Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ମହିଳା କଂଗ୍ରେସ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର ଓ କମ୍ବଳ ବଂଟନ
ଆଜିର ଖବର

ଭୁବନେଶ୍ବରରେ ମହିଳା କଂଗ୍ରେସ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର ଓ କମ୍ବଳ ବଂଟନ

November 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ମହିଳା କଂଗ୍ରେସ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର ଓ କମ୍ବଳ ବଂଟନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୬୬ ନଂ ୱାର୍ଡରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବୈଜୟନ୍ତୀ ରାଣୀ ତ୍ରିପାଠୀଙ୍କ ଦ୍ୱାରା ଏକ ମାଗଣା ଦନ୍ତ ଚିକିତ୍ସା ଶିବିର ଏବଂ କମ୍ବଳ ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏଠାରେ ୬୬ ନଂ ୱାର୍ଡ଼ ଏବଂ ଆଖପାଖ ଅଂଚଳରର ଗରିବ ଲୋକେ ଦନ୍ତ ଚିକିତ୍ସା କରାଇଥିଲେ । ଭିନ୍ନକ୍ଷମ ଏବଂ ଗରିବ ଲୋକମାନେ ମଧ୍ୟ ଏଠାରୁ କମ୍ବଳ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ତ୍ରିପାଠୀ କହିଥିଲେ ଯେ ବେକାର ଯୁବକ ଯୁବତୀ ମାନଙ୍କୁ ଧନ୍ଦାମୂଳକ ଶିକ୍ଷାର ତାଲିମ ଦିଆଯାଇ କିପରି ସ୍ୱାବଲମ୍ବି କରାଯିବ ସେଥିପାଇଁ ଉଦ୍ୟମ ଜାରି ରହିଛି ।

ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ କଂଗ୍ରେସ ସର୍ବଦା ସାଧାରଣ ଲୋକଙ୍କ ସହିତ ଅଛି । ଲୋକଙ୍କର ନ୍ୟାର୍ଯ୍ୟଦାବୀ ପାଇଁ ଲଢ଼େଇ କରୁଛି ଏବଂ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ଧାରାବାହିକ ସଂଗ୍ରାମ କରୁଛି ।

ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଯୋଗରେ ସେ ରଘୁନାଥ ନଗର ସ୍ଥାପନ କରିବାକୁ ସକ୍ଷମ ହୋଇପାରିଥିଲେ । ଏଠାରେ କଂଗ୍ରେସ ସରକାର ଏଠାରେ ସସ୍ତଙ୍କୁ ସ୍ଥ୍ରାୀ ଯାଗାଦେଇଛି । ମାତ୍ର ନବୀନ ସରକାର ଯେଉଁ ଜାଗାମିଶନ କଥା କହୁଛନ୍ତି ତାହା ଠିକ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନି । ଏଠାରେ ସରକାରୀ ଯୋଜନାର ରୂପାୟନରେ ପାତର ଅନ୍ତର କଲେ ଭୟଙ୍କର ଭାବେ ବିରୋଧ କରାଯିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ରଘୁନାଥ ନଗରର ସାଧାରଣ ଜନତାଙ୍କ ପାଇଁ ଆମେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛୁ । ଲୋକଙ୍କ ହୃଦୟରେ ଅଛୁ । ସରକାରୀ ଅପାରଗତା, ଉଦାସୀନତା ଓ ପକ୍ଷପାତିତା ବିରୋଧରେ ଲଢ଼େଇ କରାଯିବ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେଅସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମହମ୍ମଦ ଗୁଲଫାମ, ସେକ ଅପତାବ ଅଲ୍ଲୀ, ପ୍ରଭାତ ବାରିକ, ନିଆଜୁଲ ଇସଲାମ, ସମିଉଲ ହକ, ମିହିର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ଜୟଦେବ ଜେନା ସୁରେଶ କୁମାର ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026

ଚିଲିକା ମୁହାଣ ଖନନ ପାଇଁ ବିଶ୍ୱ ବ୍ୟାଙ୍କ ପ୍ରଦତ୍ତ ୧୨୫ କୋଟି ଟଙ୍କା କୁଆଡେ ଗଲା : ପ୍ରସାଦ ହରିଚନ୍ଦନ

June 5, 2026
Latest News

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.