Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁଇସ୍‌ ବ୍ୟାଙ୍କ : ୧୧ଜଣ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ୍‌
ଆଜିର ଖବର

ସୁଇସ୍‌ ବ୍ୟାଙ୍କ : ୧୧ଜଣ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ୍‌

May 27, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାଧନ ପାଇଁ ସବୁଠୁ ନିରାପଦ ସ୍ଥାନ ‘ସୁଇସ ବ୍ୟାଙ୍କ’ ତରଫରୁ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ୍‌ ମିଳିଛି। ସୁଇସ୍‌ ବ୍ୟାଙ୍କ ଭାରତକୁ ଖାତାଧାରୀଙ୍କ ବାବଦରେ ସୂଚନା ପ୍ରଦାନ କରିବା ଆରମ୍ଭ କରିଛି। ବ୍ୟାଙ୍କ ତରଫରୁ ଗତ ସପ୍ତାହରେ ୧୧ ଜଣ ଭାରତୀୟ ଖାତାଧାରକଙ୍କୁ ନୋଟିସ ଜାରି ହୋଇଥିବା ଜାତୀୟ ଗଣମାଧ୍ୟର ରିପୋର୍ଟରୁ ଜଣାପଡ଼ିଛି। ଗତ ମାର୍ଚ୍ଚ ପରଠାରୁ ଏଯାଏଁ ଅତିକମରେ ୨୫ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ ଜାରି କରଥିବା ସ୍ୱିସ ଅଧିକାରୀମାନେ ତଥ୍ୟ ପ୍ରଦାନ କରିଛନ୍ତି। ଏଥି ସହିତ ବ୍ୟାଙ୍କ ତରଫରୁ ସଂପର୍କୀତ ଲୋକଙ୍କ ବାବାଦରେ ତଥ୍ୟ ମଗାଯାଇଛି। ନୋଟିସରେ ସୁଇଜରଲାଣ୍ଡ ଭାରତୀୟ ଗ୍ରାହକଙ୍କ ବାବଦରେ ସୂଚନା ପ୍ରଦାନ କରିବାକୁ ଶେଷ ସୁଯୋଗ ଦିଆଯାଇଛି। ସ୍ବିସ୍‌ ସରକାର ଅଧିସୂଚନା ଜାରି କରି ଆକାଉଣ୍ଟଧାରୀଙ୍କ ବିଷୟରେ ତଥ୍ୟ ସାର୍ବଜନୀନ କରିଛି। କିନ୍ତୁ ଏଥିରେ ଆକାଉଣ୍ଟଧାରୀଙ୍କ ପୂରା ନାମ ବଦଳରେ ମୂଳ ଅକ୍ଷର ରହିଛି। ଏହା ସହିତ ଉପଭୋକ୍ତାଙ୍କ ରାଷ୍ଟ୍ରୀୟତା ଓ ଜନ୍ମତିଥି ଆଦି ତଥ୍ୟ ରହିଛି। ଯେଉଁ ଦୁଇ ଭାରତୀୟ ନାମଙ୍କ ପୂରା ଉଲ୍ଲେଖ ରହିଛି, ସେ ହେଉଛନ୍ତି କୃଷ୍ଣ ଭଗବାନ ରାମଚନ୍ଦ୍ର, ଯିଏ ୧୯୪୯ ମସିହାରେ ଜନ୍ମ ହୋଇଥିଲେ। ସେହିପରି ଡିସେମ୍ବର ୧୯୭୨ରେ ଜନ୍ମିତ କଳ୍ପେଶ ହର୍ଷଦ କିନାରୀଓ୍ବାଲା। ଅନ୍ୟ ନାମଗୁଡ଼ିକ ମଧ୍ୟରେ ୧୯୪୪ ନଭେମ୍ବର ୨୪ ତାରିଖରେ ଜନ୍ମିତ ମିସେଜ୍‌ ଏଏସ୍‌ବିକେ, ୧୯୮୩ ନଭେମ୍ବର ୨ରେ ଜନ୍ମିତ ଶ୍ରୀମତୀ ପିଏଏଏସ୍‌, ୧୯୭୩ ମସିହା ନଭେମ୍ବର ୨୨ରେ ଜନ୍ମିତ ଶ୍ରୀମତୀ ଆରଏଏଏସ୍‌, ୧୯୪୪ ନଭେମ୍ବର ୨୪ରେ ଜନ୍ମିତ ଏପିଏସ୍‌, ୧୯୪୯ ଅଗଷ୍ଟ ୧୪ରେ ଜନ୍ମିତ ଶ୍ରୀମତି ଏଡିଏସ୍‌, ୧୯୩୫ ମେ ୨୦ରେ ଜନ୍ମିତ ଏମଏଲ୍‌ଏ, ୧୯୬୮ ଫେବୃଆରୀ ୨୧ରେ ଜନ୍ମିତ ମିଷ୍ଟର ଏନଏମଏ ଓ ୧୯୭୩ ଜୁନ୍‌ ୨୭ରେ ଜନ୍ମିତ ମିଷ୍ଟର ଏମଏମଏ ସାମିଲ୍‌ ଅଛନ୍ତି। ସୁଇସ୍‌ ସରକାରଙ୍କ ତରଫରୁ ଜାରି ଏହି ନୋଟିସ୍‌ରେ ଏହି ସମ୍ବନ୍ଧିତ ଗ୍ରାହକ ତଥା ତାଙ୍କର ପ୍ରାଧିକୃତ ପ୍ରତିନିଧି ଆବଶ୍ୟକ ଦସ୍ତାବିଜ୍‌ ସହ ୩୦ ଦିନି ଭିତରେ ଅପିଲ୍‌ ପାଇଁ ଉପସ୍ଥିତ ରହିବାକୁ କୁହାଯାଇଛି। ଏହା ସହିତ ସମ୍ପୃକ୍ତ ଗ୍ରାହକ ତଥା ତାଙ୍କର ପ୍ରାଧିକୃତ ପ୍ରତିନିଧି ଏହି ସମ୍ବନ୍ଧୀୟ ତଥ୍ୟ ଭାରତ ସରକାରଙ୍କ ନ ଜଣାଇବାର କାରଣ ମଧ୍ୟ ଜଣାଇବେ ବୋଲି ନିର୍ଦ୍ଦେଶ ରହିଛି।

notice thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026
Latest News

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.