Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ୨ ଦିନିଆ କର୍ମଶାଳା
ଆଜିର ଖବର

କଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ୨ ଦିନିଆ କର୍ମଶାଳା

December 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ।ଳୟ (ଡ଼ିପିଏମୟୁ) କଳାହାଣ୍ଡିର ମିଳିତ ଆନୁକୁଲ୍ୟରେ ଓଡିଶାର ନିରନ୍ତର ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ବିଷୟ ବସ୍ତୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ଵେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପାୱାର ସଚିନ ପ୍ରକାଶ, ରାଜ୍ୟ ଯୋଜନା ଏବଂ ସଂଯୋଜନା ବିଭାଗର ସହ ନିର୍ଦ୍ଧେଶିକା ଅଳକା ଜେନା, ଡ଼ିପିଏମୟୁ ଉପ ନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ ମଞ୍ଚାସୀନ ଥିଲେ।

ଏହି ଅବସରରେ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାର ନିରନ୍ତର ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୁଚିର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ମାନଙ୍କର ଭାଗୀଦାରୀ ଏକାନ୍ତ ଆବଶ୍ୟକ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏଥିସହ ପଞ୍ଚାୟତ ସ୍ତରରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା କରିବା ସମୟରେ ନିରନ୍ତର ବିକାଶ ଲକ୍ଷ୍ୟର (ଏସ.ଡ଼ି.ଜି) ୧୭ ଟି ଲକ୍ଷ, ୯ ଟି ବିଷୟ ବସ୍ତୁକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ କହିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ତଥା କଳାହାଣ୍ଡି ଜିଲ୍ଲା SDG Nodal ଅଧିକାରୀପାୱାର ସଚିନ ପ୍ରକାଶ ନିରନ୍ତର ବିକାଶ ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନେ ଏକାଭିମୁଖୀ ହେବା ଏବଂ ସମସ୍ତ ଗ୍ରାମ ପଞ୍ଚାୟତର ସାମୁହିକ ବିକାଶର ଗୁରୁତ୍ଵ ଦେବା ପାଇଁ ପ୍ରକାଶ କରିଥିଲେ।

ଉପ ନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ ପ୍ରଶିକ୍ଷାର୍ଥୀମାନଙ୍କୁ SDG Monitoring Framework for programme and schemes ଉପରେ ତାଲିମ ଦେଇଥିଲେ। ଏଥିରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅବସର ପ୍ରାପ୍ତ ପ୍ରଫେସର , ସହକାରୀ ପ୍ରଫେସର , ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ।ଳୟ (ଡ଼ିପିଏମୟୁ)ର ଅନ୍ୟ ଅଧିକାରୀ, ଏନଜିଓ କର୍ମକର୍ତ୍ତା, ଏସଡ଼ିଜି ପରାମର୍ଶଦାତା ଡା. ରମେଶ ଚାଲାନ, ଏସ.ଡ଼ି.ଜି କୋଷ କାର୍ଯ୍ୟକ୍ରମ ପରିଚାଳକ, ଶ୍ରୀ ଭେଙ୍କଟେସ, ଗ୍ରାମ ବିକାଶ କାର୍ଯ୍ୟକ୍ରମ ପରିଚାଳକ ଆଶୁତୋଷ ଭଟ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ।

କର୍ମଶାଳା କଳାହାଣ୍ଡି ଜିଲ୍ଲା ପ୍ରଶାସନ ନିରନ୍ତର ବିକାଶ ଲକ୍ଷ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026
Latest News

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.