Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଦେଶରେ ୨୯୮ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରି ମିଳିଛି: କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଦେଶରେ ୨୯୮ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରି ମିଳିଛି: କେନ୍ଦ୍ର ମନ୍ତ୍ରୀ

December 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ‘କ୍ରୀଡା’ ଏକ ରାଜ୍ୟ ବ୍ୟାପାର ହୋଇ ଥିବାରୁ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବାର ଦାୟିତ୍ୱ ମୁଖ୍ୟ ରୂପରେ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ଉପରେ ନିର୍ଭର କରେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସେମାନଙ୍କ ଉଦ୍ୟମକୁ ମଧ୍ୟ ସହଯୋଗ କରିଥାନ୍ତି। ଅବଶ୍ୟ ଏହି ମନ୍ତ୍ରଣାଳୟ ଏକ କେନ୍ଦ୍ରୀୟ ଯୋଜନା ଅର୍ଥାତ୍ ‘ଖେଲୋ ଇଣ୍ଡିଆ – କ୍ରୀଡ଼ାର ବିକାଶ ପାଇଁ ଜାତୀୟ କାର୍ଯ୍ୟକ୍ରମ’ ଯୋଜନା ଚଳାଇଛି, ଯାହା କ୍ରୀଡ଼ା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍ସର୍ଗୀକୃତ ଅଟେ।

ଖେଲୋ ଇଣ୍ଡିଆ ଯୋଜନାର “କ୍ରୀଡା ଭିତ୍ତିଭୂମି ନିର୍ମାଣ ଏବଂ ଉନ୍ନୟନ” ଯୋଜନା ଅନ୍ତର୍ଗତ ସମଗ୍ର ଦେଶରେ ୨୯୮ଟି କ୍ରୀଡା ଭିତ୍ତିଭୂମି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ଯୋଜନା ଅଧୀନରେ ମନ୍ତ୍ରଣାଳୟ ସାରା ଦେଶରେ ବିଭିନ୍ନ କ୍ରୀଡା ବିଭାଗରେ କ୍ରୀଡ଼ାବିତ୍ ମାନଙ୍କୁ ମଧ୍ୟ ସମର୍ଥନ କରିଥାଏ, ଯାହା ଖେଳ ପଡିଆ ଗୁଡିକର ବିକାଶ, ସାମୁଦାୟିକ ପ୍ରଶିକ୍ଷଣର ବିକାଶ, ରାଜ୍ୟ ତଥା ଜିଲ୍ଲା ସ୍ତରରେ ଖେଲୋ ଇଣ୍ଡିଆ କେନ୍ଦ୍ର ଗୁଡିକର ସ୍ଥାପନା କରିବା, ବାର୍ଷିକ ଜାତୀୟ ପ୍ରତିଯୋଗିତାର (ଖେଲୋ ଇଣ୍ଡିଆ ଗେମ୍ସ) ଆୟୋଜନ, ପ୍ରାଥମିକ କ୍ରୀଡା ବିଭାଗରେ ଦକ୍ଷ କ୍ରୀଡ଼ାବିତ୍ ମାନଙ୍କ ଚିହ୍ନଟ, କ୍ରୀଡା ଏକାଡେମୀ ଗୁଡିକର ସ୍ଥାପନା, ବିଭିନ୍ନ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଗୁଡିକ ମାଧ୍ୟମରେ ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା, କ୍ରୀଡ଼ା କ୍ଷେତ୍ରରେ ମହିଳା ମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା, ଉଗ୍ରବାଦ ତଥା ଆତଙ୍କବାଦ ପ୍ରଭାବିତ ଅଂଚଳ ଗୁଡିକରେ ଯୁବକ ମାନଙ୍କ ସକାରାତ୍ମକ ଅଂଶଗ୍ରହଣ ପାଇଁ କ୍ରୀଡା ପ୍ରତିଯୋଗିତା ଗୁଡିକର ଆୟୋଜନ, ପ୍ରୋତ୍ସାହନ, ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ମଧ୍ୟରେ କ୍ରୀଡା ଏବଂ ଗ୍ରାମୀଣ ଏବଂ ସ୍ୱଦେଶୀ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଭଳି କାର୍ଯ୍ୟ କରିଥାଏ।

ରାଷ୍ଟୀୟ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ (ଆର୍ୱାଇଏସ୍କେ) ଯୋଜନା ହେଉଛି ଏକ ଚାଲୁଥିବା କେନ୍ଦ୍ରୀୟ ଯୋଜନା, ଯାହାକି ମାନବ ସମ୍ବଳ ବିକାଶ ଉପରେ ବିଭାଗୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସୁପାରିଶ ଏବଂ ଅର୍ଥ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗଙ୍କ ପରାମର୍ଶ ଅନୁସାରେ ନିଆ ଯାଇଥିବା ଯୁକ୍ତିଯୁକ୍ତ ଅଭ୍ୟାସରେ ଏକ ଛତ୍ର ଯୋଜନା ଭାବରେ ପ୍ରସ୍ତୁତ କରା ଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଯେ ଏକ ଛତ୍ର ଯୋଜନା ଅନ୍ତର୍ଗତ ବିଭିନ୍ନ ଯୋଜନା ଗୁଡିକର ମିଶ୍ରଣ କାର୍ଯ୍ୟକ୍ରମ ଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଯୋଜନାର ପ୍ରଶାସନିକ ସଂରଚନାକୁ ଫଳପ୍ରଦ ଭାବରେ ବ୍ୟବହାର କରିବା। ଆର୍ୱାଇଏସ୍କେ ଯୋଜନା ଅଧୀନରେ ଥିବା ୭ ଟି ଉପ- ଯୋଜନା ଗୁଡ଼ିକ ହେଉଛି:

୧. ନେହେରୁ ଯୁବା କେନ୍ଦ୍ର ସଂଗଠନ
୨. ଜାତୀୟ ଯୁବ ଦଳ
୩. ଯୁବ ଏବଂ କିଶୋର ବିକାଶ ପାଇଁ ଜାତୀୟ କାର୍ଯ୍ୟକ୍ରମ
୪. ଅନ୍ତର୍ଜାତୀୟ ସହଯୋଗ
୫. ଯୁବ ହଷ୍ଟେଲ
୬. ସ୍କାଉଟିଙ୍ଗ୍ ଏବଂ ଗାଇଡ୍ ସଂସ୍ଥାଗୁଡ଼ିକୁ ସହାୟତା
୭. ଜାତୀୟ ଯୁବ ନେତା କାର୍ଯ୍ୟକ୍ରମ

ନେହରୁ ଯୁବା କେନ୍ଦ୍ର ସଂଗଠନ (ଏନ୍ୱାଇକେଏସ୍) ହେଉଛି ମନ୍ତ୍ରଣାଳୟ ଅଧୀନସ୍ଥ ଏକ ସ୍ୱୟଂଶାସିତ ସଂସ୍ଥା, ଯାହାର ମୁଖ୍ୟାଳୟ ଦିଲ୍ଲୀରେ ରହିଛି, ଯାହା ୨୯ ଟି ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ କାର୍ଯ୍ୟାଳୟ ଏବଂ ୬୨୩ ଜିଲ୍ଲା ସ୍ତରୀୟ ନେହରୁ ଯୁବା କେନ୍ଦ୍ର ମାଧ୍ୟମରେ ସାରା ଦେଶରେ ବ୍ୟାପି ରହିଛିି। ଆର୍ୱାଇଏସ୍କେର ନିମ୍ନଲିଖିତ ଉପ ଯୋଜନା ଗୁଡିକୁ ଏନ୍ୱାଇକେଏସ୍ ମାଧ୍ୟମରେ ଅନ୍ୟାନ୍ୟ ମନ୍ତ୍ରଣାଳୟ ଗୁଡିକର ଯୋଜନା ସହିତ ସେମାନଙ୍କର ବଜେଟ୍ ସହାୟତା ଏବଂ ସ୍ୱେଚ୍ଛାକୃତ ଭିତ୍ତିରେ କାର୍ଯ୍ୟକାରୀ କରାଯାଏ।

ନ୍ୟାସନାଲ ୟୁଥ୍ କର୍ପସ (ଏନ୍ୱାଇସି): ଏନ୍ୱାଇକେଏସ୍ର ବିସ୍ତାରିତ ଶାଖା ଭାବରେ କାର୍ଯ୍ୟ କରିବା ଏବଂ ଏନ୍ୱାଇକେଏସ୍ର କାର୍ଯ୍ୟକ୍ରମ ପରିଚାଳନା ପାଇଁ ଏନ୍ୱାଇକେଏସ୍ କାର୍ଯ୍ୟାଳୟ ଏବଂ ୟୁଥ୍ କ୍ଲବ୍ ମଧ୍ୟରେ ସେତୁ ଭାବରେ କାର୍ଯ୍ୟ କରିବା ନିମନ୍ତେ ଦେଶର ପ୍ରତ୍ୟେକ ବ୍ଲକ୍ରେ ଦୁଇ ଜଣ ଜାତୀୟ ଯୁବ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ପ୍ରତି ମାସରେ ସ୍ୱେଚ୍ଛାସେବୀ ମାନଙ୍କୁ ଦେୟ ଭାବେ ୫,୦୦୦ ଟଙ୍କା ପ୍ରଦାନ କରାଯାଏ।

ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହି ସୂଚନା ଦେଇଛନ୍ତି।

ଅନୁରାଗ ସିଂହ ଠାକୁର ଖେଲୋ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.