ଦୁଇଦିନିଆ ରାଜସ୍ଥାନ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Published: Jan 3, 2023, 7:27 am IST
President visits Rajastan

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଉଛନ୍ତି। ସେ ଜାନୁୟାରୀ 3 ତାରିଖରେ ଜୟପୁରର ରାଜଭବନରେ ସମ୍ବିଧାନ ଉଦ୍ୟାନ ଉଦଘାଟନ କରିବେ।

ଏହି ଅବସରରେ ସେ ରାଜସ୍ଥାନରେ ସୌର ଶକ୍ତି ଜୋନ୍ ପାଇଁ ଟ୍ରାନ୍ସମିସନ ସିଷ୍ଟମକୁ ମଧ୍ୟ ଉଦଘାଟନ କରିବେ। ସେଠାରେ 1000 ମେଗାୱାଟ ବିକାନେର ସୌର ଶକ୍ତି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଏହାପରେ ସେ ଜୟପୁରର ରାଜ ଭବନରେ ରାଜସ୍ଥାନର ଆଦିବାସୀ ସମ୍ପ୍ରଦାୟଙ୍କୁ ଭେଟିବେ। ସେହି ଦିନ ସନ୍ଧ୍ୟାରେ ସେ ମାଉଣ୍ଟ ଆବୁରେ ରାଷ୍ଟ୍ରପତି ବ୍ରହ୍ମା କୁମାରୀଙ୍କ ଦ୍ବାରା ଆୟୋଜିତ ‘ଆଧ୍ୟାତ୍ମିକ ସଶକ୍ତିକରଣ ମାଧ୍ୟମରେ ରାଇଜିଂ ଇଣ୍ଡିଆ’ ଉପରେ ଏକ ଜାତୀୟ ଅଭିଯାନର ଶୁଭାରମ୍ଭ କରିବେ।

ସେହିଠାରୁ ରାଷ୍ଟ୍ରପତି ଭିଡିଓ କନଫ୍ରେସିଂ ମାଧ୍ୟମରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମେ ସେ ତେଲେଙ୍ଗାନାର ବ୍ରହ୍ମା କୁମାରିସ୍ ସାଇଲେନ୍ସ ରିଟ୍ରେଟ କେନ୍ଦ୍ରର ଉଦଘାଟନ କରିବେ। ଏହାପରେ ସେ ମଧ୍ୟପ୍ରଦେଶର ଇନ୍ଦୋରରେ ବ୍ରହ୍ମା କୁମାରୀଙ୍କ ଅଡିଟୋରିୟମ୍ ଏବଂ ଆଧ୍ୟାତ୍ମିକ କଳା ଗ୍ୟାଲେରୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଜାନୁୟାରୀ 4 ତାରିଖରେ ରାଷ୍ଟ୍ରପତି ରାଜସ୍ଥାନର ପାଲିରେ ଭାରତ ସ୍କାଉଟ୍ସ ଏବଂ ଗାଇଡର 18 ତମ ଜାତୀୟ ଜାମ୍ବୋରିର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Related posts