Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁକା କଳାରେ ଜି-୨୦ ଲୋଗୋ ଏବଂ ଥିମ୍ କୁ ପ୍ରଦର୍ଶିତ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ଆଜିର ଖବର

ବାଲୁକା କଳାରେ ଜି-୨୦ ଲୋଗୋ ଏବଂ ଥିମ୍ କୁ ପ୍ରଦର୍ଶିତ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

December 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର/ପୁରୀ: ଆଜି ଠାରୁ ଭାରତ ବିଧିବଦ୍ଧ ଭାବେ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଛି । ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଜି୨୦ ଲୋଗୋକୁ ନେଇ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଏବଂ ତାଙ୍କର ଛାତ୍ରଛାତ୍ରୀମାନେ ଦୁଇଦିନ ଲାଗି ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଚନ୍ଦ୍ରଭାଗାରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଏହି ବାଲୁକା ଜି୨୦ ଲୋଗୋ ସ୍ଥାନିତ ହୋଇଛି। ଜି-୨୦ ଲୋଗୋ ଅନୁରୂପ ତାଙ୍କର ବାଲୁକା କଳାରେ ବସୁଧୈବ କୁଟୁମ୍ବକମ୍‌ ବା ସମଗ୍ର ବିଶ୍ବ ଏକ ପରିବାରର ବାର୍ତ୍ତା ପ୍ରତିଫଳିତ ହୋଇଛି।

ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ଦେଶର ୫୦ରୁ ଅଧିକ ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ଭାରତର ଅଧ୍ୟକ୍ଷତା କାଳରେ ‘ବସୁଧୈବ କୁଟୁମ୍ବକମ’ ବା ସାରା ବିଶ୍ବ ଏକ ପରିବାର ବାର୍ତ୍ତା ପ୍ରଚାର କରାଯିବ। ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ବାର୍ତ୍ତା ନେଇ ଭାରତ ଜି୨୦ ରାଷ୍ଟ୍ର ଗୋଷ୍ଠୀକୁ ନେତୃତ୍ବ ପ୍ରଦାନ କରିବ।

ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଭାରତର ଲୋଗୋ ଏବଂ ଜି୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ଦେଶର ପ୍ରାଚୀନ ଜ୍ଞାନ ଓ ମୂଲ୍ୟବୋଧକୁ ପ୍ରତିନିଧିତ୍ବ କରୁଛି। ଆମ ଦେଶରେ ପୁରାତନ କାଳରୁ ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଚଳିତ ହୋଇ ଆସିଛି। ସାରା ବିଶ୍ବକୁ ଗୋଟିଏ ପରିବାର ଭାବେ ଗ୍ରହଣ କରିବା ଲାଗି ଏହି ଜ୍ଞାନ ଆମକୁ ଶିକ୍ଷା ଦେଇଥାଏ। ଭାରତ ପାଖରେ ଥିବା ଏହି ମହାନ ଜ୍ଞାନକୁ ଏବେ ଜି୨୦ ମଞ୍ଚ ଜରିଆରେ ସମଗ୍ର ବିଶ୍ବରେ ବାଣ୍ଟିବାର ସମୟ ଆସିଛି।

ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ଡିସେମ୍ବର ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ପ୍ରଦର୍ଶିତ ହେଉଛି। ଚଳିତ ବର୍ଷ ଏଥିରେ ବହୁ ବିଦେଶୀ କଳାକାରମାନେ ଅଂଶଗ୍ରହଣ କରୁଛନ୍ତି। ମନ୍ଦିର ସହର କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ୫ଦିନରୁ ଅଧିକ ସମୟ ଧରି ଆୟୋଜିତ ହେବାକୁ ଥିବା ବାଲୁକା କଳା ମହୋତ୍ସବରେ ୫ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ଭିଡ଼ ହେବ ବୋଲି ଆଶା କରାଯାଉଛି।

ଚନ୍ଦ୍ରଭାଗା ବେଳାଭୂମି ବସୁଧୈବ କୁଟୁମ୍ବକମ୍ ସୁଦର୍ଶନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026
Latest News

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.