Padampur Byelection: ବିଜେପି, କଂଗ୍ରେସ କଲେ ଘୋଷଣା, ଅପେକ୍ଷା ବିଜେଡିକୁ

Published: Nov 13, 2022, 11:43 am IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ। ସେଥିପାଇଁ ବିଜେପି ଏବଂ କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ଏ ପର୍ଯ୍ୟନ୍ତ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଘୋଷଣା ହୋଇ ନାହିଁ। ଏଥର ବିଜେଡି ବେଶ ଭାବି ଚିନ୍ତି ପ୍ରାର୍ଥୀ ଦେବ ବୋଲି ଜଣାପଡିଛି। ସେଥିପାଇଁ ଏପରି ଡେରି ହେଉଛି ବୋଲି କୁହାଯାଉଛି।

ପ୍ରଥମେ ବିଜେପି ତାହାର ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତଙ୍କ ନାମ ଘୋଷଣା କରିଛି। ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ନାମ ଘୋଷଣା କରିସାରିଛି।ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବ ବୋଲି ଘୋଷଣା ହୋଇଛି।

ସେହି ଅନୁସାରେ ନଭେମ୍ବର ୧୭ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ ତାରିଖରେ ନାମାଙ୍କନ ପ୍ରତ୍ୟାହରର ଶେଷ ତାରିଖ ରହିଛି। ଡିସେମ୍ବର ୫ରେ ଭୋଟିଂ ହେବାକୁ ଥିବାବେଳେ ୮ ତାରିଖରେ ଭୋଟ ଗଣତି ହେବ। ସେଥିପାଇଁ ସବୁ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।

Related posts