Categories
ଆଜିର ଖବର

ଦୁର୍ବଳ ଆଇନ ବ୍ୟବସ୍ଥା ନେଇ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ଆଣିଲେ ଅଖିଳେଶ ଯାଦବ

ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଶନିବାର ରାଜ୍ୟପାଳ ରାମ ନାଏକଙ୍କୁ ଭେଟିଛନ୍ତି। ଉତ୍ତର ପ୍ରଦେଶର ଦୁର୍ବଳ ଆଇନ ଶୃଙ୍ଖଳା ପରସ୍ଥିତି ନେଇ ଅଭିଯୋଗ କରିଛନ୍ତି ଅଖିଳେଶ। ଯୋଗୀ ଆଦିତ୍ୟନାଥ ସରକାର ଶୋଇ ରହିଥିବାରୁ ରାଜ୍ୟରେ ଅପରାଧ ହାର ଦିନକୁ ଦିନ ବୃଦ୍ଧି ପାଇଛି, ସେଥିପାଇଁ ରାଜ୍ୟପାଳଙ୍କୁ ଭେଟିଛନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଖିଳେଶ। ଗତକାଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ୍‌ ମୁଖ୍ୟ ମାନଙ୍କୁ ବଦଳି କରାଇବା ପରେ ୟୁପିରେ ଜଙ୍ଗଲରାଜ ଚାଲିଛି ବୋଲି କହିଛନ୍ତି ଅଖିଳେଶ। ଅଖିଳେଶଙ୍କ ସହିତ ବରିଷ୍ଠ ନେତା ଅହମଦ୍‌ ହାସନ୍‌ ରାଜ୍ୟପାଳଙ୍କୁ ଭେଟିଥିଲେ।

Categories
ଆଜିର ଖବର

ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିଲା ଭାରତୀୟ ଦଳ

କ୍ରିକେଟ ବିଶ୍ବକପ୍‌-୨୦୧୯ ଚାଲିଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭେଟିଛି। ଉଚ୍ଚାୟୁକ୍ତଙ୍କ ଲଣ୍ଡନ ସ୍ଥିତ ବାସଭବନରେ ଖେଳାଳି ଭେଟିଥିଲେ। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଖେଳାଳି ମାନେ ଉଚ୍ଚାୟୁକ୍ତଙ୍କୁ ଭେଟିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି, କୋଚ ରବି ଶାସ୍ତ୍ରୀଙ୍କ ସମେତ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଉଚ୍ଚାୟୁକ୍ତ ଋଚି ଘନଶ୍ୟାମଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ବିସିସିଆଇର ଅଫିସିଆଲ ଟ୍ବିଟ୍ଟର ଆକାଉଣ୍ଟରୁ ଖେଳାଳି ମାନେ ଯୋଗ ଦେଇଥିବା ନେଇ ଏକ ଫଟୋ ପୋଷ୍ଟ କରାଯାଇଥିଲା। ଭାରତୀୟ ଦଳ ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ବିକେଟରେ ପରାସ୍ତ କରିଥିବା ବେଳେ ଓଭାଲରେ ରବିବାର ପୂର୍ବତନ ବିଶ୍ବଚାମ୍ପିୟନ୍‌ ଅଷ୍ଟ୍ରେଲିଆର ମୁକାବିଲା କରିବ।

Categories
ଆଜିର ଖବର

ରାଜ୍ୟପାଳଙ୍କୁ ଭେଟିଲେ ନବୀନ : ସରକାର ଗଠନ ପାଇଁ ଦାବି ଜଣାଇଲେ

ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ସ୍ପଷ୍ଟ ବହୁମତ ହାସଲ କରି ସରକାର ଗଠନ କରିବା ସ୍ପଷ୍ଟ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ଭେଟିଛନ୍ତି। ରବିବାର ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ନବୀନ ରାଜ୍ୟପାଳ ଡ. ଗଣେଶୀ ଲାଲଙ୍କୁ ଭେଟି ସରକାର ଗଠନର ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ୨୯ ତାରିଖରେ ନବୀନ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୧୨ ଜଣ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ନବୀନ। କ୍ରମାଗତ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବା ନବୀନ ପ୍ରଥମ ଥର ପାଇଁ ପ୍ରଦର୍ଶନୀ ପଡିଆରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

Categories
ଆଜିର ଖବର

ମୋଦୀଙ୍କୁ ଭେଟିଲେ ଜଗନ ମୋହନ ରେଡ୍ଡୀ : ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନେଇ ଆଲୋଚନା

ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ଆଲୋଚନା ସମୟରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ନେଇ ଉଭୟ ନେତାଙ୍କ ମଧ୍ୟକରେ ଆଲୋଚନା ହୋଇଥିବା ବେଳେ ଆନ୍ଧ୍ର ପ୍ରଦେଶର ଆାର୍ଥିକ ଅବସ୍ଥା ସମ୍ପର୍କର ଜଗନ ଅବଗତ କରାଇବା ସହିତ ଅଧିକ ଆର୍ଥିକ ସହାୟତାର ଦାବି କରିଥିଲେ। ଉଭୟଙ୍କ ମଧ୍ୟରେ ଏହି ବୈଠକ ପରେ ରାଜ୍ୟସଭାରେ ବିଜେପିକୁ ଓ୍ବାଇଆର୍‌ଏସ୍‌ କଂଗ୍ରେସର ସହାୟତା ମିଳିବା ସମ୍ଭାବନା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ନିର୍ବାଚନ ପ୍ରଚାରରେ ଜଗନ ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିର ନିର୍ବାଚନୀ ଇସ୍ତାହାର ରଖିଥିଲେ। ମାତ୍ର ବିଜେପି ନେତୃତ୍ବରେ ଏନ୍‌ଡିଏ ମେଣ୍ଟ ଏକ ପାଖିଆ ବିଜୟ ହାସଲ ପରେ ଏହି ଦାବି ଗୁରୁତ୍ବହୀନ ମନେ ହେଉଛି। ଗତବର୍ଷ ସମାନ ଦାବି ନେଇ ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏନ୍‌ଡିଏ ମେଣ୍ଟରୁ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ।

Categories
ଆଜିର ଖବର

ଭିଭିପାଟ୍‌ ଓ ଇଭିଏମ୍‌ ମାମଲାକୁ ନେଇ ଇସିଙ୍କୁ ଭେଟିବେ ୨୧ଟି ବିରୋଧୀ ଦଳର ପ୍ରତିନିଧି

୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ୨ ଦିନ ପୂର୍ବରୁ ଇଭିଏମ ଓ ଭିଭିପାଟ୍‌ ମାମଲାକୁ ନେଇ ପୁଣି ଏକାଠି ହୋଇଛନ୍ତି ବିରୋଧୀ ଦଳ। ଏ ନେଇ ୨୧ଟି ବିରୋଧୀ ଦଳର ପ୍ରତିନିଧି ମଙ୍ଗଳବାର ନିର୍ବାଚନ ଆୟୋଗଙ୍କୁ ଭେଟି ଦାବି ଜଣାଇବେ।  କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, କଂଗ୍ରେସ ନେତା ଅଭିଷେକ ମନୁ ସିଂଙ୍ଘୱୀ ଏବଂ ଅହମଦ ପଟେଲ ପ୍ରମୁଖ ପ୍ରତିନିଧି ଦଳ ସହିତ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତାମାନଙ୍କୁ ପ୍ରତିନିଧି ଦଳରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି ବୋଲି ଜଣେ ନେତା କହିଛନ୍ତି। ନିର୍ବାଚନରେ ସ୍ବଚ୍ଛତା ଆଣିବା ଲାଗି ଏକ ନିର୍ବାଚନ ମଣ୍ଡଳୀର ୫୦ ପ୍ରତିଶତ ଇଭିଏମ ସହିତ ଏହାର ଭିଭିପାଟ ସ୍ଲିପଗୁଡ଼ିକୁ ଗଣନା କରିବା ଦାବିରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ଗତ ରବିବାର ଦିନ ଏକ୍ସିଟ୍‌ ପୋଲ୍‌ରିପୋର୍ଟ ପ୍ରକାଶନ ପରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ହଲଚଲ୍‌ ସୃଷ୍ଟି ହୋଇଛି। ତେବେ ଏହା ଶତପ୍ରତିଶତ ସତ୍ୟ ନୁହେଁ, ଅସଲ ରେଜଲ୍ଟ ତ ମେ ୨୩ ତାରିଖରେ ଜଣାପଡିବ ବୋଲି ବିରୋଧୀ ଦଳ କହିଛନ୍ତି।

Categories
ଆଜିର ଖବର

ସୁନ୍ଦର ପିଚାଇଙ୍କୁ ଭେଟିଲେ ଟ୍ରମ୍ପ

ଆମେରିକୀୟ ରାଷ୍ଟ୍ରପତିି ଡୋନାଲ୍ଡ ଟ୍ରମ୍ପ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଛନ୍ତି। ପିଚାଇଙ୍କୁ ଭେଟିବା ପରେ ଟ୍ରମ୍ପ ଏକ ଟ୍ବିଟ୍‌ ଜରିଆରେ ଗୁଗୁଲ ଆମେରିକାର ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରତିବଦ୍ଧ, ଚୀନ୍‌ ସେନାବାହିନୀ ପ୍ରତି ନୁହେଁ  ବୋଲି କହିଛନ୍ତି। ପୂର୍ବରୁ ଆମେରିକୀୟ କଂଗ୍ରେସ ଗୁଗୁଲ ଚୀନ୍‌ ସେନାକୁ ପ୍ରତିନିଧିତ୍ବ କରୁଥିବାର ଅଭିଯୋଗ ଆଣିଥିଲେ। ଗୁଗୁଲର କାର୍ଯ୍ୟ ଚୀନ୍‌ ସେନାବାହିନୀକୁ ପରୋକ୍ଷ ଭାବରେ ସହୟତା କରୁଛି ବୋଲି ଯୋଶେଫ ଡନ୍‌ଫୋର୍ଡ ଯୁଗ୍ମ ସୁରକ୍ଷା ନିର୍ଦ୍ଦେଶକ କହିଥିଲେ। ଏହି ଅଭିଯୋଗ ପରେ ଟ୍ରମ୍ପ ଶ୍ରୀ ପିଚାଇଙ୍କୁ ଭେଟିବା ସହିତ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମୟରେ ଆମେରିକାରେ କାର୍ଯ୍ୟ କରୁଥିବା ଚୀନୀ କମ୍ପାନୀ ହୁଆଓ୍ବେ ଉପରେ ମଧ୍ୟ ରୋକ ଲଗାଯାଇଛି।

Categories
ଆଜିର ଖବର

ନବୀନଙ୍କୁ ଭେଟିଲେ ଦିଲ୍ଲୀପ, ଘରବାହୁଡ଼ା ନେଇ ଚର୍ଚ୍ଚା

ବରିଷ୍ଠ ନେତା ଦିଲୀପ ରାୟ ଶନିବାର ଦିନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ଦିଲୀପ ଖୁବ୍‌ଶୀଘ୍ର ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଦିଲୀପ ତାଙ୍କ ସମର୍ଥକଙ୍କ ସହ ସୋମବାର ବିଜେଡିରେ ଯୋଗଦାନ କରିବେ। ହେଲେ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ବିଜେଡିରେ ମିଶିବା ପୂର୍ବରୁ ଦିଲୀପ କିଛି ସର୍ତ୍ତ ରଖିଛନ୍ତି, ଯାହାକୁ ନେଇ ରବିବାର ଦଳର ଏକ ବୈଠକ ବସିବ। ଦିଲୀପଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା କିଛି  ସର୍ତ୍ତକୁ ନେଇ ଆଲୋଚନା କରାଯିବ। ସେ ବିଜେଡିକୁ ଫେରିଲେ, ତାଙ୍କୁ କେନ୍ଦ୍ରାପଡା କିମ୍ବା ବରଗଡ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯିବା ସମ୍ଭାବନା ରହିଛି। ସେହିପରି ଦିଲୀପଙ୍କ ଯୋଗଦାନ ପୂର୍ବରୁ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରମୁଖ ରାଜନୈତିକ ସହଯୋଗୀ ଭାବେ ଦିଲୀପ ଜଣାଶୁଣା। ୨୦୦୯ରେ ଉଭୟେ ଏକସଙ୍ଗେ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଭାଜପାରେ ମିଶିଥିଲେ। ହେଲେ ଗତବର୍ଷ ଦିଲୀପ ଏବଂ ବିଜୟ ଭାଜପାରୁ ଇସ୍ତଫା ଦେଇଥିଲେ। ରାଉରକେଲାରୁ ପ୍ରତିନିଧିତ୍ୱ କରୁଥିବା ଦିଲୀପ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ବର୍ତ୍ତମାନ  ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ଦିଲ୍ଲୀପଙ୍କ ଘରବାହୁଡ଼ା ପକ୍କା ଲାଗୁଥିଲେ ମଧ୍ୟ ବିଜୟ ବିଜେଡ଼ିକୁ ପ୍ରତ୍ୟାବର୍ତ୍ତନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି।