Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା: ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କାର୍ଯ୍ୟସୂଚୀ ପ୍ରଶିକ୍ଷଣ ଉଦଯାପିତ
ଆଜିର ଖବର

ଖୋର୍ଦ୍ଧା: ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କାର୍ଯ୍ୟସୂଚୀ ପ୍ରଶିକ୍ଷଣ ଉଦଯାପିତ

November 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ର ସଫଳ ରୂପାୟନ ନିମିତ୍ତ ଜିଲ୍ଲାର କ୍ଷେତ୍ର ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଦୁଇ ଦିନିଆ କର୍ମଶାଳା ଆଜି ଉଦଯାପିତ ହୋଇଛି। ଆଜି ସକାଳ ସମୟରେ ଅଧିକାରୀ ମାନେ ଦୁଇଟି ଟିମରେ ଭାଗ ହୋଇ ଖୋର୍ଦ୍ଧା ବ୍ଲକର ଟାଙ୍ଗିଆପଡା ଏବଂ ବେଗୁନିଆର ବୋତଳମା ପଞ୍ଚାୟତ ଗସ୍ତ କରିଥିଲେ। ସେଠାରେ ଅଧିକାରୀ ମାନେ ସଂପୃକ୍ତ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ଉପଲବ୍ଧ ସମ୍ବଳର ବିନିଯୋଗ ଓ ଆବଶ୍ୟକତା ଉପରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ସ୍ଥାନୀୟ ବ୍ୟକ୍ତି ବିଶେଷ ମାନଙ୍କ ସହ ଆଲୋଚନା କରିଥିଲେ। ସଂପୃକ୍ତ ଅଞ୍ଚଳରେ ପରିମଳ, ପାନୀୟ ଜଳ, ପରିବେଶ, ଗମନାଗମନ ବ୍ୟବସ୍ଥା, ଫସଲ ଅମଳ, ରୋଷେଇ ନିମନ୍ତେ ଜ‌ାଳେଣି ଉତ୍ସ, ଶୈକ୍ଷିକ ପରିବେଶ ସଂପର୍କରେ ପଚାରି ବୁଝିଥିଲେ। ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅଧିକାରୀ ମାନେ କ୍ଷେତ୍ରରୁ ଲବ୍ଧ ବିଭିନ୍ନ ତଥ୍ୟକୁ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧିକାରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ମିଳିତ ଜାତିସଂଘ ୧୭ଟି ପ୍ରମୁଖ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଭାବେ ଚିହ୍ନଟ କରାଯାଇଛି। ମିଳିତ ଜାତିସଂଘ ପକ୍ଷରୁ ୨୦୧୬ ରୁ ୨୦୩୦ ମସିହା ପର୍ଯ୍ୟନ୍ତ ନିଜସ୍ବ ସମ୍ବଳକୁ ଉପଯୋଗ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ନେଇ ଭାରତ ସମେତ ୧୯୩ଟି ରାଷ୍ଟ୍ର ୨୦୧୫ ମସିହାରେ ନୀତିଗତ ଭାବେ ନିଷ୍ପତ୍ତି ନେଇଥିଲେ। ଏହି ଲକ୍ଷ୍ୟ ମଧ୍ୟରେ ସମ୍ପୁର୍ଣ୍ଣ ଭାବେ କ୍ଷୁଧାମୁକ୍ତ ରାଜ୍ୟ ସୁନିଶ୍ଚିତ କରିବା, ଦାରିଦ୍ର୍ୟ ଦୂରୀକରଣ,ଗୁଣାତ୍ମକ ଶିକ୍ଷାଦାନ,ମହିଳା ସଶକ୍ତିକରଣ, ଶିଶୁ ମାନଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ ଓ ପାନୀୟ ଜଳ ଯୋଗାଣ ତ୍ବରାନ୍ବିତ କରିବା, ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏପର୍ଯ୍ୟନ୍ତ ଖୋରଧା ସମେତ ୧୪ଟି ଜିଲ୍ଲାରେ ଏହି ପ୍ରଶିକ୍ଷଣ ଶିବିର ଶେଷ ହୋଇଛି।

ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ପରାମର୍ଶ, ଯୋଜନା ଓ ସଂଯୋଜନା ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ଯୋଜନା ଓ ସଂଯୋଜନା କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଶଙ୍କର ବେହେରାଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏଥିରେ ବିଷୟ ବିଶାରଦ ଭାବେ ବିଜ୍ଞାନ ମହାନ୍ତି, ଉପାସନା ମହାପାତ୍ର, ରୂପାଲି ମହାନ୍ତି, ଭିକ୍ଟୋରିଆ, ଜନ୍ମେଜୟ ମିଶ୍ର ପ୍ରମୁଖ ବିଶେଶଜ୍ଞ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା ଯୋଜନା ଓ ସଂଯୋଜନା କାର୍ଯ୍ୟାଳୟର ସହାୟକ ନିର୍ଦ୍ଦେଶକ ହିଂମାଶୁ ମୋହନ ଲେଙ୍କା, ମୋନାଲି ରାଜ ସିଂ, ସୁମତି ସାହୁ, ମୃଣାଳୀ ପଟ୍ଟନାୟକ, ଅଶୋକ କୁମାର ଦାଶ, ପରିସଂଖ୍ୟାନ ବିଭାଗର ସୁବାଶ ଚନ୍ଦ୍ର ପୃଷ୍ଟି, ଟାଙ୍ଗିଆପଡା ସରପଞ୍ଚ ସ୍ବର୍ଣ୍ଣପ୍ରଭା ସେଠୀ, ବୋତଳମା ସରପଞ୍ଚ ପ୍ରମୋଦ କୁମାର ଦଳେଇ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ଖୋର୍ଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.