Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଣିକି ସ୍ୱାସ୍ଥ୍ୟ ସମ୍ପର୍କୀତ ନଥିପତ୍ର ଗଚ୍ଛିତ କରି ରଖିବ ଡିଜିଲକର ପ୍ଲାଟଫର୍ମ
ଆଜିର ଖବର

ଏଣିକି ସ୍ୱାସ୍ଥ୍ୟ ସମ୍ପର୍କୀତ ନଥିପତ୍ର ଗଚ୍ଛିତ କରି ରଖିବ ଡିଜିଲକର ପ୍ଲାଟଫର୍ମ

November 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବିଶ୍ୱସନୀୟ ନଥିପତ୍ର ବିନିମୟ ମଞ୍ଚ ଡିଜିଲକର ସଫଳତାର ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଶ୍ରଣ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସହ (ଏବିଡିଏମ) ସମ୍ପନ୍ନ କରିଛି। ଡିଜିଲକର ପ୍ଲାଟଫର୍ମ ଏଣିକି ସ୍ୱାସ୍ଥ୍ୟ ସମ୍ପର୍କୀତ ନଥିପତ୍ର ଗଚ୍ଛିତ କରି ରଖି ହେଲଥ ଲକର ଭାବେ କାର୍ଯ୍ୟ କରିବ। ଏଥିରେ ଚିକିତ୍ସକଙ୍କ ଦ୍ୱାରା ଲିଖିତ ପ୍ରେସକ୍ରିପସନ, ଟିକାକରଣ ରେକର୍ଡ, ପରୀକ୍ଷାଗାର ବିବରଣୀ, ହସପିଟାଲରୁ ମିଳିଥିବା ସବିଶେଷ ବିବରଣୀ ରଖାଯାଇପାରିବ।

ଡିଜି ଲକର ପୂର୍ବରୁ ଏବିଡିଏମ୍ ସହ ଏହାର ପ୍ରଥମ ପର୍ଯ୍ୟାୟ ମିଶ୍ରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସାରିଥିବାବେଳେ, ଏବିଏଚଏମ ବା ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ସୁବିଧା ୧୩କୋଟି ବ୍ୟବହାରକାରୀଙ୍କୁ ଯୋଡ଼ିଛି। ଏହି ସର୍ବଶେଷ ସମନ୍ୱୟ ବ୍ୟବହାରକାରୀଙ୍କ ପାଇଁ ଡିଜିଲକର ଏକ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଅଭିଲେଖ (ବିଏଚଆର) ଆପ୍ ଭାବେ କାର୍ଯ୍ୟ କରିବ। ଏଥିସହ ଏବିଏସଏ ଧାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ବିବରଣୀ ପଞ୍ଜୀକୃତ ବିଭିନ୍ନ ଏବିଡିଏମ୍ ସୁବିଧା ଥିବା ହସ୍ପିଟାଲ ଲ୍ୟାବ ସହ ସଂଯୋଗ କରି ତାହାକୁ ଡିଜି ଲକର ଜରିଆରେ ଦେଖିପାରିବେ।

ବ୍ୟବହାରକାରୀମାନେ ମଧ୍ୟ ସେମାନଙ୍କ ପୁରୁଣା ସ୍ୱାସ୍ଥ୍ୟ ବିବରଣୀ ନଥିକୁ ସ୍କାନ କରି ଏହି ଆପ୍ରେ ଅପଲୋଡ କରିପାରିବେ। ଏହାଛଡା ସେମାନେ ବଛା ବଛା ରେକର୍ଡ ଏବିଡିଏମ ପଞ୍ଜୀକୃତ ପେଶାଦାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ ସେୟାର କରିପାରିବେ।

ବ୍ୟବହାରକାରୀଙ୍କ ନିମନ୍ତେ ଏହି ସମ୍ମିଶ୍ରଣର ସୁବିଧା ଉପରେ ଆଲୋକପାତ କରି ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ (ଏନଏଚଏମ)ର ସିଇଓ ଡକ୍ଟର ଆର.ଏସ. ଶର୍ମା କହିଛନ୍ତି ଯେ ‘ ଏବିଡିଏମ୍ ଅଧୀନରେ ଅ।।ମେ ଏକ ଆନ୍ତ ପରିଚାଳିତ ସ୍ୱାସ୍ଥ୍ୟ ବାତାବରଣ ତିଆରି କରିଛି। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ର ଅଂଶୀଦାରଙ୍କ ଆବେଦନପତ୍ର ଏବିଡିଏମ୍ ସହ ସମ୍ମିଶ୍ରଣ ହୋଇ ଅଧିକ ବ୍ୟବହାରକାରୀଙ୍କ ନିକଟରେ ଯୋଜନା ତଥ୍ୟ ପହଞ୍ଚିବେ। ଡିଜି ଲକର ବୈଧ ନଥିପତ୍ର ସମ୍ପର୍କରେ ଜାଣିବା ପାଇଁ ଏକ ବିଶ୍ୱସ୍ଥ ଓ ଲୋକପ୍ରିୟ ଆପ୍। ସେ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବ୍ୟବହାରକାରୀମାନେ ଏଣିକି ଏହାକୁ ପିଏଚଆର ଆପ୍ଭାବେ ବ୍ୟବହାର କରି ସମସ୍ତ କାଗଜବିହୀନ ରେକର୍ଡ ରଖିବାର ସୁବିଧା ପାଇପାରିବେ।

ସମନ୍ୱିତ କରିବା ଉପରେ ଡିଜିଟାଲ ଭାରତ ନିଗମର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅଭିଷେକ ସିଂ କହିଥିଲେ ଯେ, “ଏବିଡିଏମ୍ର ସୁବିଧା ଆମର ୧୩୦ନିୟୁତ ବ୍ୟବହାରକାରୀଙ୍କୁ ଉପଲବ୍ଧ କରାଇ ଆମେ ଗର୍ବିତ। ଏହି ମଞ୍ଚ ପାଖପାଖି ୮୫ ହଜାର ଏବିଏଚଏମ ବ୍ୟବହାରୀଙ୍କୁ ସାହାଯ୍ୟ କରି ସାରିଲାଣି। ହେଲ୍ପ ଲକର ସମନ୍ୱୟ ପରେ ଆମ ନିଶ୍ଚିତ ଯେ ଆମେ ସେମାନଙ୍କ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ ମାଧ୍ୟମରେ ସହଜରେ ସଂଯୋଗ କରିପାରିବୁ। ଏବିଏଚଏ ବ୍ୟବହାରକାରୀଙ୍କ ନିମନ୍ତେ ଡିଜି ଲକର ଏକ ପସନ୍ଦର ଲକର ଅଟେ।”

ଡିଜି ଲକରର ସମସ୍ତ ପଞ୍ଜୀକୃତ ବ୍ୟବହାରକାରୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଲକର ସେବା ବର୍ତ୍ତମାନ ଉପଲବ୍ଧ ହେବ।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ: ଆଦୌ କରନ୍ତୁ ନାହିଁ ଅଣଦେଖା

July 18, 2026

ଏମ୍ସ ଭୁବନେଶ୍ବର ଷଷ୍ଠ ସମାବର୍ତ୍ତନ ଉତ୍ସବ: ୩୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

July 18, 2026

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026

ବିକଶିତ ଓଡ଼ିଶା ଗଠନ ପାଇଁ NEP ଅପରିହାର୍ଯ୍ୟ: ନିତ୍ୟାନନ୍ଦ ଗଣ୍ଡ

July 18, 2026
Latest News

ଫିଫା ବିଶ୍ୱକପ୍-୨୦୨୬: ସ୍ପେନ୍ ନା ଆର୍ଜେଣ୍ଟିନା, କିଏ ହେବ ଚାମ୍ପିଅନ୍?, ଜାଣନ୍ତୁ ସମସ୍ତ ବିବରଣୀ

July 18, 2026

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ: ଆଦୌ କରନ୍ତୁ ନାହିଁ ଅଣଦେଖା

July 18, 2026

ଟ୍ରମ୍ପ-ନେତାନାହୁଙ୍କ ମଧ୍ୟରେ ଫାଟ?: ୱାଶିଂଟନ ଗସ୍ତ ବାତିଲ କଲେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ

July 18, 2026

ଏମ୍ସ ଭୁବନେଶ୍ବର ଷଷ୍ଠ ସମାବର୍ତ୍ତନ ଉତ୍ସବ: ୩୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

July 18, 2026

ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.