ଚାନ୍ଦପୁର: ଯାତ୍ରୀ ବାହୀ ବସ୍ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published: Dec 29, 2022, 8:41 pm IST

ଚାନ୍ଦପୁର: ହଠାତ ଯାତ୍ରୀ ଯାତ୍ରୀ ବାହୀ ବସ୍ ରେ ନିଆଁ ଲାଗିଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ପୁରୁଣା ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ବଜାର ନିକଟରେ ଏଭଳି ଘଟଣା ଘଟିଛି। ବାଙ୍କେଶ୍ୱରୀ ନାମକ ଯାତ୍ରୀ ବାହୀ ଘରୋଇ ବସ୍ ବ୍ରହ୍ମପୁର ରୁ ରଣପୁର ଆସୁଥିବା ବେଳେ ସର୍ଟ ସର୍କିଟ୍ ରୁ ଇଂଜିନ୍ ରେ ନିଆଁ ଲାଗିଯାଇଥିବା ସୂଚନା ରହିଛି। ପ୍ରବଳ ଧୁଆଁ ହେବା ସହ ଇଂଜିନ୍ ଜଳିବାରୁ ଚାଳକ ବସ୍ କୁ ଅଟକାଇଲେ। ଉପସ୍ଥିତ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଏଥିରେ ଯାତ୍ରୀଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି। ବର୍ତ୍ତମାନ ରାସ୍ତାରେ ଗାଡି ଚଳା ଚଳ ବନ୍ଦ ରହିଛି।

Related posts