Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ: ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ’ରେ ମିଳିଲା ସ୍ଥାନ
ଆଜିର ଖବର

୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ: ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ’ରେ ମିଳିଲା ସ୍ଥାନ

November 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନଭେମ୍ବର ୧୧ ତାରିଖ ବାଙ୍ଗାଲୋର ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର ପ୍ରତିଷ୍ଠାତା ନାଦପ୍ରଭୂ କେମ୍ପେଗୋଡାଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ। ଏହା ସହରର ପ୍ରତିଷ୍ଠାତାଙ୍କର ପ୍ରଥମ ଏବଂ ଉଚ୍ଚତମ ପିତ୍ତଳ ପ୍ରତିମୂର୍ତ୍ତି। ବେଙ୍ଗାଲୁରୁର ବିକାଶରେ କେମ୍ପେଗୋଡାଙ୍କ ଅବଦାନକୁ ସ୍ମରଣ କରି ‘ଷ୍ଟାଚ୍ୟୁ ଅଫ୍ ପ୍ରସ୍ପରିଟି’ ନାମକ ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇ ବୁଧବାର ଦିନ ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ’ର ଏକ ସାର୍ଟିଫିକେଟ୍ ସହ ଟ୍ୱିଟ୍ କରି କହିଛନ୍ତି ଯେ, ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅନୁଯାୟୀ’ ଷ୍ଟାଚ୍ୟୁ ଅଫ୍ ପ୍ରସ୍ପରିଟି କୌଣସି ଏକ ସହରର ସଂସ୍ଥାପକଙ୍କ ପ୍ରଥମ ଓ ସବୁଠୁ ଉଚ୍ଚତା ବିଶିଷ୍ଟ ପିତ୍ତଳ ପ୍ରତିମୂର୍ତ୍ତି। ବେଙ୍ଗାଲୁରୁର ପ୍ରତିଷ୍ଠାତା କେମ୍ପେଗୋଡାଙ୍କୁ ଏହା ଉପଯୁକ୍ତ ଶ୍ରଦ୍ଧାଞ୍ଜଳି। ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ବିଶ୍ୱସ୍ତରୀୟ ସହର ତିଆରି କରିବାର ଚିନ୍ତାଧାରାର ପ୍ରତୀକ ଅଟେ। ”

ଉଲ୍ଲେଖ ଯୋଗ୍ୟ ଯେ, ପ୍ରାୟ ୨୨୦ ଟନ୍ ଓଜନ ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ଏଠାରେ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ଥାପିତ ହୋଇଛି। ଏଥିରେ ଖଣ୍ଡାର ଓଜନ ଚାରି ଟନ୍। ଏହି ପ୍ରକଳ୍ପରେ ୧୬ ଶତାବ୍ଦୀର ଶାସକ କେମ୍ପେଗୋଡାଙ୍କୁ ଉତ୍ସର୍ଗୀକୃତ ୨୩ ଏକର ପରିମିତ ଏକ ଐତିହ୍ୟ ଥିମ୍ ପାର୍କ ମଧ୍ୟ ଅନ୍ତର୍ଭୁକ୍ତ। ଉଭୟ ନିର୍ମାଣ ପାଇଁ ପ୍ରାୟ ୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଖ୍ୟାତ ଶିଳ୍ପୀ ତଥା ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ରାମ ବନଜୀ ସୂତାର ଏହି ପ୍ରତିମୂର୍ତ୍ତିକୁ ଡିଜାଇନ୍ କରିଛନ୍ତି। ଗୁଜୁରାଟର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଏବଂ ବେଙ୍ଗାଲୁରୁର ବିଧାନ ସୌଧ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ସେ ଡିଜାଇନ୍ କରିଥିଲେ।

ନରେନ୍ଦ୍ର ମୋଦୀ ବସଭରାଜ ବମ୍ମାଇ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ୟୁକେ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.