ଦ୍ଵିତୀୟ ଦିନରେ ଚିଲିକାରୁ 222 ହେକ୍ଟର ଅଞ୍ଚଳ ହେଲା ଘେରିମୁକ୍ତ

Published: Dec 9, 2022, 9:03 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗୁରୁବାର ଠାରୁ ଚିଲିକାରେ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରହିଥିବା ବେଳେ ପ୍ରଥମ ଦିନରେ 105 ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଅନୁରୂପ ଭାବେ ଆଜି ଦ୍ଵିତୀୟ ଦିନରେ ମଧ୍ୟ ଉକ୍ତ ଅଭିଯାନ ଜାରି ଚିଲିକାରେ ରହିଛି। ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ, ବାଣପୁର ଥାନା ଏସଆଇ ବସନ୍ତ ପଟ୍ଟନାୟକ,ଚିଲିକା ଡ଼ିଏଫଓ(ମଚ୍ୟ) ଶଶାଙ୍କ ଶେଖର ସାହୁ ଓ ଟିମ ଉକ୍ତ ଅଭିଯାନରେ ସାମିଲ ଥିଲେ।

ତେବେ ଆଜି ଦ୍ଵିତୀୟ ଦିନରେ ବାଣପୁର ଥାନା ଅନ୍ତର୍ଗତ ନଈରୀ ଜେଟି କାଙ୍କଣଶିଖରୀ ଠାରୁ ଟାଙ୍ଗୀ ଥାନା ହାଟବରଡ଼ି ଜେଟି ପର୍ଯ୍ୟନ୍ତ 222 ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି। ସକାଳ 7.30 ରୁ ଅପରାହ୍ନ 1.30 ପର୍ଯ୍ୟନ୍ତ ଉକ୍ତ ଉଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ 85 ବଂଡଲ ଜିରୋ ନେଟ(୯ କୁଇଣ୍ଟାଲ) ଉକ୍ତ ଅଞ୍ଚଳରୁ ଜବତ କରାଯାଇ ପୋଡ଼ି ଦିଆଯାଇଛି। ଅନୁରୂପ ଭାବେ ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବାର ଚିଲିକା ତହସିଲଦାର ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Related posts