Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଜାତୀୟ ପ୍ରେସ ଦିସବ ପାଳିତ
ଆଜିର ଖବର

ଖୋର୍ଦ୍ଧାରେ ଜାତୀୟ ପ୍ରେସ ଦିସବ ପାଳିତ

November 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଜାତୀୟ ପ୍ରେସ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା” ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ଗଣମାଧ୍ୟମର ସକ୍ରିୟତା ଦ୍ବାରା ଅନେକ ଆବଶ୍ୟକୀୟ ତଥ୍ୟ ହସ୍ତଗତ ହେବା ସହ ସମାଜର ହିତ ସାଧିତ ହୋଇଥାଏ। ତଥ୍ୟ ଭିତ୍ତିକ ଖବର ପ୍ରକାଶନ ଓ ପ୍ରସାରଣ ଅନେକ ସମୟରେ ପ୍ରଶାସନ ଓ ସାଧାରଣ ଜନତାଙ୍କ ନିମନ୍ତେ ଉପାଦେୟ ସାବ୍ୟସ୍ତ ହୋଇଥାଏ। ସାଧାରଣ ଲୋକ ମାନଙ୍କ ବିଭିନ୍ନ ପ୍ରସଙ୍ଗ, ସମସ୍ୟା ଓ ଆବଶ୍ୟକତାକୁ ସରକାର ନିକଟରେ ପହଞ୍ଚାଇବା ଓ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାରେ ଗଣମାଧ୍ୟମର ସହଯୋଗ ଅତୁଳନୀୟ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଗଣମାଧ୍ୟମ ସେତୁ ଭାବେ କାର୍ଯ୍ୟ କରୁଛି। ଦଳଗତ ମନୋଭାବ ରଖି କାମ କଲେ ଗଣତନ୍ତ୍ରର ସୁଫଳ ଆହୁରି ବ୍ୟାପକ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ କହିଲେ ଯେ କରୋନା ମହାମାରୀ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମର ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ ଖବର ପ୍ରସାରଣ କରିବା ତଥା ପ୍ରତି ମୁହୂର୍ତ୍ତର ଖବର ଦେବା ସାମ୍ବାଦିକତାର ଗାରିମା ବୃଦ୍ଧି କରିଛି। ଉଚିତ, ମୂଲ୍ୟବୋଧ ସମ୍ପୂର୍ଣ୍ଣ, ଉତ୍ତମ ଓ ଗୁଣାତ୍ମକ ସାମ୍ବାଦିକତା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ସେ କହିଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାର ସୁଫଳ ସର୍ବବ୍ୟାପି କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।

ସେହିଭଳି ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳସଚିବ ପ୍ରଫେସର ନାରାୟଣ ରାଓ ଗଣମାଧ୍ୟମର କ୍ରମବିକାଶ ଓ ଲୋକାଭିମୁଖି ହେବାର କାରଣ ସଂପର୍କରେ ମତବ୍ୟକ୍ତ କରିଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଜାଗ୍ରତ ପ୍ରହରୀ ଭାବେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଅତିରଞ୍ଜିତ ଓ କାମଳ ସାମ୍ବାଦିକତା ସମାଜ ପାଇଁ ହିତକର ନୁହେଁ ବୋଲି ସେ ମତବ୍ୟକ୍ତ କରିଥିଲେ। ନିରପେକ୍ଷ, ଅନୁସନ୍ଧାନଧର୍ମୀ ଓ ବାସ୍ତବ ସମ୍ବାଦର ଚାହିଦା ସର୍ବଦା ଥିବା କଥା ସେ କହିଥିଲେ।

ସାମ୍ବାଦିକ ଓ ବୁଦ୍ଧିଜିବୀ ପ୍ରମୁଖ ଉକ୍ତ ଆଲୋଚନାରେ ଭାଗନେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କେ. ସୁଦର୍ଶନ ଚକ୍ରବର୍ତ୍ତୀ ଗଣତାନ୍ତ୍ରିକ ରାଷ୍ଟ୍ର ଜାତୀୟ ପ୍ରେସ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.