Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀଙ୍କ ସୁଖ ସୁବିଧା ପାଇଁ ଏକ ମାସ ବ୍ୟାପୀ ସର୍ବ ଭାରତୀୟ ଅଭିଯାନ
ଆଜିର ଖବର

ରେଳ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀଙ୍କ ସୁଖ ସୁବିଧା ପାଇଁ ଏକ ମାସ ବ୍ୟାପୀ ସର୍ବ ଭାରତୀୟ ଅଭିଯାନ

January 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରେଳ ସୁରକ୍ଷା ବଳ ବା ଆର୍‌ପିଏଫ ପକ୍ଷରୁ ରେଳଯାତ୍ରୀଙ୍କ ସୁଖସୁବିଧା ତଦାରଖ କରିବା ପାଇଁ ଏକମାସ ବ୍ୟାପୀ ଏକ ସର୍ବ ଭାରତୀୟ ଅଭିଯାନ କରାଯାଇଥିଲା। ଏହି ଅଭିଯାନ କାଳରେ ମହିଳାଙ୍କ ପାଇଁ ସଂରକ୍ଷିତ କୋଚରେ ବେଆଇନଭାବେ ପ୍ରବେଶ କରି ଯାତ୍ରା କରୁଥିବା ୫୧୦୦ରୁ ଅଧିକ ପୁରୁଷ ଯାତ୍ରୀଙ୍କୁ ଗିରଫ କରାଯାଇଛି। ସେହିଭଳି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ କୋଚରେ ପ୍ରବେଶ କରି ଯାତ୍ରା କରିବା ଓ ସେମାନଙ୍କ ଆସନକୁ ଅକ୍ତିଆର କରିବା ଅଭିଯୋଗରେ ଅନ୍ୟ ୬୩୦୦ ଯାତ୍ରୀଙ୍କୁ ଆରପିଏଫ ଗିରଫ କରିଛି।

ରେଳବାଇ ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ଯାତ୍ରା କରୁଥିବା ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଜୋରିମାନା ଆକାରରେ ଉଭୟ ଗୋଷ୍ଠୀର ଦୋଷୀଙ୍କଠାରୁ ଯଥାକ୍ରମେ ୬.୭୧ ଲକ୍ଷ ଏବଂ ୮.୬୮ଲକ୍ଷ ଟଙ୍କା ଆଦାୟ କରାଯାଇଛି।

କିଛି ଲୋକ ବିନା ଟିକେଟରେ  ଟ୍ରେନରେ ଚଢି ଯାତ୍ରୀଙ୍କ ସିଟ୍‌ରେ ଜବରଦସ୍ତ ବସିବା, ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଗଣ୍ଡଗୋଳ ଓ ଅପରାଧ ଆଦି ଘଟାଇବା ଘଟଣାର ଖବର ନିୟମିତଭାବେ ଦେଶର ବିଭିନ୍ନ ଅଞ୍ଚଳରୁ ମିଳୁଥିଲା। ଏହି ଖବର ପାଇବା ପରେ ଆରପିଏଫ କର୍ତ୍ତୃପକ୍ଷ ଦେଶବ୍ୟାପୀ ଏକମାସିଆ ଅଭିଯାନ ଚଳାଇଥିଲେ।

ଏହି ଅଭିଯାନ କାଳରେ ଦୂରଗାମୀ ଟ୍ରେନର ସାଧାରଣ ବଗିରେ କିଛି ଅସାଧୁ ଲୋକ ଟାୱେଲ ପକାଇ ସିଟ୍ ଜବରଦଖଲ କରିବା ସହିତ ତାହାକୁ ଯାତ୍ରୀମାନଙ୍କୁ ବିକିବା ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ  ମଧ୍ୟ ଗ୍ରହଣ କରାଯାଇଥିଲା। ଏହି ବେଆଇନ ସିଟ୍ ଅକ୍ତିଆର ଘଟଣାର ୩୬ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାତ୍ରୀଙ୍କ ସୁଖସୁବିଧା ପ୍ରତି ନିୟମିତ ଧ୍ୟାନ ଦେବାକୁ ଓ ଅଭିଯାନ ଚଳାଇବାକୁ ଆର୍‌ପିଏଫ୍‌ର କ୍ଷେତ୍ର କର୍ମଚାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ରେଳ ସମ୍ପତ୍ତି, ରେଳ ଯାତ୍ରୀ, ଯାତ୍ରା ଅଞ୍ଚଳ ଏବଂ ତତ୍‌ସଂଲଗ୍ନ ସମସ୍ତ ବିଷୟର ନିରାପତ୍ତା ରକ୍ଷା ଦାୟିତ୍ୱ ଆର୍‌ପିଏଫ୍ ଉପରେ ନ୍ୟସ୍ତ। ବିଶେଷକରି ଯାତ୍ରୀମାନେ ଯେପରି ବିନା ଭୟ ଓ ହରକତରେ   ସୁବିଧାରେ ଯାତ୍ରା କରିପାରିବେ ତାହା ଦେଖିବା ଏବଂ ଏଥିପାଇଁ ସେମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଆର୍‌ପିଏଫ୍‌ର ଦାୟିତ୍ୱ। ରେଳବାଇ ନିୟମ ଅନୁସାରେ କୌଣସି ବ୍ୟକ୍ତି ବେଆଇନ ଭାବେ ଯାତ୍ରୀଙ୍କ ସିଟ୍‌କୁ ଅକ୍ତିଆର କରିପାରିବେ ନାହିଁ। ମହିଳା ଏବଂ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ବଗିରେ ମଧ୍ୟ ପ୍ରବେଶ କରିପାରିବେ ନାହିଁ। ସେମାନଙ୍କ ଆସନ ମଧ୍ୟ ଅକ୍ତିଆର କରିବା ଆଇନ ବିରୋଧୀ। ଏହାଛଡା ବେଆଇନଭାବେ ସିଟ୍ ଅଧିକାର କରିବା, ଟ୍ରେନରେ ତୃତୀୟ ଲିଙ୍ଗର ବ୍ୟକ୍ତି ପଶି ଯାତ୍ରୀଙ୍କଠାରୁ ଅର୍ଥ ଆଦାୟ କରିବା ମଧ୍ୟ ଧର୍ତ୍ତବ୍ୟ ଅପରାଧ।

ରେଳ ସୁରକ୍ଷା ବଳ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.