ଚାରିଜଣ ବିଚାରପତି ସୁପ୍ରିମକୋର୍ଟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ଚାରି ବିଚାରପତିଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନୂତନ ଭାବରେ ଶପଥ ଗ୍ରହଣ କରିଥିବା ବିଚାରପତି ମାନେ ହେଉଛନ୍ତି ବି ଆର ଗଭାଇ, ସୂର୍ଯ୍ୟକାନ୍ତ, ଅନିରୁଦ୍ଧ ବୋଷ ଏବଂ ଏ ଏସ୍ ବୋପାନ୍ନା । ଏହି ଚାରି ନୂତନ ବିଚାରପତିଙ୍କ ଯୋଗଦାନ ପରେ ସୁପ୍ରିମ୍କୋର୍ଟଙ୍କ ସମୁଦାୟ ବିଚାରପତି ସଂଖ୍ୟା 31କୁ ବୃଦ୍ଧି ପାଇଛି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦାୟିତ୍ବ ଗ୍ରହଣ କରିବା ପରେ ଖାଲି ରହିଥିବା ବିଚାରପତିଙ୍କ ସ୍ଥାନରେ 10 ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି ।
Tags: