Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତିସଂଘ ଜୈବ ବିବିଧତା ସମ୍ମିଳନୀ କପ୍ ୧୫ରେ ଭୂପେନ୍ଦ୍ର ଯାଦବଙ୍କ ଉଦ୍ବୋଧନ
ଆଜିର ଖବର

ଜାତିସଂଘ ଜୈବ ବିବିଧତା ସମ୍ମିଳନୀ କପ୍ ୧୫ରେ ଭୂପେନ୍ଦ୍ର ଯାଦବଙ୍କ ଉଦ୍ବୋଧନ

December 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜାତିସଂଘ ଜୈବ ବିବିଧତା ସମ୍ମିଳନୀର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କ ଅଭିଭାଷଣ ରଖିଛନ୍ତି। ଏହି ଅଧିବେଶନ କପ୍-୧୫ କାନାଡାର ମଣ୍ଟ୍ରିଲଠାରେ ଆୟୋଜିତ ହୋଇଛି।

ମାନନୀୟ ଅଧ୍ୟକ୍ଷ, ମହାମହିମଗଣ ଭଦ୍ରବକ୍ତି ଓ ଉଦ୍ର ମହିଳାଗଣ ମୁଁ ସମସ୍ତ ସଦସ୍ୟଙ୍କ ବହୁ ମୂଲ୍ୟ ଅବଦାନକୁ ସ୍ୱୀକାର କରୁଛି ଓ ଆଶା କରୁଛି ଯେ ୨୦୨୦ ପରବର୍ତ୍ତୀ ବୈଶ୍ୱିକ ଜୈବ ବିବିଧତା ଢାଞ୍ଚା ନେଇ ଚଳିତ ସମ୍ମିଳନୀରେ ସହମତି ପ୍ରକାଶ ପାଇବ। ପରିବେଶ ଅବକ୍ଷୟ ରୋକିବା ସହ ବୈଶ୍ୱିକ ଜୈବ ବିବିଧତା କ୍ଷତିକୁ ସୁଧାରିବା ହେଉଛି ସାମାଜିକ ଓ ଆର୍ଥିକ ବିକାଶ, ମାନବ କଲ୍ୟାଣ ଓ ନିରନ୍ତର ବୈଶ୍ୱିକ ସୁରକ୍ଷା ପାଇଁ ନିତ୍ୟାନ୍ତ ଆବଶ୍ୟକ। ବୈଶ୍ୱିକ ଜୈବ ବିବିଧତା ଢାଂଚାରେ ଧାର୍ଯ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉଚ୍ଚ ଅଭିଳାଷ ସମ୍ପନ୍ନ ହେବା ଉଚିତ। ଏହା ମଧ୍ୟ ବାସ୍ତବ ଓ ବ୍ୟାବହାରିକ ହେବା ଦରକାର। ଜୈବ ବିବିଧତା ସଂରକ୍ଷଣ ମଧ୍ୟ ସାଧାରଣ ଅଥଚ ପାର୍ଥକ୍ୟ ଯୁକ୍ତ ଦାୟିତ୍ୱ ଆଧାରିତ ହେବା ଦରକାର। କାରଣ ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ଜୈବ ବିବିଧତାକୁ ପ୍ରଭାବିତ କରିଥାଏ।

ମହାମହିମ ଗଣ, ବିକାଶମୁଖୀ ରାଷ୍ଟ୍ରଗୁଡିକରେ କୃଷି ହେଉଛି ଗ୍ରାମାଞ୍ଚଳ ଜନସାଧାରଣ ନିମନ୍ତେ ପ୍ରମୁଖ ଆର୍ଥିକ ମେରୁଦଣ୍ଡ ଓ ଏଥିପାଇଁ ଏ କ୍ଷେତ୍ରକୁ ଦିଆଯାଉଥିବା ବିଭିନ୍ନ ସହାୟତାକୁ ଅଣଦେଖା କରିହେବ ନାହିଁ। ବିକାଶମୁଖୀ ଦେଶଗୁଡିକ ନିମନ୍ତେ ଖାଦ୍ୟ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ କୀଟନାଶକ ହ୍ରାସ କରି ସାଂକ୍ଷିକ ଲକ୍ଷ୍ୟ ଧାର୍ଯ୍ୟ କରିବା ଅନାବଶ୍ୟକ। ଏହା ସମ୍ପୃକ୍ତ ଦେଶ ନିଷ୍ପତ୍ତି ନେବାକୁ ଛାଡିଦେବାକୁ ପଡିବ ସେମାନେ ପରିିସ୍ଥିତି ଅଗ୍ରାଧିକାର ଓ ସାମର୍ଥ୍ୟକୁ ଭିତ୍ତିକରି ସେମାନଙ୍କ ଲକ୍ଷ୍ୟଧାର୍ଯ୍ୟ କରିବେ। ଜେବୌ ବିବିଧତାର ସଂରକ୍ଷଣ ପରିବେଶ ସଂରକ୍ଷଣ ସହିତ ଏହାକୁ ସମାଗ୍ରିକ ଓ ସମନ୍ୱିତ ଢଙ୍ଗରେ କରାଯିବା ଦରକାର। ସେ ଦୃଷ୍ଟିରୁ ପ୍ରକୃତିଭିତ୍ତିକ ସମାଧାନ ପରିବର୍ତ୍ତେ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ପରିବଶେ ସଂରକ୍ଷଣ ଉପରେ ଗୁରୁତ୍ୱଆରୋପ କରିବା ଆବଶ୍ୟକ।

ମହାମହିମଗଣ, ଏହି ଢାଂଚାର ସଫଳ କାର୍ଯ୍ୟକାରିତା ଆମର ସମ ପରିମାଣର ଉଚ୍ଚାଭିଳାଷୀ ସମ୍ବଳ ବିନିଯୋଗ ପଦ୍ଧତି ଉପରେ ନିର୍ଭର କରେ। ସେ ଦୃଷ୍ଟିରୁ ବିକାଶମୁଖୀ ଦେଶଗୁଡିକ ନିମନ୍ତେ ଆର୍ଥିକ ସମ୍ବଳ ଯୋଗାଣର ଏକ ନୂତନ ଓ ଉତ୍ସର୍ଗୀକୃତ ବ୍ୟବସ୍ଥା ବିକଶିତ ହେବା ଆବଶ୍ୟକ। ଭାରତ ସମସ୍ତ ଅଂଶୀଦାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବା ନିମନ୍ତେ ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧ। ଏହା ହେଲେ ଯାଇ କପ୍-୧୫ ବୈଶ୍ୱିକ ଜୈବ ବିବିଧତା ଢାଞ୍ଚାର ଅଭିଳଷିତ ଲକ୍ଷ୍ୟ ହାସଲ ହୋଇପାରିବ।

କାନାଡା ଭୂପେନ୍ଦ୍ର ଯାଦବ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 7, 2026

ଅଗଷ୍ଟ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 7, 2026

ବରଗଡ଼ ସିମେଣ୍ଟ ୱାର୍କ୍ସର ଶ୍ରମିକଙ୍କ ପାଇଁ ବଡ଼ ସଫଳତା: ୨୬.୮୧ କୋଟିର ଲାଭ

August 7, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର-ବଲାଙ୍ଗୀର ସେକ୍ସନ ନିରୀକ୍ଷଣ

August 7, 2026
Latest News

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 7, 2026

ଅଗଷ୍ଟ ୧୦ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 7, 2026

ବରଗଡ଼ ସିମେଣ୍ଟ ୱାର୍କ୍ସର ଶ୍ରମିକଙ୍କ ପାଇଁ ବଡ଼ ସଫଳତା: ୨୬.୮୧ କୋଟିର ଲାଭ

August 7, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମ୍ବଲପୁର-ବଲାଙ୍ଗୀର ସେକ୍ସନ ନିରୀକ୍ଷଣ

August 7, 2026

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.