Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଲା ମାତୃ ମୃତ୍ୟୁ ହାର
ଆଜିର ଖବର

ଦେଶରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଲା ମାତୃ ମୃତ୍ୟୁ ହାର

November 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଦେଶରେ ମାତୃ ମୃତ୍ୟୁ ହାର (ଏମଏମଆର) ଅନୁପାତରେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଛି। ଏହି ଉପଲବ୍ଧି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାତୃ ମୃତ୍ୟୁ ହାର (ଏମଏମଆର)କୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବାରେ ଦେଶ ସଫଳ ହୋଇଥିବାରୁ ଡକ୍ଟର ମାଣ୍ଡଭ୍ୟ ଏକ ଟୁଇଟରେ କହିଛନ୍ତି ଯେ:

ପ୍ରତି ଏକ ଲକ୍ଷ ଜୀବିତ ସନ୍ତାନ ପ୍ରସବ ମାମଲାରେ ଏମଏମଆର ହାର ୨୦୧୪-୧୬ରେ ୧୩୦ ଥିଲା, ଯାହାକି ୨୦୧୮-୨୦ ଅବଧିରେ ୯୭କୁ ହ୍ରାସ ପାଇଛି। ଉନ୍ନତ ମାନର ମାତୃ ଓ ପ୍ରଜନନ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରୀ କରିଥିବାରୁ ଏମଏମଆର ସ୍ତର ହ୍ରାସ ପାଇଛି।

ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ (ଆରଜିଆଇ) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ସ୍ୱତନ୍ତ୍ର ଏମଏମଆର ବୁଲେଟିନରୁ ଜଣାପଡ଼ିଛି ଯେ, ଭାରତରେ ମାତୃ ମୃତ୍ୟୁ ହାର (ଏମଏମଆର)ରେ ଉଲ୍ଲେଖନୀୟ ସୁଧାର ଆସିଛି। ଏମଏମଆର ଅନୁପାତରେ ୬ ପଏଣ୍ଟ ସୁଧାର ସହିତ ବର୍ତ୍ତମାନ ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବ ମାମଲାରେ ପ୍ରସୂତୀ ମା’ଙ୍କ ମୃତ୍ୟୁ ହାର ୯୭କୁ ହ୍ରାସ ପାଇଛି। ପ୍ରତି ୧ ଲକ୍ଷ ଜୀବିତ ସନ୍ତାନ ପ୍ରସବ ଅବଧି ସମୟରେ ମା’ମାନଙ୍କର ମୃତ୍ୟୁ ଅନୁପାତକୁ ନେଇ ମାତୃ ମୃତ୍ୟୁ ହାର (ଏମଏମଆର) ଗଣନା କରାଯାଇଥାଏ।

ନମୁନା ପଞ୍ଜିକରଣ ପ୍ରଣାଳୀ (ଏସଆରଏସ) ଠାରୁ ମିଳିଥିବା ପରିସଂଖ୍ୟାନ ଅନୁଯାୟୀ, ଦେଶରେ ମାତୃ ମୃତ୍ୟୁ ହାର ୨୦୧୪-୨୦୧୬ରେ ୧୩୦ ଥିବା ବେଳେ ଏହା ୨୦୧୫-୧୭ରେ ୧୨୨କୁ ହ୍ରାସ ପାଇଥିଲା। ପରେ ଏହା ୨୦୧୬-୧୮ରେ ୧୧୩, ୨୦୧୭-୧୯ରେ ୧୦୩ ଏବଂ ୨୦୧୮-୨୦ରେ ୯୭କୁ ହ୍ରାସ ପାଇଥିଲା।

ଏହି ସଫଳତା ସହିତ, ଭାରତ ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବରେ ମାତୃ ମୃତ୍ୟୁ ହାରକୁ ୧୦୦କୁ ହ୍ରାସ କରିବା ଲାଗି ଜାତୀୟ ସ୍ୱାସ୍ଥ୍ୟ ନୀତି (ଏନଏଚପି)ର ଲକ୍ଷ୍ୟ ହାସଲରେ ସଫଳ ହୋଇଛି । ୨୦୩୦ ସୁଦ୍ଧା ପ୍ରତି ୧ ଲକ୍ଷ ଜୀବନ୍ତ ସନ୍ତାନ ପ୍ରସବରେ ମାତୃ ମୃତ୍ୟୁ ହାରକୁ ୭୦କୁ କମାଇବା ଲାଗି ଏସଡିଜି ବିକାଶ ଲକ୍ଷ୍ୟ ହାସଲ ଦିଗରେ ଠିକଣା ପଥରେ ରହିଛି।

ଅନ୍ୟପଟେ ମାତୃ ମୃତ୍ୟୁ ହାର କମାଇବା କ୍ଷେତ୍ରରେ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ଟାର୍ଗେଟ ପୂରଣ କରିଥିବା ରାଜ୍ୟଗୁଡ଼ିକର ସଂଖ୍ୟା ୬ରୁ ଆଠକୁ ବୃଦ୍ଧି ପାଇଛି। ପ୍ରଥମ ସ୍ଥାନରେ କେରଳ (ଏମଏମଆର ୧୯) ରହିଛି। ଏହାପଛକୁ ମହାରାଷ୍ଟ୍ର (୩୩), ତେଲଙ୍ଗାନା (୪୩), ଆନ୍ଧ୍ର ପ୍ରଦେଶ (୪୫), ତାମିଲନାଡ଼ୁ (୫୪), ଝାଡ଼ଖଣ୍ଡ (୫୬), ଗୁଜରାଟ (୫୭) ଏବଂ କର୍ଣ୍ଣାଟକ (୬୯) ରହିଛନ୍ତି।

୨୦୧୪ ପରଠାରୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ଉନ୍ନତ ମାନର ମାତୃ ଓ ନବଜାତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏବଂ ମାତୃ ମୃତ୍ୟୁ ସଂଖ୍ୟା କମାଇବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା, ବିଶେଷ କରି ମାତୃ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଏନଏଚଏମ ଅଧୀନରେ ଉଲ୍ଲେଖନୀୟ ନିବେଶ କରାଯାଇଛି। ଫଳରେ ଏମଏମଆର ଅନୁପାତ ହ୍ରାସରେ ସହାୟତା ମିଳିଛି। ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ଜନନୀ ସୁରକ୍ଷା ଯୋଜନା ଭଳି ସରକାରୀ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିଛି। ସୁରକ୍ଷିତ ମାତୃତ୍ୱ ଆଶ୍ବାସନ (ସୁମନ), ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଭଳି କାର୍ଯ୍ୟକ୍ରମ ମା’ମାନଙ୍କୁ ସମ୍ମାନଜନକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଇଛି । ଫଳରେ ଏମଏମଆର ଅନୁପାତ ହ୍ରାସରେ ସହାୟତା ମିଳିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଭାରତ ସ୍ୱାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026
Latest News

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.