Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ କପା ଫସଲ କ୍ରୟ ସମ୍ବନ୍ଧୀୟ ବୈଠକ
ଆଜିର ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ କପା ଫସଲ କ୍ରୟ ସମ୍ବନ୍ଧୀୟ ବୈଠକ

November 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଚଳିତ ୨୦୨୨ – ୨୩ ମସିହା କପା ଫସଲ ର କ୍ରୟ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ସାଂସଦ ବସନ୍ତ ପଣ୍ଡା, ଜୁନାଗଡ଼ର ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ୍, ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ, ଭବାନୀପାଟଣା ଉପଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସଭାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଆଲୋଚନା ଆରମ୍ଭ କରି ଚଳିତ ବର୍ଷ କପା ଚାଷ ଉପରେ ଆଲୋକପାତ କରିଥିଲେ। ବିଗତ ବର୍ଷ ୬୬୬୧୬ ହେକ୍ଟର. ତୁଳନା ରେ ଚଳିତ ବର୍ଷ ୭୦୭୮୦ ହେକ୍ଟର ଜମିରେ କପା ଚାଷ ହୋଇଥିବା ସେ ସୂଚନା ଦେଇଥିଲେ। ବିଗତ ବର୍ଷ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ଅଧିକ ଦରରେ କପା ବିକ୍ରୟ କରି ଲାଭବାନ ହୋଇଥିଲେ। ଏ ବର୍ଷ ମଧ୍ୟ ଚାଷୀ ମାନେ ଅଧିକ ଦରରେ ବିକ୍ରୀ ବଟା କରି ଲାଭବାନ ହେବାର ଆଶାବ୍ୟକ୍ତ କରିଥିଲେ।

ଚଳିତ ବର୍ଷର କପା ର ସର୍ବନିମ୍ନ ସହାୟକ ମୂଲ୍ୟ ୬୩୮୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଥିବା ସଭାରେ ଆଲୋଚନା କରାଯାଇଥିଲା। ଭାରତୀୟ କପା ନିଗମର ଶାଖା ପରିଚାଳକ ଜିଲ୍ଲାରେ କର୍ଲାପଡ଼ା, ଉତ୍କେଲା ଓ ଉଛଲା ଠାରେ ୩ ଟି କପା ମଣ୍ଡି ଖୋଲିବା ନିମନ୍ତେ ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଥିଲେ। ଲୋକ ପ୍ରତିନିଧିଗଣ ତଥା ଜିଲ୍ଲାପାଳ ମହୋଦୟା ଜିଲ୍ଲାରେ କପାର ବିକ୍ରିବଟା ଯେପରି ସୁଚାରୁରୁପେ ହୋଇ ପାରିବ ସେହି ନିମନ୍ତେ କପା ମିଲ୍ ମାଲିକ, କପା ବ୍ୟବସାୟୀ, ଭାରତୀୟ କପା ନିଗମ ତଥା ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତ୍ତାଙ୍କର ସହଯୋଗ କାମନା କରିଥିଲେ। ଚଳିତ ବର୍ଷ ପ୍ରାୟ ୮ ଲକ୍ଷ କ୍ୱିଣ୍ଟାଲ କପା ଉତ୍ପାଦନ ହେବ ବୋଲି ସଭାରେ ସୂଚନା ଦିଆଯାଇଥିଲା। ତେଣୁ ଚଳିତ ବର୍ଷ ଜୁନାଗଡ଼ ବ୍ଲକର ତଳଜାରିଙ୍ଗ, ନର୍ଲା ବ୍ଲକର ଟୁଟିଂ ଏବଂ କର୍ଲାମୁଣ୍ଡା ବ୍ଲକର ରିଶିଡା ଠାରେ ୩ ଟି ଅତିରିକ୍ତ ମଣ୍ଡି ଚାଲୁ କରିବା ନିମନ୍ତେ ମଧ୍ୟ ପ୍ରସ୍ତାବ ରଖା ଯାଇଥିଲା।

ସଭାରେ ଉପସ୍ଥିତ ଥିବା ସମସ୍ତ ଜନପ୍ରତିନିଧି, ପଦାଧିକାରୀବୃନ୍ଦ, ମିଲର, କପା ବ୍ୟବସାୟୀ ଓ ଚାଷୀ ପ୍ରତିନିଧିମାନଙ୍କୁ ସି ଡି ଏ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ।

ପି. ଅନ୍ୱେଷା ରେଡ୍ଡୀ ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026
Latest News

ଭୋଟ ଦେଉଛି ତାମିଲନାଡୁ

April 23, 2026

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ

April 23, 2026

ଆପଣ ମାତ୍ରାଧିକ ପେନକିଲର ସେବନ କରୁଛନ୍ତି କି, ଜାଣନ୍ତୁ ଏହାର ଭଲ ଓ ମନ୍ଦ ବିଷୟରେ

April 23, 2026

ମୂଳାଙ୍କ ୪, ୮ ଏବଂ ୯ ଥିବା ଲୋକଙ୍କର ବିଶେଷ ଶକ୍ତି ସମ୍ପର୍କରେ ଜାଣନ୍ତୁ

April 23, 2026

ଆଜି ଏପ୍ରିଲ ୨୩ ତାରିଖ ଗୁରୁବାରରେ ସାତୋଟି ରାଶି ପାଇଁ ରହିଛି ଶୁଭ ଖବର, ଜାଣନ୍ତୁ ରାଶିଫଳ

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.