Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ମଧ୍ୟରୁ କାହାର ଚରଣ ସୁନ୍ଦର?, ବିବାଦର ସମାଧାନ କଲେ ଭ୍ରାତା ଲକ୍ଷ୍ମଣ
ଆଜିର ଖବର

ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ମଧ୍ୟରୁ କାହାର ଚରଣ ସୁନ୍ଦର?, ବିବାଦର ସମାଧାନ କଲେ ଭ୍ରାତା ଲକ୍ଷ୍ମଣ

December 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ଭୁବନେଶ୍ଵର: ଶ୍ରୀରାମ ଚନ୍ଦ୍ର ବନବାସ ସମୟରେ ଚିତ୍ରକୁଟରେ ଥିଲେ। ଲକ୍ଷ୍ମଣ ଜୀ ଫଳମୂଳ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ। ସୀତା ଜୀ ଓ ରାମ ଜୀ କୌଣସି ଏକ ବିଷୟରେ ଚର୍ଚ୍ଚା କରୁଥିଲେ। ସିତାଜୀ ହଠାତ କହିଲେ, “ପ୍ରଭୁ କ୍ଷମା କରିବେ, ଗୋଟିଏ କଥା କହିବି?”

ପ୍ରଭୁ କହିଲେ,”କୁହ।

ସୀତା କହିଲେ, “ମୋର ଚରଣ ଆପଣଙ୍କ ଚରଣ ଠାରୁ ବେଶୀ ସୁନ୍ଦର!

ଶ୍ରୀରାମ ଜୀ କହିଲେ, “ଏହା କିପରି ହୋଇପାରିବ? ମୋର ଚରଣ ସବୁଠାରୁ ସୁନ୍ଦର! ଯଦି ଭଗବାନ ସ୍ଵୀକାର କରି ନେଇଥାନ୍ତେ, ତାହେଲେ କୌଣସି କଥା ନଥିଲା।”

କିନ୍ତୁ ପ୍ରଭୁଙ୍କର କଥା ଶୁଣି ଉଭୟଙ୍କ ମଧ୍ୟରେ ମତାନ୍ତର ହେଲା। ଶେଷକୁ ସ୍ଥିର ହେଲା ଯେ, ଲକ୍ଷଣଙ୍କ ନିଷ୍ପତ୍ତି ହିଁ, ଉଭୟଙ୍କର ମାନ୍ୟ ହେବ। କାରଣ ସେ ହିଁ ଉଭୟଙ୍କର ଚରଣର ସେବା କରନ୍ତି।

ଲକ୍ଷ୍ମଣ ଫଳମୂଳ ଧରି କୁଟୀରକୁ ଫେରିଲେ। ଶ୍ରୀରାମ କହିଲେ, “ଗୋଟିଏ ତକରାଳ ହୋଇଛି। ତୁ ହିଁ ଉଚିତ ନ୍ୟାୟ ଦେଇପାରିବୁ।”

ଲକ୍ଷ୍ମଣ କହିଲେ, “ପ୍ରଭୁ ଆଜ୍ଞା ହେଉ।” ଶ୍ରୀରାମ କହନ୍ତି, ଲକ୍ଷ୍ମଣ ସୀତା କହୁଛନ୍ତି, ତାଙ୍କ ଚରଣ ସୁନ୍ଦର। ମୁଁ କହୁଛି ମୋ ଚରଣ ସୁନ୍ଦର। ତୁ ତ ଉଭୟ ଚରଣ ସେବା କରୁଛୁ। ତୁ କୁହ, କାହାର ଚରଣ ସୁନ୍ଦର।

ଲକ୍ଷ୍ମଣ ଜୀ କହିଲେ ପ୍ରଭୁ, “ଏହି ସଙ୍କଟ ଭିତରେ ମୋତେ ପକାନ୍ତୁ ନାହିଁ। ଆପଣ ଉଭୟେ ଏହାର ସମାଧାନ କରନ୍ତୁ।”

ଶ୍ରୀରାମ କହିଲେ, “ତୁ କୁହ। ତୁ ବୈରାଗୀ ଅଟୁ। ତୁ ତ୍ୟାଗୀ ସନ୍ଥ ଅଟୁ। ତୋର ନିଷ୍ପକ୍ଷ ନ୍ୟାୟ ଆମକୁ ସ୍ଵୀକାର ଅଟେ। ନିର୍ଭୟ ହୋଇ କୁହ।”

ଲକ୍ଷ୍ମଣ ଜୀ ଧର୍ମ ସଙ୍କଟରେ ପଡିଗଲେ। କାହାର ପକ୍ଷ ନେବେ। ଜଣଙ୍କର ପକ୍ଷ ନେଲେ, ଅନ୍ୟ ଜଣେ ଦୁଃଖୀ ହେବେ। ଶେଷରେ ସେ ରାମଙ୍କ ଚରଣ ଧରି ସୀତାଙ୍କ ଚରଣ ଆଡକୁ ନିର୍ଦ୍ଦେଶ କରି କହିଲେ, ଏ ଚରଣ (ଶ୍ରୀରାମ ଚରଣ) ଠାରୁ ସେ ଚରଣ (ସୀତା ଚରଣ) ସୁନ୍ଦର।

ସୀତା ଖୁସି ହୋଇଗଲେ।

ଲକ୍ଷ୍ମଣ ଜୀ କହିଲେ, “ମାତା ଖୁସି ହୁଅନ୍ତୁ ନାହିଁ। ଶ୍ରୀରାମଙ୍କ ଚରଣ ଯୋଗୁଁ ହିଁ ଆପଣଙ୍କର ଚରଣର ମୂଲ୍ୟ ବଢିଯାଇଛି। ଶ୍ରୀରାମଙ୍କ ଚରଣ ବିନା ଆପଣଙ୍କର ଚରଣ ସୁନ୍ଦର ଲାଗିବ ନାହିଁ। ଅର୍ଥାତ ଲକ୍ଷ୍ମଣ କହୁଛନ୍ତି, “ଉଭୟଙ୍କର ଚରଣ ସୁନ୍ଦର। ପରସ୍ପର ପରିପୂରକ।

ଲକ୍ଷ୍ମଣ କହିଲେ,”ଆଚରଣ ଦ୍ଵାରା ହିଁ ଚରଣ ସୁନ୍ଦର ଲାଗେ। ସେହି ଚରଣ ତଳେ ନିଜକୁ ସମର୍ପଣ କରିବାକୁ ଇଚ୍ଛା ହୁଏ। ଆପଣମାନଙ୍କର ଆଚରଣ ଯୋଗୁଁ ହିଁ ଆଜି ସମସ୍ତେ ସେହି ଚରଣ ତଳେ ଆଶ୍ରୟ ନେବାକୁ ଚାହାନ୍ତି।

ପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ) ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଦୂରଭାଷ- ୯୩୩ ୭୨ ୫୮ ୩୯୮

ଚରଣ ସୁନ୍ଦର ଚିତ୍ରକୁଟ ବନବାସ ଲକ୍ଷ୍ମଣ ଜୀ ଶ୍ରୀରାମ ଚନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026

ଇସ୍ରୋର ଐତିହାସିକ ସଫଳତା: ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍

September 4, 2026

ଏସିଆ କପରେ ଶତକ ହାସଲ କରି ୧୦ଟି ବଡ଼ ରେକର୍ଡ ଭାଙ୍ଗିଲେ ସ୍ମୃତି ମନ୍ଧାନା

September 4, 2026

ଶ୍ରୀନଗର ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଦୁର୍ଘଟଣାଗ୍ରସ୍ତ

September 4, 2026
Latest News

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା: ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଟଙ୍କା ସହାୟତା

September 4, 2026

ନେପାଳ ବନ୍ୟାର ନଅ ଦିନ ପରେ ହେଲା ଚମତ୍କାର!: ଭଗ୍ନାବଶେଷରୁ ଦୁଇ ଶ୍ରମିକ ଜୀବିତ ଉଦ୍ଧାର

September 4, 2026

ପୋଲିସ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଡକାୟତ ଲୋକେଶ ଗୁରୁତର, ଜଣେ ଫେରାର

September 4, 2026

ଇସ୍ରୋର ଐତିହାସିକ ସଫଳତା: ମହାକାଶକୁ ଗଲା ଭାରତର ପ୍ରଥମ ଜିଓ-ଅର୍ବିଟ୍ ଇମେଜିଂ ସାଟେଲାଇଟ୍

September 4, 2026

ଏସିଆ କପରେ ଶତକ ହାସଲ କରି ୧୦ଟି ବଡ଼ ରେକର୍ଡ ଭାଙ୍ଗିଲେ ସ୍ମୃତି ମନ୍ଧାନା

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.