Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପ୍ଳବର ରାସ୍ତା ବାଛି ପରାଧିନତାର ଶିଙ୍କୁଳୀକୁ ଛିଣ୍ଡାଇବାରେ ବୋଷ ଥିଲେ ଜଣେ ଧୁରୀଣ ଯୋଦ୍ଧା 
ଆଜିର ଖବର

ବିପ୍ଳବର ରାସ୍ତା ବାଛି ପରାଧିନତାର ଶିଙ୍କୁଳୀକୁ ଛିଣ୍ଡାଇବାରେ ବୋଷ ଥିଲେ ଜଣେ ଧୁରୀଣ ଯୋଦ୍ଧା 

January 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସ୍ଵାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ। ସ୍ଵାଧିନତା ସଂଗ୍ରାମର କର୍ଣ୍ଣଧାର ତଥା ଏହି ବୀର ପୁରୁଷଙ୍କ ଜନ୍ମ ଜୟନ୍ତୀରେ ଆଜି ସାରା ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ବିଦ୍ୟାଳୟ ସମୟରୁ ସ୍ୱାଧିନତା ସଂଗ୍ରାମର ସମସ୍ତ ଅଧ୍ୟାୟକୁ ଅଳ୍ପ ବହୁତେ ଜାଣିଥିବା ପ୍ରତ୍ୟକେ ଭାରତୀୟ ଯେ, ଦେଶର ମହାପୁରୁଷଙ୍କୁ ନେଇ ଗର୍ବିତ ଏଥିରେ ଦ୍ବିମତ ନାହିଁ ନିଶ୍ଚୟ। ଠିକ୍‌ ସେଇଥିପାଇଁ ତ ସେମାନଙ୍କ ଜୟନ୍ତି ଆସିଲେ ମନେପଡ଼ନ୍ତି ମହମନିଷୀ। ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇବା ପାଇଁ ଅନେକ ସଂଗ୍ରାମୀ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଥିଲେ। କିନ୍ତୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏମିତି ଏକ ପରାକ୍ରମର ପ୍ରେରଣା ଯାହଙ୍କ ନା ନିଶ୍ଚୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଭାଗରେ ରହିଥିଲା ଏବଂ ରହିଥିବ। ଇଂରେଜ ଶାସନର ଚଊହଦୀ ଭିତରୁ ପରାଧିନତାର ଶୃଙ୍ଖଳକୁ ଭାଙ୍ଗିବାକୁ ରକ୍ତ ଦେଇ ସ୍ୱାଧିନତାର ସ୍ବାଦ ଚଖାଇବାର ଆହ୍ବାନ ଦେଇଥିବା ନେତାଜୀ ଶୁଭାଷ ଚନ୍ଦ୍ର ବୋଷଙ୍କର ଆଜି ହେଉଛି ୧୨୬ତମ ଜନ୍ମ ଜୟନ୍ତୀ। ୧୮୯୭ ମସିହା, ଠିକ୍‌ ଆଜିର ଦିନରେ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ। ଭାରତ ସରକାର ଏହି ପରାକ୍ରମୀ ବିପ୍ଳବୀଙ୍କ ମହନୀୟତାକୁ ମନେପକାଇବା ପାଇଁ ତାଙ୍କ ଜନ୍ମ ଜୟନ୍ତୀକୁ ପରାକ୍ରମ ଦିବସ ରୁପରେ ପାଳନ କରିବାକୁ ଘୋଷଣା କରିଥିଲେ।

ନେତାଜୀଙ୍କ ୧୨୬ତମ ଜନ୍ମ ଜୟନ୍ତୀ ଆଜି ରଣପୁର ବ୍ଲକ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପାଳିତ ହୋଇ ଯାଇଛି। ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ସାନଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିମ୍ପଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ, ବିଲଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ, ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯଦୁପୁର ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟ, ନୀଳକଣ୍ଠଦେବ ପ୍ରାଥମିକ ବିଦ୍ୟାଳୟ ସହ ରଣପୁର ବ୍ଲକର ସମସ୍ତ ବିଦ୍ୟାଳୟରେ ଏହି ଜୟନ୍ତୀ ପାଳିତ ହୋଇ ଯାଇଛି।

ଏହି ଅବସରରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପିମ୍ପଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେଠି, ସମ୍ମାନିତ ଅତିଥି ଭାବେ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ ଓ କାନନବାଳା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସେଠି ପିଲାମାନଙ୍କୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ ବୁଝାଇବା ସହ ସେମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିଥିଲେ।  ଅନ୍ୟ ଅତିଥିମାନେ ମଧ୍ୟ ପିଲାମାନଙ୍କୁ ଦେଶ ସ୍ୱାଧୀନତା ବିଷୟରେ ବିଭିନ୍ନ ଗଳ୍ପ ମାଧ୍ୟମରେ ବୁଝାଇଥିଲେ।

ନ‌େତାଜୀ ସୁଭାଷ ଚନ୍ଦ୍ର ବୋଷ ବୀର ସୁରେନ୍ଦ୍ର ସାଏ
Share. Facebook Twitter LinkedIn Email WhatsApp Copy Link

Related Posts

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026

ନାକଟିଦେଉଳରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026
Latest News

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026

ନାକଟିଦେଉଳରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.