ଚିଲିକାରୁ ଉଚ୍ଛେଦ ହେଲା ୧୪୦ ହେକ୍ଟର ଘେରି 

Published: Jan 4, 2023, 7:30 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି। ଏକ ମାସ ମଧ୍ୟରେ ତିନି ଥର ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ହୋଇଥିବା ବେଳେ ଆଜି ପୁଣି ଉକ୍ତ ଅଭିଯାନ ଚିଲିକା ମଧ୍ୟରେ ଜାରି ରହିଥିଲା।

ଆଜି ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହଁପୁର ଚିଲିକା ସୀମା ଠାରୁ ମଙ୍ଗଳାଯୋଡି ପର୍ଯ୍ୟନ୍ତ ପ୍ରାୟ ୧୪୦ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଥିବା ବେଳେ ପାଖାପାଖି ୧୦ କୁଇଣ୍ଟାଲ ଜିରୋ ନେଟ ନଷ୍ଟ କରାଯାଇଛି।

ଉକ୍ତ ଘେରି ଉଚ୍ଛେଦ ଅଭିଯାନରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଚିଲିକା ତହସିଲଦାର ପ୍ରଦୀପ କୁମାର ସାହୁ, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ଦାଶ, ସହ ମତ୍ସ୍ୟ ଅଧିକାରୀ ତ୍ରିଲୋଚନ ସେଠି, ସିଡିଏ କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ସାହୁ, ସୋରଣ ଆରଆଇ ଭୁବନେଶ୍ୱର ବାରିକ, ଜରିପଡା ଆରଆଇ ଜ୍ୟୋତିନ୍ଦ୍ର ନାଥ ରଥ ଓ ଟିମ ସାମିଲ ଥିଲେ।

Related posts