ଯୁକ୍ତ ୨ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ: ଜାଣନ୍ତୁ କେବେଠୁ ଆରମ୍ଭ ହେବ ପରୀକ୍ଷା

Published: Dec 31, 2022, 5:37 pm IST

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୧ ତାରିଖରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨ ତାରିଖରୁ କଳା, ବାଣିଜ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ସେହିଭଳି ମାର୍ଚ୍ଚ ୩ ତାରିଖରୁ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ। ସେହିପରି ଫେବ୍ରୁଆରୀ ୧ ତାରିଖରୁ ୧୦ ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ହେବ।

ତେବେ ଉକ୍ତ ପରୀକ୍ଷା ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା ହେବ। କିନ୍ତୁ ଚଳିତ ବର୍ଷ ମଧ୍ୟ କୋଭିଡ୍ ଗାଇଡଲାଇନରେ ସମସ୍ତ ପରୀକ୍ଷା ହେବ।

ଜାନୁଆରୀ ୧୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୂଡାନ୍ତ ହେବ। ପରୀକ୍ଷା କେନ୍ଦ୍ର ଗୁଡିକ ସର୍ଭିଲାନ୍ସ ରହିବ ଏନେଇ ସିଏଚଏସଇ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଆଜି ସୂଚନା ଦେଇଛନ୍ତି।

Related posts