Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱର ପକ୍ଷରୁ ମାଗଣା ରକ୍ତ ଶର୍କରା ଯାଞ୍ଚ ଏବଂ ଜନସଚେତନତା କାର୍ଯ୍ୟକ୍ରମ
ଆଜିର ଖବର

ଏମ୍ସ ଭୁବନେଶ୍ୱର ପକ୍ଷରୁ ମାଗଣା ରକ୍ତ ଶର୍କରା ଯାଞ୍ଚ ଏବଂ ଜନସଚେତନତା କାର୍ଯ୍ୟକ୍ରମ

November 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମଧୁମେହ ନିୟନ୍ତ୍ରଣ ତଥା ମଧୁମେହ ସମ୍ବନ୍ଧୀୟ ଜଟିଳତାକୁ ରୋକିବା ପାଇଁ ଉପଯୁକ୍ତ ଚିକିତ୍ସା, ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ଇନସୁଲିନର ସଠିକ୍ ପ୍ରୟୋଗ ଏବଂ କ୍ରମାଗତ ଗ୍ଲୁକୋଜ ମନିଟରିଂ (ସିଜିଏମ୍) ର ବ୍ୟବହାର ହେଉଛି ପ୍ରମୁଖ ମାଧ୍ୟମ। ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ “ଆସନ୍ତାକାଲିର ସୁରକ୍ଷା ପାଇଁ ଶିକ୍ଷା” ଶୀର୍ଷକ ବିଷୟକୁ ନେଇ ଆୟୋଜିତ ୱାକାଥନ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଏପରି ମତ ରଖିଛନ୍ତି। ଏହି ପଦଯାତ୍ରାରେ ଡାକ୍ତର, ମେଡିକାଲ୍ ଏବଂ ନର୍ସିଂ ଛାତ୍ର ତଥା ଅନୁଷ୍ଠାନର ବହୁ ଏନଏସଏସ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।

ଏମ୍ସରେ ମଧୁମେହ ପାଇଁ ଉତ୍ସର୍ଗୀକୃତ ଏଣ୍ଡୋକ୍ରାଇନୋଲୋଜି ୟୁନିଟ୍ ସହିତ ଅନ୍ୟାନ ସୁବିଧା ଉପଲବ୍ଧ ରହିଛି। ଯଦି କେହି ମଧୁମେହ ରୋଗରେ ଆକ୍ରାନ୍ତ ବୋଲି ସନ୍ଦେହ କରନ୍ତି ତେବେ ସେମାନେ ଏମ୍ସ ଭୁବନେଶ୍ୱରରେ ଥିବା ଏନସିଡି କ୍ଲିନିକରେ ନିଜକୁ ଯାଞ୍ଚ କରିପାରିବେ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିଶ୍ୱାସ ସୂଚନା ଦେଇଛନ୍ତି। ଏହି ୱାକାଥନ ବିଜୁ ପଟ୍ଟନାୟକ ପୋଲିସ୍ ଟ୍ରେନିଂ ଏକାଡେମୀ ନିକଟରୁ ଆରମ୍ଭ ହୋଇ ଏମ୍ସ ପରିସରରେ ଶେଷ ହୋଇଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହିତ ଡ. ବିଶ୍ୱାସ ମଧ୍ୟ ୱାକାଥନରେ ଯୋଗ ଦେଇଥିଲେ।

ଏହି ଅବସରରେ ଏମ୍ସ ଭୁବନେଶ୍ୱରର ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ଡ. କିଶୋର କୁମାର ବେହେରା ଲୋକଙ୍କୁ ମଧୁମେହ ଚିକିତ୍ସା ସୁବିଧା ବିଷୟରେ ଅବଗତ କରାଇଥିଲେ। ଏହି ବିଭାଗ ପ୍ରତି ସପ୍ତାହରେ ପ୍ରାୟ ୨୦୦-୨୫୦ ମଧୁମେହ ରୋଗୀଙ୍କୁ ସେବା ଯୋଗାଇବାରେ ନିୟୋଜିତ ଅଛି ବୋଲି ଡକ୍ଟର ବେହେରା ସୂଚନା ଦେଇଛନ୍ତି।

ଏହି ପଦଯାତ୍ରାରେ ମେଡିକାଲ୍ ଅଧୀକ୍ଷକ ଡ. ଏସ୍ ଏନ ମହାନ୍ତି, ଡ. ମନୋଜ ମହାନ୍ତି, ଡ. ବିନୋଦ ପାତ୍ର, ଡ. ଦେବାଶିଷ ହୋତା, ଡ. ଏମ ସି ସାହୁ, ଡ. ପ୍ରଭାସ ରଂଜନ ତ୍ରିପାଠୀ ଏବଂ ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ର ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏମ୍ସ ଭୁବନେଶ୍ୱର ପକ୍ଷରୁ ବିଗତ ବର୍ଷରୁ ବିଶ୍ୱ ମଧୁମେହ ଦିବସ ପାଳନ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ଚଳିତ ବର୍ଷ ଏହା ମଧୁମେହ ପରିଚାଳନା ଏବଂ ପ୍ରତିରୋଧ ପାଇଁ ମାଗଣା ରକ୍ତ ଶର୍କରା ଯାଞ୍ଚ ଏବଂ ଜନସଚେତନତା ବକ୍ତୃତା ଆଦି କାର୍ଯ୍ୟକ୍ରମ ହାତକୁ ନେଇଥିଲା।

ଏମ୍‌ସ ଭୁବନେଶ୍ୱର ଜନସଚେତନତା କାର୍ଯ୍ୟକ୍ରମ ରକ୍ତ ଶର୍କରା
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.