ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବିଜେପିର ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ । ବିଜେପିର ପ୍ରଚଣ୍ଡ ବିଜୟ ପରେ ତୃଣମୂଳ କଂଗ୍ରେସ ଏବଂ ଦିଦିଙ୍କ ଉପରେ ଏହାର ବ୍ୟାପକ ପ୍ରଭାବ ପଡିଥିବା ଦେଖାଯାଇଛି । କୋଲକାତାରେ ଏକ ଦଳୀୟ ବୈଠକରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି । କେନ୍ଦ୍ର ଆମ ପାଇଁ ଆପତ୍ତିକାଳ ଭଳି ସ୍ଥିତି ସୃଷ୍ଟି କରିଛି । ହିନ୍ଦୁ ମୁସଲମାନ ବିଭାଜନ କରାଯାଇଛି, ଭୋଟ ବଣ୍ଟା ଯାଇଛି । ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲି କିନ୍ତୁ କୌଣସୀ ସୁଫଳ ମିଳି ନାହିଁ । ତାଙ୍କ ପାଇଁ ଦଳୀୟ ପଦବୀଠାରୁ ଦଳ ବେଶି ଗୁରୁତ୍ବ ବହନ କରେ ବୋଲି ଏହି ଅବସରରେ କହିଛନ୍ତି । ଏହି ବୈଠକର ଆରମ୍ଭରୁ ଏଥର ମୁଖ୍ୟମନ୍ତ୍ରୀ ହେବି ନାହିଁ ବୋଲି ମମତା କହିଥିଲେ ବୋଲି ସ୍ପଷ୍ଟ କରିଛନ୍ତି । ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ସହ ଟିଏମସିର ଜବରଦସ୍ତ ଟକ୍କର ଦେଖିବାକୁ ମିଳିଥିଲା । ଚଳିତଥର ନିର୍ବାଚନୀ ହିଂସା ମଧ୍ୟ ଏଠାରେ ବେଶ୍ ଅନୁଭୂତ ହୋଇଥିଲା । ଚଳିତ ଲୋକସଭା ନିର୍ବାଚନରେ ବିଜେପି ଏଠାରେ ୧୮ଟି ଆସନ ହାତେଇଛି ।
ଦଳୀୟ ପଦବୀ ନୁହେଁ, ଦଳ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ – ମମତା ବାନାର୍ଜୀ
Published:
May 25, 2019, 6:35 pm IST
Tags: