ଧାମନଗର ଫଳାଫଳ ଅପଡେଟ, ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପି ୨ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଆଗୁଆ

Published: Nov 6, 2022, 11:05 am IST

ଭଦ୍ରକ: ଧାମନଗର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ତୃତୀୟ ରାଉଣ୍ଡ ଫଳାଫଳ ଆସିଛି। ତୃତୀୟ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ବିଭିନ୍ନ ଦଳର ସ୍ଥିତି ଯାହା ତାହା ହେଲା

ଅବନ୍ତୀ ଦାସ, ବିଜେଡି:– ୧୦୮୫୯
ସୂରଜ ସୂର୍ଯ୍ୟବଂଶୀ, ବିଜେପି:– ୧୨୮୯୨
ବାବା ହରେକୃଷ୍ଣ ସେଠୀ, କଂଗ୍ରେସ: – ୪୨୭
ରାଜେନ୍ଦ୍ର ଦାସ, ସ୍ବାଧୀନ: ୧୦୯୨
ପବିତ୍ର ମୋହନ ଦାସ, ସ୍ବାଧୀନ: ୫୮
ନୋଟା: ୭୯

ତେବେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୨୦୩୩ ଭୋଟରେ ଆଗୁଆ ଅଛନ୍ତି।

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ। ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ।

Related posts