Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜି -୨୦ ବିକାଶ କାର୍ଯ୍ୟ ଗୋଷ୍ଠୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର
ଆଜିର ଖବର

ଜି -୨୦ ବିକାଶ କାର୍ଯ୍ୟ ଗୋଷ୍ଠୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର

December 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଏବଂ ଦକ୍ଷତା ବିକାଶ ତଥା ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଜାତୀୟ ତଥ୍ୟ ପରିଚାଳନା ଫ୍ରେମୱାର୍କ ନୀତି ଅନୁଯାୟୀ ଭାରତ ସରକାର ଖୁବ୍ ଶୀଘ୍ର ଏକ ସମାନ ତଥା ସୁସଂଗତ ଅଜ୍ଞାତ ଡାଟା ସେଟ୍ ଏକତ୍ର କରିବା ଆରମ୍ଭ କରିବେ। ରାଜୀବ ଚନ୍ଦ୍ରଶେଖର ଜି – ୨୦ ବିକାଶ କାର୍ଯ୍ୟ ଗୋଷ୍ଠୀକୁ ଆଭାଷୀ ମାଧ୍ୟମରେ ସମ୍ବୋଧିତ କରିଛନ୍ତି।

ଆଜି ଏକ ଭିଡିଓ କନଫରେନ୍ସ ଜରିଆରେ ମୁମ୍ବାଇରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ଅଧୀନରେ ବିକାଶ କାର୍ଯ୍ୟ ସମ୍ପର୍କିତ କାର୍ଯ୍ୟ ଗୋଷ୍ଠୀ ସମ୍ମିଳନୀକୁ ମନ୍ତ୍ରୀ ସମ୍ବୋଧିତ କରିଥିଲେ। ‘ବିକାଶ ପାଇଁ ଡାଟା’ ବିଷୟ ଉପରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଭାରତ ଜି -୨୦ ର ଅଧ୍ୟକ୍ଷତା ସମ୍ଭାଳିବା ପରେ ଜି -୨୦ ବିକାଶ କାର୍ଯ୍ୟ ଗୋଷ୍ଠୀର ଏହା ହେଉଛି ପ୍ରଥମ ଆଧିକାରିକ ପାର୍ଶ୍ୱ ବୈଠକ।

ସେ କହିଛନ୍ତି ଯେ, ଭାରତ ନିକଟରେ ଏକ ଜୀବନ୍ତ ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥା ଏବଂ ଏକ ଦୃଢ଼ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ପାରିବେଶିକ ବ୍ୟବସ୍ଥା ରହିଛି। ତେଣୁ ଆମେ ଆଶା କରୁଛୁ ଯେ କମ୍ପାନୀ ଗୁଡିକ ସେମାନଙ୍କର ଏଆଇ ମଡେଲ୍ ଗୁଡିକୁ ତାଲିମ ଦେବା ପାଇଁ ଏହି ବୃହତ ଡାଟାବେସ୍କୁ ଦ୍ରୁତ ଗତିରେ ବ୍ୟବହାର କରିବେ। ସେ କହିଛନ୍ତି ଯେ , ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଅଧିକ ପ୍ରଭାବଶାଳୀ ନୀତି ଏବଂ ବ୍ୟାବହାରିକ ସମାଧାନ ସୃଷ୍ଟି କରିବାକୁ ଆମେ ଲକ୍ଷ୍ୟ ରଖିଛୁ।

ରାଜୀବ ଚନ୍ଦ୍ରଶେଖର ଅନୁକୂଳ ବିକାଶ ପାଇଁ ଡିଜିଟାଲ୍ ଡାଟା ଏବଂ ଡାଟା ସଂଚାଳିତ ହସ୍ତକ୍ଷେପ ଗୁଡିକର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଡାଟାର ଅପବ୍ୟବହାର ବିରୁଦ୍ଧରେ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ଏହି ଉଦ୍ଦେଶ୍ୟରେ ଏକ ରୂପରେଖ ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, “ବିଶ୍ୱାସ ଏବଂ ସୁରକ୍ଷାର ମିଳିତ ପ୍ରିଜିମ୍ ମାଧ୍ୟମରେ ଆମକୁ ଡିଜିଟାଲ୍ ଅର୍ଥନୀତିକୁ ଦେଖିବା ଆବଶ୍ୟକ। ଟେକ୍ନୋଲୋଜି, ଡିଜିଟାଲ୍ ଇଂଟରନେଟ୍ ଏବଂ ବାସ୍ତବ ରୂପରେ ଜନସାଧାରଣଙ୍କ ମଙ୍ଗଳ ଏବଂ ସ୍ଥାୟୀ ବିକାଶକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ତଥ୍ୟ ନିମନ୍ତେ ଏକ ନୂତନ ଅନ୍ତର୍ଜାତୀୟ ଢାଂଚା ପ୍ରସ୍ତୁତ କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ , ଅଭିନବ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଡାଟାସେଟର ବ୍ୟବହାର ଏକ ସୁଦୂରପ୍ରସାରୀ ପ୍ରଭାବ ପକାଇବ ଏବଂ ଏହା ଦ୍ୱାରା ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟକୁ ବହୁତ ଲାଭ ମିଳିବ ଏବଂ ଡିଜିଟାଲୀକରଣ ବ୍ୟାପକ ହେବ।

ସେ କହିଛନ୍ତି ଯେ, ଦୀର୍ଘକାଳୀନ ବିକାଶ ପାଇଁ ବିକଶିତ ତଥା ବିକାଶଶୀଳ ରାଷ୍ଟ୍ର ଗୁଡିକ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଏହା ଗୁରୁତ୍ୱପୂର୍ଣ୍ଣ ଯେ, ଆମେ ଗୋଟିଏ ପଟେ ଡାଟା ସାର୍ବଭୌମତ୍ୱ ଏବଂ ସୁରକ୍ଷା, ଏବଂ ଡାଟା କମନ୍ସ ଧାରଣା ମଧ୍ୟରେ ସଠିକ୍ ସନ୍ତୁଳନ ପାଇପାରୁ ଯାହା ବୈଶ୍ୱିକ ସମୁଦାୟକୁ ଲାଭାନ୍ୱିତ କରି ପାରିବ।

ରାଜୀବ ଚନ୍ଦ୍ରଶେଖର
Share. Facebook Twitter LinkedIn Email WhatsApp Copy Link

Related Posts

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.