Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Padampur Byelection: ବିଜେପିର ଭୋଟ କିଣା ମନ୍ତବ୍ୟକୁ ବିଜେଡିର ତୀବ୍ର ବିରୋଧ
ଆଜିର ଖବର

Padampur Byelection: ବିଜେପିର ଭୋଟ କିଣା ମନ୍ତବ୍ୟକୁ ବିଜେଡିର ତୀବ୍ର ବିରୋଧ

November 12, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ୨୦୧୯ ନିର୍ବାଚନରେ ପଦ୍ମପୁରରେ ୧୦,୦୦୦ ଭୋଟ କିଣାଯାଇଥିବା ନେଇ ବିଜେପିର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଯାହା କହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି ବିଜେଡି ନେତା ରାଜୁ ଘିବେଲା ।

ଶ୍ରୀ ଘିବେଲା କହିଛନ୍ତି ଯେ ଗତବର୍ଷ ପଦ୍ମପୁରରେ ୧୦ ହଜାର ଭୋଟ୍ କିଣାଯାଇଥିବା ବୋଲି କହିବା ପଦ୍ମପୁରବାସୀଙ୍କ ପାଇଁ ଅପମାନ । କାରଣ ପଦ୍ମପୁରବାସୀ ବିକ୍ରି ହେବାର ଲୋକ ନୁହନ୍ତି । କାହାରି ପଇସାରେ ସେମାନେ ଭୋଟ ଦିଅନ୍ତି ନାହିଁ । ଯଦି ତାଙ୍କ ପାଖରେ ଏହାର କିଛି ପ୍ରମାଣ ଅଛି ତେବେ ଶ୍ରୀ ପୁରୋହିତ ତାହା ପ୍ରଦାନ କରନ୍ତୁ ।

ଏଠି ସ୍ୱାଭିମାନୀ ଲୋକେ ରୁହନ୍ତି । ଘୋଡାସମ୍ବର ମାଝିର ଲୋକେ କେବେ ବିକ୍ରି ହେବାର ଲୋକ ନୁହନ୍ତି । ପ୍ରଦୀପ ପୁରୋହିତ ଯେଭଳି ବିବୃତ୍ତି ଦେଉଛନ୍ତି ସେଥିରୁ ତାଙ୍କ ମୁଣ୍ଡ କାମ କରୁନଥିବା ଜଣାପଡୁଛି ।

ଶ୍ରୀ ପୁରୋହିତଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଭାରତୀୟ ଜନତା ପାର୍ଟି ନୀତି ଆଦର୍ଶର ଦ୍ୱାହି ଦେଉଥିବା ଏକ କେନ୍ଦ୍ରୀୟ ଦଳ । ସେହି ଦଳର ପୂର୍ବତନ ବିଧାୟକ ଏଭଳି ମନ୍ତବ୍ୟ ଦେବା ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ।

ତାଙ୍କ ବିବୃତ୍ତିରୁ ଜଣାପଡୁଛି ଯେ ତାଙ୍କୁ ହାରିବାର ଭୟ ଘାରିଛି । ଏହା ଏକ ବିବୃତ୍ତି ନୁହେଁ କି ତାଙ୍କର କଥା ନୁହେଁ, ଏହା ଏକ ପାଗଳର ପ୍ରଳାପ ଭଳି ମନେ ହେଉଛି । ତେଣୁ ଏଭଳି ଅପମାନଜନକ ମନ୍ତବ୍ୟ ପାଇଁ ପଦ୍ମପୁରବାସୀ ତାଙ୍କୁ ଠିକଣା ଜବାବ ଦେବେ ବୋଲି ଶ୍ରୀ ଘିବେଲା କହିଛନ୍ତି ।

Padampur Byelection ପଦ୍ମପୁର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026
Latest News

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026

IPL ଠାରୁ PSLରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ରାଶି ଅଧିକ?: ଜାଣନ୍ତୁ କେତେ ପାର୍ଥକ୍ୟ

March 31, 2026

ବିହାର: ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

March 31, 2026

ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

March 31, 2026

ଆଜି ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ କାକଟପୁରବାସିନୀ ମା’ ମଙ୍ଗଳା: ଜାଣନ୍ତୁ ନୀତିକାନ୍ତି

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.