Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ତମାଖୁ ନିୟନ୍ତ୍ରଣ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ତମାଖୁ ନିୟନ୍ତ୍ରଣ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ

November 26, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ ସମନ୍ବୟ କମିଟି ବୈଠକ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ରାଜସ୍ବ ଅତିରିକ୍ତ ଜିଲ୍ଲାପାଳ  ସାଫଲ୍ୟ ମଣ୍ତିତ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାଳୟ ସ୍ତରରୁ ତମାଖୁ ଓ ନିଶା ଦ୍ରବ୍ୟ ସେବନ ଉପରେ ସଚେତନତା ସୃଷ୍ଟି କରିବା ଆବଶ୍ୟକତା ରହିଥିବା ଅତିରିକ୍ତ ଜିଲ୍ଲାପାଳ କହିଥିଲେ।

ଅନେକ ସମୟରେ ଯୁବ ଗୋଷ୍ଠୀ ପଥଭ୍ରଷ୍ଟ ଓ ନୀତିଭ୍ରଷ୍ଟ ହେବା ସହ ପରିବାରରେ ବିଶୃଙ୍ଖଳା ହେଉଥିବା ଲକ୍ଷ କରାଯାଉଛି। ତମାଖୁ ବିକ୍ରି, ଶିକ୍ଷାନୁଷ୍ଠାନ ଓ ସରକାରୀ-ବେସରକାରୀ କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ତମାଖୁମୁକ୍ତ,କୋଟପା ଆଇନର କାର୍ଯ୍ୟକାରିତା, ବିଜ୍ଞାପନ ମାଧ୍ୟମରେ ସତର୍କ ସୂଚନା, ତମାଖୁ ସେବନରେ କ୍ୟାନସର,ହୃଦରୋଗ , ଯକୃତ ରୋଗ ହେଉଥିବା ଉପରେ ସେ ମତ ଦେଇଥିଲେ।

ଚଳିତ ବର୍ଷ ୧୦ଟି ସ୍ଥାନରେ ଚଢାଉ କରାଯାଇ ୧୬୧ ଜଣଙ୍କ ଠାରୁ ୨୧୭୮୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଜିଲ୍ଲାର ୬୦ଟି ହାଇସ୍କୁଲ ଓ ୪ଟି ମହାବିଦ୍ୟାଳୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ୯୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍.କେ.ମୁର୍ମୁ, ଡିପିଏଚଓ ଡଃ ପ୍ରଶାନ୍ତ ଦାଶ, ଏଡିଏମ୍ଓ ଡଃ ବିଶ୍ବମୋହନ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ  ପୁଷ୍ପାଞ୍ଜଳି ମିଶ୍ର, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡଃ ଅମ୍ରିତା ପ୍ରୀତିନନ୍ଦା, ଅବକାରୀ ଉପ ଆରକ୍ଷୀ ଅଧୀକ୍ଷକ ସୁମିତ୍ରା ଓରାମ, ଜିଲ୍ଲା ଶିଳ୍ପ କେନ୍ଦ୍ରର  ସୁଶାନ୍ତ କୁମାର ବଡୁ ପ୍ରମୁଖ ଉପସ୍ଥିତ ଥିଲେ ।

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

SIR ପରେ ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲେ ୬୦ ଲକ୍ଷରୁ ଅଧିକ ଭୋଟର

February 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.