Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୁଷ ହକି ବିଶ୍ୱକପ ନିମନ୍ତେ ଖୋର୍ଦ୍ଧାରେ ମେଗା ମାରାଥନ ଅନୁଷ୍ଠିତ
ଆଜିର ଖବର

ପୁରୁଷ ହକି ବିଶ୍ୱକପ ନିମନ୍ତେ ଖୋର୍ଦ୍ଧାରେ ମେଗା ମାରାଥନ ଅନୁଷ୍ଠିତ

January 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ସ୍ଥିତ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ନିମନ୍ତେ ଆୟୋଜିତ ମାରାଥନ ଦୌଡ଼ ପାଇଁ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ସକାଳ ୬ ଟାରେ ନାମ ପଞ୍ଜିକରଣ ପରେ ଟି ସାର୍ଟ ଓ ଟୋପି ସମସ୍ତ ପାର୍ଟିସିପାଣ୍ଟ ମାନଙ୍କୁ ଯୋଗାଇ ଦିଆଯାଇଥିଲା। ଠିକ ୭ ଘଟିକାରେ ଗଣଦୌଡ଼ ଉଦଘାଟିତ ହୋଇଥିବା ବେଳେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂ,ଖୋର୍ଦ୍ଧା ମୁନିସିପାଲିଟି ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ , ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାର ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ପାର୍ଟିସିପାଣ୍ଟ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଦୌଡ ସୁରୁଖୁରୁରେ କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା।  ଖୋର୍ଦ୍ଧା ଷ୍ଟାଡିଅମରୁ ଉକ୍ତ ମାରାଥନ ଦୌଡ଼ର ଆରମ୍ଭ ହୋଇ ୫ କି. ମି ଦୌଡ ପରେ ସେହିଠାରେ ହିଁ ଶେଷ ହୋଇଥିଲା। ଏହି ଦୌଡରେ ଭାଗ ନେଇଥିବା ବାଳକମାନଙ୍କ ମଧ୍ୟରେ ପ୍ରଥମ ବିଜେତା ପି.ଏନ କଲେଜ ଛାତ୍ର ସମିତ ବିଶ୍ୱାଳଙ୍କୁ ୫୦୦୦ ଟଙ୍କା ଓ ଟ୍ରଫି, ଦ୍ଵିତୀୟ ବିଜେତା ପି.ଏନ କଲେଜ ଛାତ୍ର ସୁମନ୍ତ ନାୟକଙ୍କୁ ୩୦୦୦ ଟଙ୍କା ଓ ଟ୍ରଫି ଏବଂ ତୃତୀୟ ବିଜତା ଉତ୍ତରାୟଣୀ କ୍ଲବର ସଦସ୍ୟ ଚନ୍ଦ୍ରକାନ୍ତ ସେଠିଙ୍କୁ ୨୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ସେହିପରି ଭାବେ ୧୪ ବର୍ଷରୁ ଉର୍ଦ୍ଧ୍ୱ ବାଳିକା ଗ୍ରୁପରେ ପ୍ରଥମ ବିଜେତା ସମସଦ ଆର. ବିଶ୍ୱାଳଙ୍କୁ ୫୦୦୦ ଟଙ୍କା ଏବଂ ଟ୍ରଫି, ଦ୍ଵିତୀୟ ବିଜେତା ସନୟାର୍ଯ୍ୟ ବେଗମଙ୍କୁ ୩୦୦୦ ଟଙ୍କା ଓ ଟ୍ରଫି ଏବଂ ତୃତୀୟ ବିଜେତା ଉତ୍ତରାୟଣୀ କ୍ଲବର ଅର୍ପିତା ପ୍ରିୟଦର୍ଶିନୀଙ୍କୁ ୨୦୦୦ ଟଙ୍କା ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ତତ୍ପରେ ଆଇ.ଟି.ବି.ପି ର ପ୍ରଥମ ବିଜେତା ମୁକେଶ ଯାଦବଙ୍କୁ ୫୦୦୦ ଟଙ୍କା ଏବଂ ଟ୍ରଫି ଓ ଦ୍ଵିତୀୟ ବିଜେତା ଧୋଲାରାମଙ୍କୁ ୩୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଜିଲ୍ଲା କ୍ରୀଡା ଅଧିକାରୀ ଏହିସବୁ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ।

ଖୋର୍ଦ୍ଧା ପୁରୁଷ ହକି ବିଶ୍ୱକପ ମିନି ମାରାଥନ
Share. Facebook Twitter LinkedIn Email WhatsApp Copy Link

Related Posts

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026
Latest News

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.