁ ଆହୁରି ଆଗକୁ ନବୋକୁ ଶ୍ରୀ ସାହୁ ସମସ୍ତ ଅଧିକାରୀ ଓ ର୍କମଚାରୀମାନଙ୍କର ସହଯୋଗ କାମନା କରିଥିଲେ ।

ବୈଠକରୁ ଜଣାପଡିଛି ଯେ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ୫୦ହଜାର ହିତାଧିକାରୀଙ୍କ ମଧ୍ୟରୁ ଏବେ ୩୪ ହଜାର ହିତାଧିକାରୀ ସହାୟତା ପାଉଛନ୍ତି, ଯେଉଁମାନଙ୍କୁ କି ଅନ୍ ଲାଇନ୍ ଯୋଗେ ସମୋନଙ୍କର ବ୍ୟାଙ୍କ ଜମାଖାତାକୁ ଅର୍ଥ ପ୍ରରେଣର ବ୍ୟବସ୍ଥା ହୋଇଛି । ତବେେ ଚୟନ ହୋଇଥିବା ଅବଶିଷ୍ଟ ପ୍ରାୟ ୧୬ ହଜାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ପାଇଁ ତ୍ୱରିତ ବ୍ୟବସ୍ଥା ଗ୍ରହଣକରାଯିବାକୁ ନବୋକୁ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ । ବୈଠକରେ ବିଭାଗରେ ଲାଗୁ କରାଯାଇଥିବା ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂର୍ପକରେ ଅବଗତ ହୋଇଥିଲେ ।

ବିଭାଗର ବିଭିନ୍ନ ଶାଖା ଯଥା, ଓଡିଶା ସଂଗୀତ ନାଟକ ଏକାଡମେୀ, ଲଳିତ କଳା ଏକାଡମେୀ, ଊର୍ଦ୍ଦୁ ଏକାଡମେୀ, ରାଜ୍ୟ ସଂଗ୍ରହାଳୟ, ଉତ୍କଳ ସଂଗୀତ ମହାବିଦ୍ୟାଳୟ,ଓଡିଶା ସାହିତ୍ୟ ଏକାଡମେୀ, ଓଡିଆ ଭାଷା ପ୍ରତିଷ୍ଠାନ, କଳିଙ୍ଗ ଆର୍ଟ ଗ୍ୟାଲରେୀ, ଖଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଭୁବନଶେ୍ୱରସ୍ଥିତ ବିଭୁତି କାନୁନଗୋ କଳା ଓ ଶିଳ୍ପ ମହାବିଦ୍ୟାଳୟ, ଓଡିଶା ରାଜ୍ୟ ଅଭିଲଖୋଗାର, ହରକେୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଆଦି ବିଭିନ୍ନ ଶାଖାର କାର୍ଯ୍ୟାବଳୀ ଓ ସଗେୁଡିକର ଅଧିକ ଉନ୍ନତିକରଣ ଯୋଜନା ସମତେ ଓଡିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ଜରିଆରେ ପୁରାତନ କୀର୍ତ୍ତୀରାଜିର ସଂରକ୍ଷଣକୁ ସେ ଗୁରୁତ୍ୱ ଦେଇଥିଲେ ।

କୋଭିଡ୍ କଟକଣା ପରିପ୍ରକେ୍ଷୀରେ ୨୦୧୭ ମସିହାରୁ ବଣ୍ଟନ କରାଯାଇପାରିନଥିବା ବିଭିନ୍ନ ଲଖେକ ଲଖେିକାମାନଙ୍କର ପ୍ରକାଶିତ ପୁସ୍ତକଗୁଡିକୁକାର୍ଯ୍ୟକ୍ଷମ ଥିବା ପଂଜୀକୃତ ପାଠାଗାରଗୁଡିକୁ ଶୀଘ୍ର ପଦକ୍ଷପେ ନିଆଯାଇ ବଣ୍ଟନ କରାଯିବା ପାଇଁ ଶ୍ରୀ ସାହୁ ନିର୍ଦ୍ଦଶେ ଦେଇଥିଲେ । ସମସ୍ତେ ସମ୍ମିଳିତ ପ୍ରଚଷେ୍ଟା ପୂର୍ବକ ବିଭାଗର କାର୍ଯ୍ୟକୁ ଅଧିକ ଚଳ ଚଂଚଳ କରି ବିଭାଗର ସୁନାମ ବଜାୟ ରଖିବାକୁ ଶ୍ରୀ ସାହୁ ବୈଠକରେ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ, ଯୁଗ୍ମ ନିର୍ଦ୍ଦଶେକ ଶ୍ରୀ ସୁବୋଧ କୁମାର ଆଚାର୍ଯ୍ୟଙ୍କ ସମତେ ବିଭାଗ ଅନ୍ର୍ତଗତ ବିଭିନ୍ନ ଶାଖାର ମୁଖ୍ୟମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଶ୍ରୀ ସାହୁ ରାଜସ୍ୱ ଓ ବିର୍ପଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ଦାୟିତ୍ୱରେ ଥାଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Culture Secretary New Culture Secretary ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସତ୍ୟବ୍ରତ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.