Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃତିମ ଅଂଗ ପ୍ରତିରୋପଣ ପାଇଁ ଓଡିଶା ମୋ ପରିବାର ଆରମ୍ଭ ହଲା ସଚେତନତା
ଆଜିର ଖବର

କୃତିମ ଅଂଗ ପ୍ରତିରୋପଣ ପାଇଁ ଓଡିଶା ମୋ ପରିବାର ଆରମ୍ଭ ହଲା ସଚେତନତା

November 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୃତିମ ଅଂଗ ପ୍ରତିରୋପଣ ପାଇଁ ଓଡିଶା ମୋ ପରିବାର ଆରମ୍ଭ ହଲା ସଚେତନତା

ଭୁବନେଶ୍ଵର: ରାଜଧାନୀରେ ଚାଲିଥିବା ବାଲିଯାତ୍ରାରେ ଓଡ଼ିଶା-ମୋ ପରିବାର ତରଫରୁ ଏକ ଷ୍ଟଲ୍ ସ୍ଥାପନା କରାଯାଇଛି । ଏହି ଷ୍ଟଲ୍ ମାଧ୍ୟମରେ ଓଡ଼ିଶା-ମୋ ପରିବାର ସାମାଜିକ ପ୍ରତିବଦ୍ଧତାର ବିଭିନ୍ନ କାର‌୍ୟ୍ୟକ୍ରମ ତଥା ରକ୍ତଦାନ ଏବଂ ଅଙ୍ଗଦାନ ଦ୍ୱାରା କିପରି ଲୋକମାନଙ୍କ ଜୀବନ ବଞ୍ଚାଇ ହେଉଛି ସେହି ବିଷୟରେ ସଚେତନ କରାଉଛି ।

ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ. ଆର.ସି ସହଯୋଗିତାରେ ଭିନ୍ନକ୍ଷମ ମାନଙ୍କୁ କିପରି କୃତ୍ରିମ ଅଙ୍ଗ ପ୍ରଦାନ କରାଯାଉଛି ଏବଂ ଏହା ଆଗକୁ କିପରି ପ୍ରତ୍ୟେକ ଦିବ୍ୟାଙ୍ଗଙ୍କୁ ଲାଭପ୍ରଦ କରାଇବା ସେ ବିଷୟରେ ସଚେତନତାର ବାର୍ତ୍ତା ଦିଆଯିବା ସହିତ ଏସ.ବି.ଟି.ସି ସହଯୋଗିତାରେ ରକ୍ତଦାନର ମହତ୍ତ୍ଵକୁ ଲୋକମାନଙ୍କ ପାଖରେ ପହଞ୍ଚାଊଛି । କର୍କଟ ରୋଗୀ କିପରି ଚିକିତ୍ସାର ସଠିକ୍ ମାର୍ଗଦର୍ଶନ ପାଇପାରିବେ, ସେଥିପାଇଁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ସହଯୋଗିତାରେ ସଚେତନ କରାଯାଉଛି ।

ତନ୍ମଧ୍ୟରୁ ଓଡ଼ିଶା ମୋ ପରିବାର ପକ୍ଷରୁ ସ୍ଵତନ୍ତ୍ର କାର‌୍ୟ୍ୟକ୍ରମ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ଏବଂ ଦିବ୍ୟାଙ୍ଗମାନେ କିପରି ସୁବିଧାରେ ବାଲିଯାତ୍ରାର ଭରପୁର ମଜା ନେବେ, ସେମାନଙ୍କ ପାଇଁ ହ୍ଵିଲଚେୟାର ର ବ୍ୟବସ୍ଥା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବାଲିଯାତ୍ରା ପରିଦର୍ଶନ କରିବାକୁ ଆସୁଥିବା ଲୋକମାନଙ୍କ ମଧ୍ୟରେ ଅଙ୍ଗଦାନ ପାଇଁ ଇଚ୍ଛୁକ ବ୍ୟକ୍ତି ପଞ୍ଜୀକରଣ କରିପାରିବେ ।

ଓଡ଼ିଶା-ମୋ ପରିବାର ଷ୍ଟଲ୍ ପରିଦର୍ଶନ ସମୟରେ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୂପ ପଟନାୟକଙ୍କ ସମେତ ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟ ଏବଂ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଏହି ବାଲିଯାତ୍ରା ଷ୍ଟଲ୍ ର ପରିଚାଳନାକୁ ସଂଯୋଜନା କରିଥିଲେ।

ଭୁବନେଶ୍ବର ବାଲିଯାତ୍ରା ରେ ଷ୍ଟଲ ସ୍ଥାପନ କରିବାରେ ସହାୟତା ପାଇଁ ଭୁବନେଶ୍ବର ବାଲିଯାତ୍ରା କମିଟିର ସଭାପତି, ସ୍ଥାନୀୟ ବିଧାୟକ ତଥା ଓଡ଼ିଶା-ମୋ ପରିବାରର ସଦସ୍ୟ ଶ୍ରୀ ସୁଶାନ୍ତ ରାଉତ, ସମ୍ପାଦକ ଶ୍ରୀ ତପନ ବଳିୟାରସିଂହ, କାର‌୍ୟ୍ୟକାରୀ ସଭାପତି ତଥା ସମ୍ପାଦକ(ଓଡ଼ିଶା-ମୋ ପରିବାର) ଶ୍ରୀ ସୁବାଶ ପାତ୍ର ଏବଂ ଆବାହକ ଶ୍ରୀ ଯଶୋବନ୍ତ ଓଝା ଙ୍କୁ ଓଡ଼ିଶା-ମୋ ପରିବାର ର ଆନ୍ତରିକ କୃତଜ୍ଞତା ।

Odisha Mo Paribar ଓଡିଶା ମୋ ପରିବାର
Share. Facebook Twitter LinkedIn Email WhatsApp Copy Link

Related Posts

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026

ଗୋଟିଏ ସପ୍ତାହରେ ୧୩,୭୦୦ କୁ କମିଲା ସୁନା: ରୂପା ମୂଲ୍ୟରେ ମଧ୍ୟ ବଡ ହ୍ରାସ

March 22, 2026

ରାଜ୍ୟବ୍ୟାପୀ ଆରମ୍ଭ ହେଲା ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ

March 22, 2026

ମାଲକାନଗିରିରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଜଳକ୍ରୀଡ଼ା ସୁବିଧା ଉଦଘାଟନ

March 22, 2026
Latest News

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026

ଗୋଟିଏ ସପ୍ତାହରେ ୧୩,୭୦୦ କୁ କମିଲା ସୁନା: ରୂପା ମୂଲ୍ୟରେ ମଧ୍ୟ ବଡ ହ୍ରାସ

March 22, 2026

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ୱସ୍ତି!: ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ

March 22, 2026

ରାଜ୍ୟବ୍ୟାପୀ ଆରମ୍ଭ ହେଲା ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ

March 22, 2026

ମାଲକାନଗିରିରେ ଦକ୍ଷିଣ ଓଡ଼ିଶାର ପ୍ରଥମ ଜଳକ୍ରୀଡ଼ା ସୁବିଧା ଉଦଘାଟନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.