Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାଦ୍ୟ ନଳୀରେ ଅଟକି ଥିବା କୁକୁଡା ହାଡକୁ ବାହାର କରିବାରେ ସଫଳ ହେଲେ ସମ୍ମମ୍ ସର୍ଜନ
ଆଜିର ଖବର

ଖାଦ୍ୟ ନଳୀରେ ଅଟକି ଥିବା କୁକୁଡା ହାଡକୁ ବାହାର କରିବାରେ ସଫଳ ହେଲେ ସମ୍ମମ୍ ସର୍ଜନ

December 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୀର୍ଘ ୭ ଦିନ ଧରି ଜଣେ ବ୍ୟକ୍ତିଙ୍କର ଖାଦ୍ୟ ନଳୀରେ ଅଟକିଥିବା କୁକୁଡା ହାଡକୁ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜନ।
ଏହି ସର୍ଜିକାଲ ଟିମ୍‌ର ନେତୃତ୍ୱ ନେଇଥିବା ସମ୍ମମ୍‌ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋ ଏନ୍‌ଟେରୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ କହିଛନ୍ତି ଯେ ଏହା ତାଙ୍କ ପାଇଁ ଖୁବ୍ ବିରଳ ଏବଂ ବିପଦପୂର୍ଣ୍ଣ ପ୍ରକ୍ରିୟା ଥିଲା। କାରଣ ଏହି ହାଡଟି ରୋଗୀର ଖାଦ୍ୟ ନଳୀ ଏବଂ ଛାତିର ପାଶ୍ୱର୍ରେ ଅଟକି ଥିଲା ଓ ଏଣ୍ଡୋସ୍କୋପି ଦ୍ୱାରା ଏହାକୁ କାଢ଼ିବା ସମ୍ଭବ ନଥିଲା। ସେମାନେ ଏଣ୍ଡୋସ୍କୋପି ଦ୍ୱାରା ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ ତେଣୁ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତି ନିଆଯାଇଥିଲା।

ଏହି ଅସ୍ତ୍ରୋପଚାର ଖୁବ୍ ଅଭିନବ ଓ ବିପଦପୂର୍ଣ୍ଣ ଥିଲା। କାରଣ ଏହା ଛାତିର ମଝି ପାଶ୍ୱର୍ ଏବଂ ଶ୍ୱାସ ନଳୀର ଠିକ୍ ତଳେ ଅଟକି ଥିଲା ବୋଲି ସେ କହିଛନ୍ତି। ଡାକ୍ତର ରାୟ ଚୌଧୁରୀଙ୍କୁ ଡାକ୍ତର ସୁମିତ ଏସ୍‌. ମହାନ୍ତି ସହଯୋଗ କରିଥିବା ବେଳେ ଏଣ୍ଡୋସ୍କୋପି ପ୍ରକ୍ରିୟାରେ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଅୟସକାନ୍ତ ସିଂହ ସହଯୋଗ କରିଥିଲେ। ଏହି ଅସ୍ତ୍ରୋପଚାର ନିମନ୍ତେ ଆନେସଥେସିଆ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ଦୀପଙ୍କର ପଢ଼ିଆରୀ ଓ ତାଙ୍କ ଟିମ୍ ସହଯୋଗ କରିଥିଲେ।

ଅସ୍ତ୍ରୋପଚାର ଦ୍ୱାରା କୁକଡାର ହାଡଟିକୁ ରୋଗୀର ଖାଦ୍ୟ ନଳୀରୁ କଢ଼ାଯିବା ପରେ ଏକ ଏଣ୍ଡୋସ୍କୋପି କରାଯାଇଥିଲା। ଅସ୍ତ୍ରୋପଚାର ପରେ କୁକୁଡା ହାଡ ଦ୍ୱାରା ଖାଦ୍ୟ ନଳୀରେ କ୍ଷତ ସୃଷ୍ଟି ହୋଇଥିବାରୁ ତାକୁ ଶୀଘ୍ର ଶୁଖାଇବା ନିମନ୍ତେ ଏକ ଏନ୍‌ଜିଟ୍ୟୁବ୍ ମାଧ୍ୟମରେ ଚିକିତ୍ସା କରାଯାଇଥିଲା ବୋଲି ଡାକ୍ତର ସିଂହ କହିଥିଲେ।

ଏକ କ୍ଷତାକ୍ତ ଖାଦ୍ୟନଳୀରେ ଏଣ୍ଡୋସ୍କୋପି କରିବା ଖୁବ୍ ବିପଦପୂର୍ଣ୍ଣ ଥିଲା ଏବଂ ଏ ନିମନ୍ତେ ସମ୍ପୂର୍ଣ୍ଣ ଯତ୍ନ ସହକାରେ ଏହା ସଂପାଦନ କରାଯାଇଥିଲା। ଏଭଳି କ୍ଷେତ୍ରରେ ପାଟି ପରିବର୍ତେ ନାକ ବାଟେ ଏଣ୍ଡୋସ୍କୋପି କରାଯାଏ ବୋଲି ଡାକ୍ତର ସିଂହ କହିଛନ୍ତି।

ଅସ୍ତ୍ରୋପଚାର ପରେ ରୋଗୀଙ୍କର ପତ୍ନୀ ଖୁବ୍ ଆଶ୍ୱସ୍ତ ହୋଇଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ସ୍ୱାମୀ ଭୁଲବଶତଃ ଏକ ଚିକେନ୍ ହାଡକୁ ଗିଳି ଦେବା ପରେ ଛାତିରେ ଖୁବ୍ ଯନ୍ତ୍ରଣା ଅନୁଭବ କରିଥିଲେ । କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ ଯାଇଥିଲେ ମଧ୍ୟ ରୋଗୀର ଜୀବନ ପ୍ରତି ବିପଦ ଥିବାରୁ ସେଠାରେ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିନଥିଲା। କାରଣ ଏହି ଅସ୍ତ୍ରୋପଚାର ଖୁବ୍ ଜଟିଳ ଓ ବିପଦପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି।

ଆମେ କୁଆଡେ ଯିବୁ ଜାଣିପାରୁ ନଥିବା ବେଳେ ମୋ ସ୍ୱାମୀର ଚିକିତ୍ସା ନିମନ୍ତେ ଆମର ଜଣେ ସମ୍ପର୍କୀୟ ସମ୍ମମକୁ ଯିବା ପାଇଁ କହିଥିଲେ ବୋଲି ସେ କହିଛନ୍ତି।

ସମ୍ମମ୍‌ରେ ପହଂଚିବା ପରେ ତାଙ୍କ ଅବସ୍ଥା ଜଟିଳ ଥିବାରୁ ତାଙ୍କର ତୁରନ୍ତ ଅପରେସନ୍ ନିମନ୍ତେ ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ଚୋଧୁରୀ କହିଛନ୍ତି। କୁକୁଡା ହାଡ଼ଟିକୁ ସଫଳତାର ସହ କଢ଼ାଯାଇଛି ଏବଂ ତାଙ୍କ ଖାଦ୍ୟନଳୀ ମଧ୍ୟ ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ଠିକ୍ ଅଛି ବୋଲି ସେ କହିଛନ୍ତି। ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ଅଛନ୍ତି ଏବଂ ଖୁବ୍ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ଡାକ୍ତର ରାୟଚୌଧୁରୀ କହିଛନ୍ତି।

ସମ୍ ଅଲ୍ଟିମେଟ ମେଡିକେୟାର ସମ୍ମମ୍ ସର୍ଜନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026
Latest News

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.