Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଓ ମାନ୍ୟତା ପ୍ରଦାନ ବ୍ୟବସ୍ଥା ଲାଗି କମିଟି ଗଠନ କଲେ କେନ୍ଦ୍ର ସରକାର
ଆଜିର ଖବର

ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଓ ମାନ୍ୟତା ପ୍ରଦାନ ବ୍ୟବସ୍ଥା ଲାଗି କମିଟି ଗଠନ କଲେ କେନ୍ଦ୍ର ସରକାର

November 4, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ministry of education
ଡିସେମ୍ବର ୨ରୁ କାଶୀ ତାମିଲ ସଙ୍ଗମମ ୪.୦

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ମୂଲ୍ୟାଙ୍କନ ଏବଂ ମାନ୍ୟତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଆଇଆଇଟି କାନପୁରର ପରିଚାଳନା ପରିଷଦ ଅଧ୍ୟକ୍ଷ ତଥା ଆଇଆଇଟି ପରିଷଦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଡକ୍ଟର କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏହି କମିଟି ମୂଲ୍ୟାଙ୍କନ ଏବଂ ମାନ୍ୟତା ପ୍ରକ୍ରିୟାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବ। ଏଥିସହିତ ଜାତୀୟ ଶିକ୍ଷା ନୀତି ୨୦୨୦ର ପରିକଳ୍ପନା ଅନୁଯାୟୀ ଜାତୀୟ ମାନ୍ୟତା ପରିଷଦ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିବ।

କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏହି ଉଚ୍ଚସ୍ତରୀୟ କମିଟିରେ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମୃଦୁଳ ହଜାରିକା, ଆଇଆଇଏମ ଲକ୍ଷ୍ନୌର ପ୍ରାଧ୍ୟାପକ ପ୍ରଫେସର ଭାରତ ଭାସ୍କାର ଏବଂ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ସଦସ୍ୟ ରହିଛନ୍ତି।

ଭାରତରେ ବିଶ୍ବର ଅନ୍ୟତମ ସର୍ବବୃହତ ଏବଂ ବିବିଧ ଶିକ୍ଷା ବ୍ୟବସ୍ଥା ରହିଛି। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଧାରିତ ପ୍ରୟାସ ଦ୍ବାରା କେନ୍ଦ୍ର ସରକାର ଉଚ୍ଚ ଶିକ୍ଷା କ୍ଷେତ୍ରର ବ୍ୟାପକ ବିସ୍ତାର ପାଇଁ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି।

ଗୁଣବତ୍ତା ଆଶ୍ବାସନ ଏକ ଉଚ୍ଚ ଶିକ୍ଷାନୁଷ୍ଠାନ ପରିଚାଳନାର ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ମୂଲ୍ୟାଙ୍କନ ଓ ମାନ୍ୟତା ଏହି କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ଏକ ସୂଚୀତ ସମୀକ୍ଷା ପ୍ରଣାଳୀ ମାଧ୍ୟମରେ ମାନ୍ୟତା ବା ଆକ୍ରିଡିଏସନ ପ୍ରଦାନ କରାଯିବା ଦ୍ବାରା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର ସାମର୍ଥ୍ୟ ଓ ଦୁର୍ବଳତା ସମ୍ପର୍କରେ ଅବଗତ ହୋଇପାରିଥାନ୍ତି। ଫଳରେ ସେମାନେ ଅନ୍ତରୀଣ ଦିଗଗୁଡ଼ିକ ବିଷୟରେ ପରିଚିତ ହୋଇଥାନ୍ତି ଏବଂ ଏହା ଯୋଜନା ପ୍ରସ୍ତୁତି ଓ ସମ୍ବଳ ଆବଣ୍ଟନରେ ସହାୟକ ହୋଇଥାଏ। ଉଚ୍ଚ ଶିକ୍ଷାନୁଷ୍ଠାନର ମାନ୍ୟତା ସ୍ଥିତି ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ସମାଜକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଗୁଣବତ୍ତା ସମ୍ପର୍କରେ ବିଶ୍ବସନୀୟ ସୂଚନା ପ୍ରଦାନ କରିଥାଏ।

ଉଚ୍ଚ ଶିକ୍ଷାନୁଷ୍ଠାନ କମିଟି ଗଠନ କେନ୍ଦ୍ର ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026
Latest News

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.