Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ବିଜେପି-ବିଜେଡ଼ି ମୁହାଁମୁହିଁ: ଧାରଣାରେ ବସିଲେ ବିଜେଡି ଜନପ୍ରତିନିଧି
ଆଜିର ଖବର

ଚିଲିକାରେ ବିଜେପି-ବିଜେଡ଼ି ମୁହାଁମୁହିଁ: ଧାରଣାରେ ବସିଲେ ବିଜେଡି ଜନପ୍ରତିନିଧି

January 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ହାଇ ଡ୍ରାମା ଦେଖିବାକୁ ମିଳିଛି।  ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରାଙ୍କ ଅଧ୍ୟକ୍ଷତାରେ ବ୍ଲକ ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ବ୍ଲକ ଉନ୍ନୟନ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ସ୍ୱାଇଁ, ବିଧାୟକ ପ୍ରତିନିଧି ଉତ୍ପଳ ପାଇକରାୟ, ସମସ୍ତ ପଞ୍ଚୟତର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ଚାଲିଥିବା ବେଳେ ପ୍ରମୁଖ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ବିଜେଡି ଓ ବିଜେପି ମଧ୍ୟରେ ଗୋଷ୍ଠି କନ୍ଦଳ ଉଗ୍ରରୂପ ନେଇଥିଲା। ଯାହାଫଳରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା, ଜିଲ୍ଲା ପରିଷଦ, ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧି ପ୍ରମୁଖ ବୈଠକ ପ୍ରତ୍ୟାହାର କରି ବ୍ଲକ ସମ୍ମୁଖରେ ଧାରଣାରେ ବସି ରହିଥିଲେ।

ଏନେଇ ବିଧାୟକ ପ୍ରତିନିଧି ଉତ୍ପଳ ପାଇକରାୟଙ୍କ କହିବା ମୁତାବକ ଉକ୍ତ ବୈଠକ ଅଗଣତାନ୍ତ୍ରିକ। ଉକ୍ତ ବୈଠକ ପାଇଁ ବିଧାୟକ ଅବା ସାଂସଦ କାହାକୁ ପୁର୍ବରୁ ସୂଚନା ଦିଆଯାଇନାହିଁ। ତେଣୁ ଉକ୍ତ ବୈଠକକୁ ବାତିଲ କରାଯାଇ ଅନ୍ୟ ଏକ ଦିନ ପୁନଶ୍ଚ ବୈଠକ ରଖାଯାଉ।

ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ କୌଣସି ଉନ୍ନତିତିମୂଳକ କାର୍ଯ୍ୟ ସଠିକ ଭାବେ କରୁନଥିବା ବେଳେ ପ୍ରତି କାର୍ଯ୍ୟରେ ପିସି ନେବାସହ ଏକଛତ୍ର ବାଦ ଶାସନ ଚଳାଇଛନ୍ତି। ବ୍ଲକ ଅଧ୍ୟକ୍ଷା ବିଜେପି ସମର୍ଥିତ ହୋଇଥିବାରୁ ସେ ଏକଛାତ୍ରବାଦ ଶାସନ କରୁଥିବାର ଅଭିଯୋଗ କରିଛି ବିଜେଡି।

ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ହେଉନଥିବା ବେଳେ ଫାଇଲକୁ ବ୍ଲକ ଅଧ୍ୟକ୍ଷା ମାସ ମାସ ଧରି ପକାଇ ରଖୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ତେଣୁ ଜିଲ୍ଲାପାଳ ଓ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ନଆସିବା ଯାଏଁ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିବ ବଲି କହିଛି ବିଜେଡି।

ଅପରପକ୍ଷେ ଏ ନେଇ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରାଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ବିଡ଼ିଓଙ୍କ ପକ୍ଷରୁ ହ୍ଵାଟ୍ସଅପରେ ବିଧାୟକ, ସାଂସଦ ଏବଂ ସେମାନଙ୍କ ପ୍ରତିନିଧିଙ୍କୁ ଚିଠି ପଠାଯାଇଥିବା ବେଳେ ବିଡ଼ିଓ ବ୍ୟକ୍ତିଗତ ଭାବେ ମଧ୍ୟ ସେମାନଙ୍କୁ ଜଣାଇଥିବାର କହିଛନ୍ତି ଅଧ୍ୟକ୍ଷା ଶ୍ରୀମତୀ ବେହେରା। ସେ ବିଜେପି ସମର୍ଥିତ ଅଧ୍ୟକ୍ଷା ହୋଇଥିବାରୁ ଯେତେ ଭଲ କାମ କଲେ ବି ବିରୋଧୀ ବିରୋଧ କରିବେ। ଚିଲିକା ବିଧାୟକ ବିଜେଡି ଦଳର ହୋଇଥିବା ଯୋଗୁଁ ପ୍ରତି କାର୍ଯ୍ୟରେ କୌଣସି ବିଶୃଙ୍ଖଳା ସୃଷ୍ଟି କରି କାମରେ ବାଧା ଦେବା ସହ ମୋତେ ଅପଦସ୍ତ କରୁଛନ୍ତି। ଗୁଣ୍ଡାଗର୍ଦ୍ଦି ପାଇଁ ଚର୍ଚ୍ଚିତ ବାହୁବଳି ବିଧାୟକଙ୍କ କାରନାମା ନେଇ ସମସ୍ତେ ଜାଣନ୍ତି। ଏଭଳି ଅଶୋଭନୀୟ ଆଚରଣ ଯୋଗୁଁ ଦଳ ନିଲମ୍ବନ କରିବା ସହ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ବାରଣ ନେଇ ସର୍ବୋଚ୍ଚ ନ୍ୟାୟାଳୟର କଡା ନିର୍ଦ୍ଦେଶ ରହିଛି। ତଥାପି ନିଜର ଦୋଷ ଲୁଚାଇବାକୁ ଯାଇ ଅନ୍ୟମାନଙ୍କୁ ହଇରାଣ ହରକତ କରିବା କେତେ ଦୂର ଠିକ ସେସବୁ ଲୋକଲୋଚନକୁ ଆସିବା ନିହାତି ଜରୁରୀ ବୋଲି ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଛନ୍ତି।

ଯଦି ବିଧାୟକ ଓ ସାଂସଦ ପ୍ରତିନିଧିଙ୍କୁ ସୂଚନା ଦିଆଯାଇନାହିଁ, ତେବେ ସେମାନେ କିପରି ବୈଠକକୁ ଆସିଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବ୍ଲକ ଅଧ୍ୟକ୍ଷା। ଏହା ବିଜେଡ଼ିର କେବଳ ଡ୍ରାମା ବୋଲି କହିଛନ୍ତି ଅଧ୍ୟକ୍ଷା।

ତେବେ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ଘଟଣାସ୍ଥଳକୁ ପହଞ୍ଚି ବିଜେଡି ନିର୍ବାଚିତ ଓ ସମର୍ଥିତ ଜନ ପ୍ରତିନିଧିଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିବା ଜଣାପଡିଛି। ତେବେ ଏ ନେଇ ଚିଲିକା ବିଡ଼ିଓ ଏବଂ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ତାହା ସମ୍ଭବ ହୋଇପାରିନାହିଁ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଦ୍ୟାବଧି ବ୍ଲକ ପରିସରରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି।

ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.