Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ବିଧାନସଭା ପରିଦର୍ଶନ କଲେ କେରଳ ବିଧାନସଭାର ୫ ଜଣିଆ ସଦସ୍ୟ ମଣ୍ଡଳୀ
ଆଜିର ଖବର

ଓଡିଶା ବିଧାନସଭା ପରିଦର୍ଶନ କଲେ କେରଳ ବିଧାନସଭାର ୫ ଜଣିଆ ସଦସ୍ୟ ମଣ୍ଡଳୀ

November 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ବିଧାନସଭା ପରିଦର୍ଶନ କଲେ କେରଳ ବିଧାନସଭାର ୫ ଜଣିଆ ସଦସ୍ୟ ମଣ୍ଡଳୀ

ଭୁବନେଶ୍ୱର: ଆଜି କେରଳ ବିଧାନସଭାର ସରକାରୀ ଭାଷା ସଂପର୍କିତ କମିଟି ଓଡ଼ିଶା ବିଧାନସଭା ପରିଦର୍ଶନ କରି ଓଡ଼ିଶା ବିଧାନସଭା ଏବଂ ସରକାରୀ ସ୍ତରରେ ମାତୃଭାଷାର ବ୍ୟବହାର ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି ।

ଓଡ଼ିଶା ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଆୟୋଜିତ ଏକ ବୈଠକରେ କେରଳ ବିଧାନସଭାର ଏହି ୫ ଜଣିଆ ସଦସ୍ୟ ମଣ୍ଡଳୀଙ୍କୁ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟବହାର ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ସୂଚନା ପ୍ରଦାନ କରିଥିଲେ। ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଡ. ହିମାଂଶୁ ଭୂଷଣ ପଣ୍ଡା ଏ ସଂପର୍କିତ ସରକାରୀ ନିର୍ଦ୍ଦେଶାବଳୀ ସଂପର୍କରେ ଆଲୋକପାତ କରିଥିଲେ ।

ସେହିଭଳି କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ମାଲାୟାଲମ୍‌ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନେ ସୂଚନା ଦେଇଥିଲେ । ପରେ ସଦସ୍ୟ ମଣ୍ଡଳୀ ଓଡ଼ିଶା ବିଧାନସଭା ଗୃହ ଓ ଅନ୍ୟାନ୍ୟ ବିଭାଗ ପରିଦର୍ଶନ କରିଥିଲେ ।

ଓଡ଼ିଶା ବିଧାନସଭା ପକ୍ଷରୁ ସଚିବ ଶ୍ରୀ ଦାଶରଥୀ ଶତପଥୀ କମିଟିକୁ ସ୍ୱାଗତ କରିଥିବା ବେଳେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଅବସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ, ବିଧାନସଭାର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ସରକାର ଗଠନ ପାଇଁ କଂଗ୍ରେସର ସମର୍ଥନ ଲୋଡିଲା ଟିଭିକେ

May 5, 2026

ଆମେ ନିଶ୍ଚୟ ଫେରିବୁ : ମମତା ବାନାର୍ଜୀ

May 5, 2026

ବୃଦ୍ଧି ପାଇବ ସୁପ୍ରିମ୍‌କୋର୍ଟ‌ର ବିଚାରପତିଙ୍କ ସଂଖ୍ୟା

May 5, 2026

ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ୫.୦କୁ କ୍ୟାବିନେଟ ମଞ୍ଜୁରୀ

May 5, 2026
Latest News

ତାମିଲନାଡୁରେ ସରକାର ଗଠନ ପାଇଁ କଂଗ୍ରେସର ସମର୍ଥନ ଲୋଡିଲା ଟିଭିକେ

May 5, 2026

ଆମେ ନିଶ୍ଚୟ ଫେରିବୁ : ମମତା ବାନାର୍ଜୀ

May 5, 2026

ବୃଦ୍ଧି ପାଇବ ସୁପ୍ରିମ୍‌କୋର୍ଟ‌ର ବିଚାରପତିଙ୍କ ସଂଖ୍ୟା

May 5, 2026

ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ୫.୦କୁ କ୍ୟାବିନେଟ ମଞ୍ଜୁରୀ

May 5, 2026

ଚାଷୀଙ୍କ ଠାରୁ କ୍ୱିଣ୍ଟାଲ୍‌ ପିଛା ୩୬୫ ଟଙ୍କାରେ କିଣାଯିବ ଆଖୁ

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.