ଫିଲିପାଇନ୍ସ ସେନା ଉପରେ ଆତଙ୍କୀ ଆକ୍ରମଣ : ୮ ମୃତ,୧୪ ଆହତ

Published: May 26, 2019, 10:48 am IST
phillipines 8 KILLED 14 INJURED

ଫିଲିପାଇନ୍ସରେ ସେନାବାହିନୀ ଉପରେ ଏକ ଆତଙ୍କୀ ଗୋଷ୍ଠୀ ଆକ୍ରମଣ କରିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ସେନାର ଏକ ଦଳ ଉପରକୁ ପ୍ରାୟ ୩୦ରୁ ଅଧିକ ଆତଙ୍କୀ ଆକ୍ରମଣ କରିଥିଲେ।ଦକ୍ଷିଣ ଫିଲିପାଇନ୍ସର ସୁଲୁ ଅଞ୍ଚଳରେ ଆବୁ ସୟଫ ଆତଙ୍କୀ ସଙ୍ଗଠନ(ଏଏସ୍‌ଜି)ର ସଦସ୍ୟ ମାନେ ଆକ୍ରମଣ କରିଥିଲେ। ଫିଲିପାଇନ୍ସର ୧୧ ତମ ଇନ୍‌ଫାନ୍ଟ୍ରି ଦଳର ସୈନ୍ୟ ମାନେ ସୁଲା ଗ୍ରାମ ଦେଇ ଯାଉଥିବା ବେଳେ ଏକହି ଆକ୍ରମଣ ଘଟିଥିଲା। ଆକ୍ରମଣ ୩୦ ମିନିଟ୍‌ ଧରି ଚାଲିଥିବା ବେଳେ ଗ୍ରାମର ଦୁଇ ଜଣ ଏବଂ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁ ଏବଂ ଜଣେ ୧୨ ବର୍ଷୀୟ ବାଳକ ରହିଛନ୍ତି। ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୫ ଜଣ ସେନା କର୍ମଚାରୀ, ୨ ଜଣ ସାଧାରଣ ନାଗରିକ ଏବଂ ୭ ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି। ବିଗତ କିଛି ମାସ ମଧ୍ୟରେ ସୁଲୁରେ ବିଭିନ୍ନ ଆକ୍ରମଣରେ ୧୦୦ରୁ ଅଧିକ ସାଧାରଣ ଜନତା ପ୍ରାଣ ହରାଇଛନ୍ତି।

Related posts