Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଶନ ଅଲମ୍ପିକ ସେଲ ସଦସ୍ୟମାନଙ୍କ ବୈଠକ ଆୟୋଜନ କରିବ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ 
ଆଜିର ଖବର

ମିଶନ ଅଲମ୍ପିକ ସେଲ ସଦସ୍ୟମାନଙ୍କ ବୈଠକ ଆୟୋଜନ କରିବ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ 

January 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ (ଏମୱାଇଏଏସ) ଜାନୁୟାରୀ 20, 2023 ରେ ଭୁବନେଶ୍ୱର, ଓଡିଶା ଠାରେ ମିଶନ ଅଲମ୍ପିକ ସେଲ (ଏମଓସି) ବୈଠକ ଆୟୋଜନ କରିବେ। ପ୍ରତି ମାସରେ ‘ଟପ୍ସ’ କ୍ରୀଡାବିତ ଚୟନ, ସେମାନଙ୍କ ପ୍ରଦର୍ଶନ ନୀରିକ୍ଷଣ ଓ ମୂଲ୍ୟାୟନ ଏବଂ ମନ୍ତ୍ରଣାଳୟ ଠାରୁ ଆର୍ଥିକ ସହାୟତା ପାଇଁ ଏଲିଟ କ୍ରୀଡାବିତମାନଙ୍କ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ ପାଇଁ ଏମଓସି ବୈଠକ ହୋଇଥାଏ।

ବିଶିଷ୍ଟ ପୂର୍ବତନ କ୍ରୀଡାବିତ ଅଞ୍ଜୁ ବବି ଜର୍ଜ, ଅଞ୍ଜଳି ଭଗୱତ, ବୀରେନ ରସକିହ୍ନା, ଯୋଗେଶ୍ୱର ଦତ୍ତ, ତୃପ୍ତି ମୁରଗୁଣ୍ଡେ, ମୋନାଲିସା ବରୁଆଙ୍କ ସହିତ ଅନ୍ୟ ସଦସ୍ୟମାନେ ଏହି ବୈଠକରେ ଯୋଗ ଦେବା ଅବସରରେ ହକି ବିଶ୍ୱକପ ମ୍ୟାଚରେ ସାମିଲ ହେବେ। ଏହି ସଦସ୍ୟମାନେ ଜାନୁୟାରୀ 19 ରେ ଅନ୍ତିମ ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତ ସହ ୱେଲ୍ସର ମୁକାବିଲା ଦେଖିବାର ସମ୍ଭାବନା ରହିଛି।

ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ଏହି ବୈଠକ ସମ୍ପର୍କରେ ଅଞ୍ଜୁ ବବି ଜର୍ଜ କହିଛନ୍ତି, “ମୁଁ ଭୁବନେଶ୍ୱରର ଏମଓସିରେ ଭାଗ ନେବାକୁ ଉତ୍ସୁକ। ଏମଓସି ସଦସ୍ୟ ଭାବେ ଆମେ କ୍ରୀଡାବିତମାନଙ୍କ ପ୍ରଶିକ୍ଷଣ ଓ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡିକରେ ସେମାନଙ୍କ ଅଂଶଗ୍ରହଣକୁ ଅନୁମୋଦନ ଦେଇଥାଉ। ଯଦିଓ ପ୍ରଥମ ଥର ପାଇଁ ଏମଓସି ସଦସ୍ୟ ଭାବେ ଆମେ ସମସ୍ତେ ଖେଳାଳିମାନଙ୍କୁ ପଡିଆରେ ଖେଳୁଥିବା ଦେଖିବୁ। ଏହାଦ୍ୱାରା ସେମାନଙ୍କ ପ୍ରଦର୍ଶନ ନିକଟରୁ ପରଖିବା ସହ ସେମାନଙ୍କ ଅଭିଯାନର ଅଂଶବିଶେଷ ହେବାକୁ ସୁଯୋଗ ମିଳିବ।”

ସାଧାରଣତଃ ସାରା ଭାରତରୁ ଏମଓସି ସଦସ୍ୟମାନେ ‘ଟପ୍ସ’ ସମ୍ବନ୍ଧିତ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଥାନ୍ତି। କୋଭିଡ-19 ପ୍ରଭାବ ଅଧିକ ଥିବା ବେଳେ କ୍ରୀଡାବିତମାନଙ୍କ ବିଳମ୍ବ ନକରାଇବା ପାଇଁ ଏହି ବୈଠକ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହୋଇଥିଲା। ଲକଡାଉନ ପରେ ଏହି ବୈଠକଗୁଡିକ ପାଇଁ ହାଇବ୍ରିଡ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା, ଯେଉଁଥିରେ ମାସର ଗୋଟିଏ ବୈଠକ ଭର୍ଚୁଆଲ ମାଧ୍ୟମରେ ହେଉଥିବା ବେଳେ ଦ୍ୱିତୀୟ ବୈଠକ ସଦସ୍ୟମାନଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ଅନୁଷ୍ଠିତ ହେଉଛି।

କ୍ରୀଡ଼ା ମନ୍ତ୍ରଣାଳୟ ଭୁବନେଶ୍ଵର
Share. Facebook Twitter LinkedIn Email WhatsApp Copy Link

Related Posts

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026
Latest News

ଷ୍ଟକ୍ ବଜାରରେ ହାହାକାର! ୮ ସପ୍ତାହ ଧରି ଲଗାତାର କ୍ଷତି, ଜାଣନ୍ତୁ କାହିଁକି ଖସୁଛି ସେନସେକ୍ସ-ନିଫ୍ଟି

October 2, 2026

ଆଜିଠୁ ବିଜେଡିର ପଦଯାତ୍ରା : ଶକ୍ତି ଦେଖାଇବ ବିଜେଡି

October 2, 2026

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.