ମୋଦୀଙ୍କୁ ଭେଟିଲେ ଜଗନ ମୋହନ ରେଡ୍ଡୀ : ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନେଇ ଆଲୋଚନା

Published: May 26, 2019, 2:22 pm IST
jaganmohan meets narendra modi

ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ଆଲୋଚନା ସମୟରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ନେଇ ଉଭୟ ନେତାଙ୍କ ମଧ୍ୟକରେ ଆଲୋଚନା ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶର ଆାର୍ଥିକ ଅବସ୍ଥା ସମ୍ପର୍କର ଜଗନ ଅବଗତ କରାଇବା ସହିତ ଅଧିକ ଆର୍ଥିକ ସହାୟତାର ଦାବି କରିଥିଲେ। ଉଭୟଙ୍କ ମଧ୍ୟରେ ଏହି ବୈଠକ ପରେ ରାଜ୍ୟସଭାରେ ବିଜେପିକୁ ଓ୍ବାଇଆର୍‌ଏସ୍‌ କଂଗ୍ରେସର ସହାୟତା ମିଳିବା ସମ୍ଭାବନା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ନିର୍ବାଚନ ପ୍ରଚାରରେ ଜଗନ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିର ନିର୍ବାଚନୀ ଇସ୍ତାହାର ରଖିଥିଲେ। ମାତ୍ର ବିଜେପି ନେତୃତ୍ବରେ ଏନ୍‌ଡିଏ ମେଣ୍ଟ ଏକ ପାଖିଆ ବିଜୟ ହାସଲ ପରେ ଏହି ଦାବି ଗୁରୁତ୍ବହୀନ ମନେ ହେଉଛି। ଗତବର୍ଷ ସମାନ ଦାବି ନେଇ ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏନ୍‌ଡିଏ ମେଣ୍ଟରୁ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ।

Related posts